ହେଡଲାଇନସ୍:

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ :  ବଡ଼ବିଲରେ କ୍ୟାଣ୍ଡେଲ ମାର୍ଚ୍ଚ, ଅଭିଯୁକ୍ତଙ୍କୁ ଫାଶୀ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) : ହାଇଦ୍ରାବାଦରେ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ ଏବଂ  ହତ୍ୟା ଘଟଣାର ପ୍ରତିବାଦରେ ଆଜି ବଡ଼ବିଲରେ ଏକ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଉତ୍କଳ ମହିଳା ସମିତି ଓ ଏଆଇଏସଏଫ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀ ଦେବାକୁ ଦାବି କରାଯାଇଛି । ଏହି  କ୍ୟାଣ୍ଡେଲ ମାର୍ଚ୍ଚ ବଡ଼ବିଲ ପୁରୁଣା ବସଷ୍ଟାଣ୍ଡ ଠାରୁ ମେନରୋଡ୍, ନ୍ୟୁ ମାର୍କେଟ୍ ଦେଇ ଶେଷରେ ମଧୁସୂଦନ ଛକଠାରେ ପହଁଚିଥିଲା ସେଠାରେ ସଂଗଠନର ଶତାଧିକ କର୍ମୀ ଏକତ୍ରିତ ହୋଇ ସ୍ୱର୍ଗୀୟା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

 

0
0
0
s2sdefault