ହେଡଲାଇନସ୍:

ପ୍ରିୟଙ୍କା ରେଡି ଗଣବଳତ୍କାର ଓ ହତ୍ୟା :  ପୋଲିସ ଗୁଳିରେ ଚାରି ଅଭିଯୁକ୍ତ ଢେର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାମ ସଫା. ମାମଲା ଦଫାରଫା : ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ଦେଲା ମୃତ୍ୟୁଦଣ୍ଡ ! 

କୁହେଲି ଭିତରେ ଏନ୍କାଉଣ୍ଟର : ଏତେବଡ ସମ୍ବେଦନଶୀଲ ମାମଲାରେ ପୋଲିସ କଣ ଏତେ ଦାୟିତ୍ବହୀନ  !!!!

ଭୁବନେଶ୍ୱର :- ବହୁଚର୍ଚିତ ହାଇଦ୍ରାବାଦ ଗଣ ବଳାତ୍କାର ର ଚାରି ଅଭିଯୁକ୍ତ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଛନ୍ତି । ପୋଲିସର କହିବା ଅନୁଯାୟୀ  ଡା ପ୍ରିୟଙ୍କା ରେଡି ଗଣବଳତ୍କାର ଓ ହତ୍ୟା କାଣ୍ଡର ଅଭିଯୁକ୍ତ ମାନଙ୍କୁ ପୋଲିସ ଘଟଣା ସ୍ଥଳକୁ ଅନୁସନ୍ଧାନ ପାଇଁ ନେଇକି ଯାଇଥିଲା । ଏହି ସମୟରେ ଜଣେ ପୋଲିସ ଅଧିକାରୀଙ୍କର ବନ୍ଧୁକ ଛଡାଇ ଅଭିଯୁକ୍ତ ମାନେ ଫେରାର ହେବାର ଉଦ୍ୟମ କରିଥିଲେ । ପୋଲିସ ତରଫରୁ ଅଭିଯୁକ୍ତ ମାନଙ୍କୁ ବାରମ୍ବାର ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲା |  ହେଲେ ସେମାନେ ଆତ୍ମ ସମର୍ପଣ କରିବା ପରିବର୍ତ୍ତେ ଫେରାର ହେବାର ପ୍ରୟାସ କରିଥିଲେ । ବାଧ୍ୟ ହେଇ ପୋଲିସ କୁ ଗୁଳି ଚଳାଇବାକୁ ପଡିଥିଲା । ଘଟଣା ସ୍ଥଳରେ ଅଭିଯୁକ୍ତ ମାନଙ୍କର ମୃତ୍ୟୁ ହେଇଯାଇଥିବା ସୂଚନା ମିଳିଛି ।

ପ୍ରଥମ ଥର ପାଇଁ ମନକୁ ଛୁଇଁଛି ପୋଲିସର ଏନ୍କାଉଣ୍ଟର ଗପ |

ହେଲେ ପ୍ରଥମ ଥର ପାଇଁ ମନକୁ ଛୁଇଁଛି ପୋଲିସର ଏନ୍କାଉଣ୍ଟର ଗପ | ଏହା ଆଦୌ ଏନ୍କାଉଣ୍ଟର ବୁହେ, ଯୋଜନାବଦ୍ଧ ଗଣହତ୍ୟା ଗଣ ବଳାତ୍କାରର ଅଭିଯୁକ୍ତ ମାନଙ୍କୁ | କାନନ ପ୍ରିୟାଙ୍କନଙ୍କ ଆତ୍ମାକୁ ନ୍ୟାୟ ଦରକାର ଥିଲା | ଆଉ ପୋଲିସ ତାଙ୍କ ଆତ୍ମାକୁ ଆଉ ତାଙ୍କ ପରିବାରବର୍ଗଙ୍କୁ ନ୍ୟାୟାଦେବାରେ ସକ୍ଷମ ହୋଇଛି ତାର ଯୋଜନା ବଦ୍ଧ ଉଦ୍ୟମ ଦ୍ୱାରା | କାରଣ ଅଭିଯୁକ୍ତ ମାନଙ୍କୁ ଫାଶୀ ହେବାର ଥିଲା ଏ ଜଘନ୍ୟ ଅପରାଧ ପାଇଁ | ଏଭଳି ପଶୁ ଭଳି ଘୃନ୍ୟ କାର୍ଯ୍ୟ କରିଥିବା ଅପରାଧୀ ମାନେ  ମରିବା ଦରକାର ଥିଲା |  ଆଇନ ବ୍ୟବସ୍ଥାରେ ବୋଧକୁଏ ବିଳମ୍ବିତ ହୋଇପାରିଥାନ୍ତା ନ୍ୟାୟ ! କଥାରେ ଅଛି "ଜଷ୍ଟିସ ଡିଲେଡ଼, ଜଷ୍ଟିସ ଡିନାଏଡ଼"  | ତେଣୁ ସେଥିପାଇଁ ପରଫେକ୍ଟ ପ୍ଳାଣ୍ଣିଙ୍ଗ କରିଥାଇପାରେ ହାଇଦ୍ରାବାଦ ପୋଲିସ | ନହେଲେ  ଏତେବଡ଼ ସମ୍ବେଦନଶୀଲ ମାମଲାର ଅଭିଯୁକ୍ତ ମାନଙ୍କୁ ପୋଲିସ ନେଲାବେଳେ କଣ ଏତେ ଅସୁରକ୍ଷା ଭିତରେ ଯାଇଥାନ୍ତା ! ଅବା  ହାତ ଖୋଲି ଜ୍ୱାଇଁପୁଅ ଭଳି ନେଉଥିଲା ଯେ, ସେମାନେ ୪ଜଣ ଯାକ ବନ୍ଧୁକ ଛଡାଇ ଭାଗିବାରେ ସକ୍ଷମ ହୋଇଗଲେ !!  ସହଜରେ ବିଶ୍ୱାସ ହେଉନି ଯେ ସମଗ୍ର ଭାରତବର୍ଷର ନଜର ଯେଉଁ ମାମଲା ଉପରେ, ସେହି ମାମଲାର ଅଭିୟୁକ୍ତକୁ ପୋଲିସ ଏମିତି ଖୋଲା ମେଲା ନେବ | ହାତରେ ହାତକଡ଼ି ନଥିବ  !!! ହାତକଡ଼ି ଯଦି ଘଟଣା ସ୍ଥଳରେ ଖୋଲାଯାଇଥିବା, ତେବେ ପୋଲିସ ଚୌକନ୍ନା ନଥିବ !!!! ପୁଣି ବନ୍ଧୁକ ଛଡ଼ାଇଲେ ଜଣେ ଛଡ଼ାଇବ | ଖସିଲେ ସେ ଖସିବ, ତାକୁ ଏନକାଉଣ୍ଟର  କରାଯାଇପାରିଥାନ୍ତା | ଏକାଥରକେ କଣ ୪ ଜଣଂକ ହାତ ଖୋଲା ରଖି ପୋଲିସ ନେଉଥିଲା !! ଯଦି ହାତ ଖୋଲିକି ନେଉଥିଲା ତେବେ ତାହା ପୋଲିସର ଦାୟିତ୍ବହୀନତା ଓ ଆବହେଳା ହୋଇପରେ ବା କାହାଣୀ ଭିନ୍ନ ହୋଇଥାଇପାରେ ବୋଲି ମତ ପ୍ରକାଶ ପାଇଛି | 

ସମାଲୋଚକଙ୍କ କହିବା ଅନୁଯାୟୀ ପୋଲିସର ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇଥାଇପାରେ | ଯଦି ଏହା ସତ୍ୟ, ତେବେ ବଳାତ୍କାର ଅଭିୟୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇ ପୋଲିସ କିଛି ଭୁଲ କରିନି | ମୂଳରୁ  ମାଇଲେ ଯିବା ସରି, ଦେବଙ୍କ ସଂଗେ କିମ୍ପା କଳି ରୀତିରେ ଏକାଥରେ ପୋଲିସ  କାମ ସଫା କରିଦେଇଥିବା ଆଶା କରାଯାଉଛି | କାମ ସଫା. ମାମଲା ଦଫାରଫା | 

      ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ପ୍ରିୟଙ୍କା ରେଡି ଙ୍କର ବଳାତ୍କାର ଓ ହତ୍ୟା କୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥଲା । ଅଭିଯୁକ୍ତ ମାନଙ୍କୁ ତୁରନ୍ତ କଠୋର ଦଣ୍ଡ ଦେବା ପାଇଁ ଦାବି ହେଇ ଆସୁଥିଲା ।

0
0
0
s2sdefault