ହେଡଲାଇନସ୍:

କାଳିଆ-କିଷାନ କନଭରଜେନ୍ସ ହେବ,  କାଳିଆ ଯୋଜନା ଚାଲୁ ରହିବ : ଡ଼ ଅରୁଣ ସାହୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : କାଳିଆ ଯୋଜନାର ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା | ପିଏମ କିସାନ ସହ କାଳିଆ ମିଶିଯିବ ଓ କାଳିଆ ହଜିଯିବ ବୋଲି ଲୋକଂକ ମନରେ ଧାରଣା ସୃଷ୍ଟି ହୋଇଛି | ଏଭଳି ଆଶଙ୍କା ପରିପ୍ରେକ୍ଷୀରେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସରକାର ଚାଷୀଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରଛନ୍ତି | ହେଲେ ଅନ୍ୟ ପକ୍ଷରେ  କାଳିଆ ଯୋଜନା ଚାଲୁ ରହିବ ବୋଲି କହିଛନ୍ତି କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଡ଼  ସାହୁ କହିଛନ୍ତି ଯେ  କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନ କନଭରଜେନ୍ସ  ହେବ। ହେଲେ କାଳିଆ ଯୋଜନା ଚାଲୁ ରହିବ। କାଳିଆର ୨ୟ କିସ୍ତି ଚାଲୁ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଥିଲା ବେଳେ ସରକାରୀ ଦ୍ୱିତୀୟ କିସ୍ତି ପ୍ରଦାନ ପ୍ରକ୍ରିୟା ଜାରି ରହିଛି । ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିଲା ବେଳେ ଯୋଗ୍ୟ ମଧ୍ୟ ବାଦ ପଡ଼ିଛନ୍ତି । ଏବେ  କାଳିଆ-କିସାନ କନଭରଜେନ୍ସ ବା   ‘କାଳିଆ’କୁ ‘କିଷାନ’ ରେ ମିଶ୍ରଣ କରିବାକୁ ରାଜ୍ୟ ବିଚାର କରୁଛି । ଆନ୍ଧ୍ର ପ୍ରଦେଶ ସରକାର ‘ଅନ୍ନଦାତା ସୁଖିଭବ’ଯୋଜନାକୁ ଯେଉଁଭଳି କିଷାନରେ ଗତ ଫେବୃୟାରୀରେ ମିଶ୍ରଣ  କରିଛି, ସେଇ ଢ଼ାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ‘କାଳିଆ’କୁ ମିଶ୍ରଣ କରିବାକୁ ଚାହୁଁଛନ୍ତି।

କିଷାନରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳୁଥିଲା ବେଳେ କାଳିଆରେ ସରକାର ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିଷାନରେ ବିଲୟ ହେବା ପରେ କେନ୍ଦ୍ର ୬ ହଜାର ଟଙ୍କା ଦେବ, ମାତ୍ର ଆଉ ୪ ହଜାର ଟଙ୍କାର ବୋଝ ରାଜ୍ୟ ବହନ କରିବାକୁ ରାଜ୍ୟ ସମ୍ମତ ହୋଇଛି । ଏହାଛଡ଼ା କାଳିଆ ତାଲିକାରୁ ଯେଉଁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ି ‘କିଷାନ’ରେ ସାମିଲ ନ ହୋଇପାରିବେ (ଭୂମିହୀନ) ସେମାନଙ୍କୁ ସହାୟତା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରାଜ୍ୟର ଏ ପ୍ରସ୍ତାବରେ କେନ୍ଦ୍ର ମଧ୍ୟ ମୋହର  ମାରିଥିବା ସୂଚନା ମିଳିଛି।

 

0
0
0
s2sdefault