ହେଡଲାଇନସ୍:

ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପାରଳାର ନିରଞ୍ଜନ ବେହେରାଙ୍କୁ ଜାତୀୟ ସମ୍ମାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  କେବଳ ଗଜପତି ଜିଲ୍ଲା ନୁହେଁ , ସମଗ୍ର ଓଡିଶାରେ ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କୁ ସେମାନଙ୍କ ଅଧିକାରର ନ୍ୟାୟ ଦେଇ ସଶକ୍ତ କରାଇବା ଦିଗରେ ପାରଳାଖେମୁଣ୍ଡିର  ନିରଞ୍ଜନ ବେହେରା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସହ ତାଙ୍କର ଏ ଦିଗରେ ଉତ୍କୃଷ୍ଠ କାର୍ଯ୍ୟ ଯୋଗୁଁ ତାଙ୍କ ପାଇଁ ଆଣିଦେଇଛି ଏହି ଜାତୀୟ ସମ୍ମାନ ।

   ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତକରଣ ମନ୍ତ୍ରଣାଳୟର  ସଶକ୍ତକରଣ ଦିବ୍ୟାଙ୍ଗନ ବିଭାଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ  , ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ  ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ମହାମାନ୍ୟ ଉପ-ରାଷ୍ଟ୍ରପତି ଏମ୍ . ଭେଙ୍କେୟା ନାଇଡୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ  ନିରଞ୍ଜନ ବେହେରାଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ଏହି ଜାତୀୟ ସମ୍ମାନ ପ୍ରଦାନ କରିଥିଲେ ।  ତାଙ୍କୁ ମିଳିଥିବା ତାଙ୍କର  ଏହି ଜାତୀୟ ସମ୍ମାନ ଯୋଗୁଁ ସମଗ୍ର ଗଜପତି ଜିଲ୍ଲା ଆଜି ଗର୍ବିତ । ସେ ମଧ୍ୟ ଗଜପତି ଜିଲ୍ଲାକୁ ଦିଲ୍ଲୀ ଦରବାରରେ ପରିଚିତ କରାଇ ଗୌରବ ଆଣି ଦେଇଛନ୍ତି । 

   ପାରଳାଖେମୁଣ୍ଡି ସ୍ଥିତ ଓଡିଆ ପାରଳା ସାହି ବାସିନ୍ଦା ନିରଞ୍ଜନ ବେହେରା । ସେ ଗତ କିଛି ବର୍ଷ ଧରି ଓଡିଶା ବିକଳାଙ୍ଗ ମଞ୍ଚର ସଭାପତି ଥିବା ସହ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ"ର ମଧ୍ୟ ସଭାପତି ଅଛନ୍ତି । 

     ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ମୌଳିକ ଅଧିକାର , ଉଚିତ ନ୍ୟାୟ ଦେବାରେ ସାହାଯ୍ୟ କରିବା ଏବଂ ବିଭିନ୍ନ ସଚେତନତା ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କୁ ସଶକ୍ତ କରାଇବା ଦିଗରେ ନିରଞ୍ଜନ କେବଳ ଗଜପତି ଜିଲ୍ଲାରେ ସୀମିତ ନୁହନ୍ତି , ସେ ସମଗ୍ର ଓଡିଶା ପାଇଁ ତାଙ୍କର ଏହି ଅଭିଯାନ ଜାରି ରଖିଛନ୍ତି ।   ନିରଞ୍ଜନଙ୍କ ଏଭଳି ବ୍ୟକ୍ତିତ୍ୱ ଓ କୃତିତ୍ୱ ଯୋଗୁଁ ତାଙ୍କ ପ୍ରତି ଶୁଭେଚ୍ଛା ଜ୍ଞାପନ କରାଯିବା  ସହ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

 

0
0
0
s2sdefault