ଭୁବନେଶ୍ୱର : ପେନ୍ସନ ସପ୍ତାହ ପାଳନ ଉପଲକ୍ଷେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ସଚେତନତା ଶିବିର ଜୟଦେବ ଭବନ ଠାରେ | ପ୍ରସଙ୍ଗ ଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ସ୍କିମ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା (ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ) ଓ ଜାତୀୟ ପେନ୍ସନ ଯୋଜନା (ବ୍ୟବସାୟୀ ଓ ସ୍ୱରୋଜଗାରୀମାନଙ୍କ ନିମନ୍ତେ) | ମୁଖ୍ୟ ଅତିଥି ଥିଲେ ଶ୍ରମ-କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ | ଆଉ ନିମନ୍ତ୍ରିତ ହୋଇଥିଲେ ଭୁବନେଶ୍ୱରର ତିନି ବିଧାୟକ ମନ୍ତ୍ରୀ ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ | ହେଲେ ଭୁନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିନଥିଲା |
ପ୍ରଚଳିତ ବ୍ୟବସ୍ନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ଯୋଜନା ସମ୍ପର୍କିତ ବୈଠକ ବା ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ କିଛି କାର୍ଯ୍ୟକ୍ରମ ହେଲେ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଓ ଲୋକସଭା ସଂସଦଙ୍କୁ ଡକାଯିବା ବାଞ୍ଚନୀୟ, ସେ ଯେଉଁ ଦଳର ବା ହୋଇଥାନ୍ତୁ ନା କାହିଁକି ! ହେଲେ କାହିଁକି କେଜାଣି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଖୋଜା ଯାଉନାହିଁ |କିଛି ଲୋକଙ୍କ ତରଫରୁ ଵାଣିବିହାର କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଦେଖିବାକୁ ମିଳିଲା ନାହିଁ ବୋଲି ସମାଲୋଚନା କଲେ | ହେଲେ ତାଙ୍କୁ ନ ଡକା ହେବା କାରଣ ବି ଦିଆଯାଇପାରେ ଯେ ତାହା କେବଳ ଆଲୁମୁନିଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥିଲା | ସେ ଯୁକ୍ତି ବି କିଛି ଅସଙ୍ଗତ ନୁହେ | ହେଲେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ନମିଳିବା ଦୁଇଟି କାରଣ | ଗୋଟିଏ କାରଣ ହେଲା ଅପରାଜିତା ନିଜେ ମନା କରୁଥିବେ ନହେଲେ ତାଙ୍କୁ ଡକା ହେଉନଥିବ | ଡାକିବା ବା ଆସିବା ତ ଦୂରର କଥା, ନିମନ୍ତ୍ରଣ ପତ୍ରରେ ଅପରାଜିତାଙ୍କ ନାମ ବି ଉଲ୍ଲେଖ ନାହିଁ |
କଣ ହେଇଥିବା କେଜାଣି ଅପରାଜିତାଙ୍କୁ ସରକାର ଡାକୁନାହାନ୍ତି କି ସେ ନିଜେ ଆସୁନାହାନ୍ତି.!!! ସତ କଣ ତାହା ଅପରାଜିତା ଜାଣିଥିବେ ନହେଲେ ରାଜ୍ୟ ସରକାର | ହେଲେ ସରକାର ଏତେ ଭଲ କାମ କରୁଛନ୍ତି, ତା ଭିତରେ ଜଣେ ନିର୍ବାଚିତ ସାଂସଦଂକୁ ଏମିତି ଅମର୍ଯ୍ୟାଦା କରିବା ସୁନ୍ଦର ଲାଗୁନାହିଁ | ଅପରାଜିତାଙ୍କୁ ନିମନ୍ତ୍ରଣ କରିଦେଲେ କିଛି ବେଦ ଅଶୁଦ୍ଧ ହୋଇ ଯାଆନ୍ତା କି ? କେଜାଣି, ସରକାର ଯାହା ଉଚିତ ମାନେ କରୁଥିବେ !!!!!