ହେଡଲାଇନସ୍:

ଅପହଞ୍ଚ ସ୍ୱାସ୍ଥ୍ୟସେବା, ପ୍ରଶାସନ ଉଦାସୀନ : ସଚେତନତା ଅଭାବରୁ ଚାଲିଛି "ଚେଙ୍କ"...ଲଟୁଛି ନିରୀହ ଶିଶୁଙ୍କ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବରଗଡ :- ପ୍ରଶାସନ ଉଦାସୀନ ରହିବା, ସରକାରୀ କର୍ମଚାରୀ ମାନେ ନିଜ ଦାୟିତ୍ୱ ପ୍ରତି ଅବହେଳା କରିବା ସର୍ବୋପରି ଲୋକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରାନଯିବା କାରଣରୁ ଆଜି ବି ଚେଙ୍କ ଭଳି ଖରାପ ବ୍ୟବସ୍ଥା ଆଜି ବି ଚାଲିଛି | ଅନେକ ନିରୀହ ଶିଶୁଙ୍କ ଜୀବନ ଚାଲିଯାଉଛି |

 ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଣ୍ଡାମୁଣ୍ଡା ଗ୍ରାମର ସୁରେନ୍ଦ୍ର କୁଂହାରତୀ (24) ଙ୍କର ଘରେ ଗତ ଅକ୍ଟୋବର ମାସ ଦଶ ତାରିଖ ଦିନ ଏକ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଥିଲା । ଶିଶୁଟିର ଜନ୍ମର କିଛିଦିନ ପରେ ତାର ପେଟ ସବୁବେଳେ ଟାଣ ରହୁଥିବା ଘର ଲୋକେ ଦେଖିବାକୁ ପାଇବା ପରେ ନୂଆପଡ଼ା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନେଇଥିଲେ | ଦୁଇ ଦିନ ନୂଆପଡାରେ ରଖିବା ପରେ ତାକୁ ଘରକୁ ଆଣିଥିଲେ । ଏହାପରେ ପୁଣି ଛୁଆର ସେହିଭଳି ପେଟ ଫୁଲି  ଟାଣ ହେଇଯିବାରୁ ଗାଁର କିଛି ଲୋକ ସୁରେନ୍ଦ୍ରକୁ ଝାରବନ୍ଧ ନିକଟରେ ଲେରଗାଁର ଜଣେ ବୈଦ ପାଖକୁ ନେବାକୁ ପରାମର୍ଶ ଦେଇଥିଲେ । ଲେରଗାଁର ସେହି ଵୈଦ ଛୁଆକୁ ଦେଖିବା ପରେ ଛୁଆ ପେଟରେ ସାତ ଟି ଜାଗାରେ ଚେଙ୍କ ଦେଇଥିଲା । କିଛି ସମୟ ପରେ ଛୁଆଟିକୁ ଧରି ସୁରେନ୍ଦ୍ର ଗାଁ କୁ ଫେରିଥିଲା । ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରିବର୍ତେ ଆହୁରି ଖରାପ ହେଇ ଚେଙ୍କ ଦେବାର 2 ଦିନ ପରେ ଅର୍ଥାତ 24 ଅକ୍ଟୋବର ରାତି ସମୟରେ ଛୁଆଟିର ମୃତ୍ୟୁ ହେଇଯାଇଥିଲା।  ଘଟଣାଟି ପ୍ରାୟ ଦଶ ଦିନ ପୁରୁଣା । ଅତ୍ୟନ୍ତ ସମ୍ବେଦନଶୀଳ ଏହି ଘଟଣା ଦୀର୍ଘ 10ଦିନ ହେଲା ଲୋକଲୋଚନକୁ ଆସି ପାରିଲାନାହିଁ । ଆମ ପ୍ରତିନିଧି ଖବର ପାଇ ଛତିଶଗଡ଼ ସୀମାକୁ ଲାଗି ଥିବା ଏଇ ଗାଁକୁ ଯାଇ ସେ ପରିବାରକୁ ସାକ୍ଷାତ କରିଥିଲେ |  ଛୁଆଟିର ବାପା ସୁରେନ୍ଦ୍ର ସବୁ ବଖାଣିଥିଲେ | ଆଉ ତାଙ୍କ କଥାରୁ ପ୍ରମାଣିତ ହୋଇଗଲା ଯେ ସେ ଅଂଚଳରେ ସ୍ୱାସ୍ଥ୍ୟସେବାର କିଛି ବାପା ମା ନାହିଁ | ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ପହଞ୍ଚୁ ନାହାନ୍ତି ଠିକଣା ଭାବେ | ସେମାନଙ୍କୁ ସଚେତନ କରୁନାହାନ୍ତି ଏଠାରେ ଗୋଟେ କଥା ସ୍ପଷ୍ଟ ଯେ ଏହି ଗ୍ରାମରେ ଥିବା ଆଶା ଦିଦି, ଅଙ୍ଗନବାଡି ଦିଦି ,ANM ତାଙ୍କର କାମ ଠିକ ଭାବରେ କରି ନାହାନ୍ତି । ଲେରଗାଁର ସେ ବଇଦ  ଯିଏ ଏହି ନିରୀହ ଶିଶୁ ଟିକୁ ଚେଙ୍କ ଦେଇଥିଲା ତା ବିରୁଦ୍ଧରେ ତଥା ବଣ୍ଡାମୁଣ୍ଡା ଗ୍ରାମର ଆଶା ଅଙ୍ଗନବାଡି ଦିଦି ତଥା ଏଏନଏମ ଙ୍କର ବିରୋଧରେ ମଧ୍ୟ ଦୃଢ଼ କାର୍ଯନୁଷ୍ଠାନ ହେବା ଜରୁରୀ । ଏହା ସହିତ ଅଂଚଳରେ ପ୍ରବଳ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯିବା ଆବଶ୍ୟକ । 

        ଏହି ଘଟଣା ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଙ୍କର ନଜରକୁ ଆସିବା ପରେ ସେ ନିଶ୍ଚୟ ଭାବରେ ଏହି ଘଟଣାର ଖୁବ ଶୀଘ୍ର ତଦନ୍ତ କରିବେ ବୋଲି କହିଛନ୍ତି ।

0
0
0
s2sdefault