ହେଡଲାଇନସ୍:

ଚୋରା ଲୁହାପଥର ବୋଝେଇ ୬ ଡ଼ମ୍ପର ଜବତ ମାମଲା : ଦୁଇ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲେକିନ ଦାଲ ମେ କୁଛ କାଲା ଜରୁର ହେ 

ବଡ଼ବିଲ (ଶାସକ ପ୍ରଶାସକ) ଗତ ନଭେମ୍ବର ମାସ ୨୬ ତାରିଖରେ ବଡ଼ବିଲ ପୋଲିସ ୬ଟି ଡ଼ମ୍ପରକୁ ଝାଡଖଣ୍ଡ ରାଜ୍ୟ ସୀମାନ୍ତ ନାଲଦା ଅଞ୍ଚଳରୁ ଜବତ କରିବାରେ ସଫଳ ହୋଇଥିଲା। ଆଜି ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ପଣସଗଡ଼ା ଅଞ୍ଚଳର ସଞ୍ଜୟ ରାଉତ ଏବଂ ବରହାଟିପିରା ଅଞ୍ଚଳର ଦିବ୍ୟରଞ୍ଜନ ପଣ୍ଡା। ସଞ୍ଜୟ ପିଏମପିଏଲ କମ୍ପାନୀର ବିଆଇଏଲ ସାଇଡିଂରେ ଚାଲାଣ ରିସିଭର କାମ କରୁଥିବା ବେଳେ ଦିବ୍ୟରଞ୍ଜନ ଭିଜୁଆଲ ସିକ୍ୟୁରୀଟି ସଂସ୍ଥା ତରଫରୁ ବିଆଇଏଲ ସାଇଡ଼ିଂରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବାର ଜଣାପଡିଛି। ଏହି ଗାଡି ଗୁଡିକରେ ଉନ୍ନତମାନର ୫-୧୮ ସାଇଜ ଓର ବୋଝେଇ ହୋଇଥିବା ଅବସ୍ଥାରେ ଜବତ ହୋଇଥିଲା। ଯାହାର କି ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ। ଏହି ଲୁହାପଥର ବୋଝେଇ ଟ୍ରକ ପଟ୍ଟନାୟକ ମିନେରାଲସ ଖଣିରୁ  ବିଆଇଏଲ ରେଲୱେ ସାଇଡିଂ ଅଭିମୁଖେ ଯିବା ପରିବର୍ତ୍ତେ ପଡୋଶୀ ଝାଡଖଣ୍ଡ  ରାଜ୍ୟକୁ ଚୋରାରେ ଚାଲାଣ ହେଉଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ୬ଟି ଡ଼ମ୍ପର ବିଆଇଏଲ  ସାଇଡିଂରେ ଲୁହାପଥର ଅନଲୋଡିଂ ନକରି ଚାଲାଣ ରିସିଭରକୁ ହାତ କରି ଚାଲାଣରେ ରିସିଭ ଷ୍ଟାମ୍ପିଂ କରେଇ ନେଇଥିଲେ। ବଡ଼ବିଲ ପୋଲିସ କେଶ ନଂ ୨୨୫ ଧାରା ୩୭୯/୩୮୧/୪୧୧/୪୧୩/୧୨୦ବି ଆଇପିସି ଓ ୨୧ ଏମଏମଡିଆର ଆକ୍ଟରେ କେଶ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଫରୱାର୍ଡ କରିଥିବାର ଜଣାପଡିଛି।

0
0
0
s2sdefault