ହେଡଲାଇନସ୍:

ଗ୍ରୀଭସ ରିଟେଲର ଓଡ଼ିଶାରେ ଖୋଲିଲା EV  ଡ଼ିଲରସିପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଭୁବନେଶ୍ୱରରେ ଏମ୍ପିୟର ପରିବାର ସହିତ ଯୋଡି ହୋଇଛି ମେସର୍ସ  ତୃପ୍ତି ଓ୍ବାନ 

  • ଶସ୍ତା ଓ ସ୍ୱଚ୍ଛ ଲାଷ୍ଟ-ମାଲ ଇ-ମୋବିଲିଟି ସମାଧାନର ବଳିଷ୍ଠ ପ୍ରତିଶ୍ରୁତି 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗ୍ରୀଭତ୍ସ ଏମ୍ପିୟର E 2  ହୁଇଲର ଡିଲରସିପ୍ ଭୁବନେଶ୍ୱରରେ ନୂଆ ଆଉଟଲେଟ  “ତୃପ୍ତି- ୱାନ୍” ପାତ୍ରପଡ଼ାରେ ଖୋଲିଛି  । ଏଥିରେ ସ୍ଲୋ ସ୍ପିଡ୍ ଏବଂ ହାଇ ସ୍ପିଡରେ  ୪ଟି ମଡେଲ୍ V-୪୮, REO, MAGNUS ଏବଂ ZEAL ସ୍କୁଟର ଉପଲବ୍ଧ ଅଛି । ଟ.୩୮,୦୦୦ଙ୍କାରୁ ଆରମ୍ଭ  ହୋଇ ଟ ୮୦,୦୦୦ଙ୍କା ପର୍ଯ୍ୟନ୍ତ ଏହି ଇଲେକ୍ଟିକ୍ ସ୍କୁଟରଗୁଡ଼ିକର ବିଭିନ୍ନ ରେଞ୍ଜ୍ ଅଛି । ସ୍ଲୋ ସ୍ପିଡର  ଗାଡ଼ି ଅତ୍ୟଧିକ ୨୫ କିଲୋମିଟର ପ୍ରତି ଘଂଟାର ଲିମିଟ୍ ଅଛି । ଏହା ସ୍କୁଲ ପିଲାମାନଙ୍କ ଭିତରେ ଭାରି ପ୍ରିୟଭାଜନ ହୋଇପାରିବ ବୋଲି “ତୃପ୍ତି ୱାନ୍” ର ମାଲିକ ମାନସ ରଞ୍ଜନ ଦାସ ଆଶା କରୁଛନ୍ତି ।

“ଗାଡ଼ି ଦ୍ୱାରା ପଦୂଷଣ ନ ହେବା ପାଇଁ ସେ କ୍ଷେତ୍ରରେ ଗ୍ରୀଭସ ଇଲେକ୍ଟି୍ରକ୍ ୨ ଚକିଆ ଯାନ  ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଓଡ଼ିଶାରେ ତୃପ୍ତି ୱାନ୍ ଏହି କାମ କରିବା ପାଇଁ ବଦ୍ଧ ପରିକର”ବୋଲି  କହିଛନ୍ତି ତୃପ୍ତି ୱାନ୍ ର ମାନସ ଦାସ୍ । ଉଦ୍ଘାଟନ କରିବାକୁ ଆସିଥିବା ଏମ୍ପିୟର ଗାଡ଼ିର ସିଇଓ ଶ୍ରୀଯୁକ୍ତ ପି. ସଞ୍ଜିବ ଏହି ଅବସରରେ କହିଲେ “ଭୁବନେଶ୍ୱରରେ କ୍ଲିନଟେକ ମୋବିଲିଟି ଉପରେ ଏକ ନୂତନ କାହାଣୀର ଅଂଶବିଶେଷ ହେବା ପାଇଁ ଆଶା କରିବା ସହ ରୋମାଂଚିତ ଅଟୁ । ସ୍ମାର୍ଟ ସ୍ଥାୟୀ ଏବଂ ଶସ୍ତା ସମାଧାନ ସହିତ ବଟମ-ଅବ-ଦ-ପିରାମିଡରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଂଚିବା ପାଇଁ ଏମ୍ପିୟରର ମିସନକୁ ଏହି ପ୍ରବେଶ ମଜଭୁତ କରୁଛି ।”

0
0
0
s2sdefault