ହେଡଲାଇନସ୍:

କି ବିଚିତ୍ର ବ୍ୟବସ୍ଥା : ମହାପ୍ରୟାଣ ଗାଡି ନାହିଁ ବୋଲି କଣ ଶବ ୫ ଘଣ୍ଟା ପଡିରହିବ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ଼ରୁ ସୁଶାନ୍ତ ରାଉତ:ସରକାରଙ୍କ ମହାପ୍ରୟାଣ ଯୋଜନା ଫେଲ ମାରିଛି | ଧର୍ମଗଡ଼ ଶବ ବାହକ ଗାଡି ଖରାପ ହେବାରୁ ଶବ 5 ଘଣ୍ଟା କାଳ ହସ୍ପିଟାଲ ପଡି  ରହିଲା | ଆଜି ସକାଳ ୭ ଟାରେ ବୋଡେ଼ନର ସହଦେଵ ବାରିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ୮ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତ ସହଦେବଙ୍କ ସମ୍ପର୍କୀୟ ମାନେ କର୍ତ୍ତୃପକ୍ଷଙ୍କୁ ଶବ ବାହକ  ଗାଡି ପାଇଁ ଅନୁରୋଧ କରିଥିଲେ | ହେଲେ ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ଗାଡି ଯୋଗାଇ ଦିଆଯାଇ ନଥିଲା | ମହାପ୍ରୟାଣ ଗାଡି  ହେଇ ଆସୁଛି, ହେଇ ଆସୁଛି କହି ପ୍ରାୟ ୫ଘଣ୍ଟା ଗଡାଇଦେଲେ | ବାହାରୁ ଗାଡି ଭଡା କରି ଶବକୁ ନେବା ପାଇଁ ପରିବାର ଲୋକ ଯେତେ  ଅନୁରୋଧ  କଲେବି  ମହାପ୍ରୟାଣ ଗାଡି ଆସିଲେ ଯିବ ବୋଲି କହି ଅଟକାଇ ରଖିଲେ | ଏହାକୁ ନେଇ ଯଇଛି ସମୟ ପରିବାର ଲୋକ ଓ ଜର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା | ବୁଝୁ ବୁଝୁ ଦୁଇଟି ମହାପ୍ରୟାଣ ଗାଡ଼ିରୁ ଗୋଟିଏ ଅଚଳ ଓ ଅନ୍ୟଟି ଶବ ନେଇ ଲଦୁଗାଓଁ ଯାଇଥିଲା | ସେଇ ଗାଡି ୧ଟା ୧୫ରେ ଫେରିବା ପରେ  ହସ୍ପିଟାଲ କର୍ତ୍ତୃପକ୍ଷ ଶବ ଛାଡିଥିଲେ | ଯେଉଥିପାଇଁ ଶାବଟି ଆଜାରଣରେ ୫ ଘଣ୍ଟାରୁ ଉର୍ଧ୍ଵ କାଳ ପଡି ରହିଲା | ହେଲେ ବୁଝି ହେଉନି, ସରକାରଙ୍କର ଇଏ କି ପ୍ରକାର ନୀତି | ଯଦି ଶବ ବୁହା ଗାଡି ଉପଲବ୍ଧ ନାହିଁ ତେବେ ଅନ୍ୟ ଭଡା ଗାଡ଼ିରେ କାହିଁକି ଶବକୁ ଆତ୍ମୀୟମାନେ ନେଇ ନପାରିବେ !!!! ଗାଡି ନାହିଁ ବୋଲି ଶବ ପଡି ରହିବ | ଗାଡି ତାପରଦିନ ଆସିବ  ବୋଲି କଣ ଶବ ବାସି ମଡ଼ା ହେବ !!!!! 

0
0
0
s2sdefault