ହେଡଲାଇନସ୍:

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭର ମୃତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାରଙ୍ଗପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ଜଣଙ୍କର ମୃତୁ୍ୟ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ଜଣକ ସାରଙ୍ଗପୁର ଗ୍ରାମର ଜିର୍ବଦ୍ଧନ ବରିହାଙ୍କ ପୁଅ ନିଳମଣି ବରିହା (୫୦) ବୋଲି ଜଣାପଡିଛି । ସାରଙ୍ଗପୁର ଗ୍ରାମର ସୁବାଷ ମେହେରଙ୍କ ଟ୍ରାଙ୍କର ଗାଡିର ଡ୍ରାଇଭର ଭାବେ କାମ କରୁଥିଲେ । ମଙ୍ଗଲବାର ସଂଧ୍ୟାରେ ଜମିରେ ରୋଟର ମାରି ଫେରୁଥିବା ବେଳେ ହଠାତ୍ ଏକ ବଳଦ ଟ୍ରାକ୍ଟର ସାମ୍ନାକୁ •ଲିଅସିଥିଲା । ବଳଦ କୁ ବଂ•ଇବାକୁ ଯାଇ ଟ୍ରାକ୍ଟର କୁ ସାଇଡ୍ କୁ ମୋଡିଦେଇଥିଲେ ଫଳରେ  ଟ୍ରାକ୍ଟର ଟି ଏକ ଖାଳରେ ପଡିଯାଇ ଓଳଟି ଯାଇଥିଲା  ଏବଂ ସେଥିରେ •ପି ହୋଇ ଘଟଣା ସ୍ଥଳରେ ନିଳମଣୀଙ୍କର ମୃତୁ୍ୟ ଘଟିଥିଲା  । ତାଙ୍କର ଭାଇ ଚନ୍ଦ୍ରମଣୀ ବରିହା ମେଲଛାମୁଣ୍ଡା ପୋଲିସ କୁ ଜଣାଇଥିଲେ । ଘଟଣା ସ୍ଥଳକୁ ମେଲଛାମୁଣ୍ଡା ପୋଲିସ ପହଂଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଥିଲେ । ମୃତ ଶରୀରକୁ ବୁଧବାର ଦିନ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୧୫୧/୧୯ ଦଫା ୨୭୯/୩୦୪(ଏ) ମାମଲା ରୁଜୁ ହୋଇଛି । ଘଟଣାଟିକୁ ସବ-ଇନସପେକ୍ଟର ପ୍ରମୋଦ କୁମାର ସାହୁ ତଦନ୍ତ କରୁଛନ୍ତି । ଦୁର୍ଘଟଣାଗ୍ରସ୍ଥ ନିଲ ରଙ୍ଗର ସୋନାଲିକା ଟ୍ରାକ୍ଟରଟିକୁ ପୁଲିସ ଜବତ କରି ଥାନାକୁ ନେଇ ଆସିଛି । 

0
0
0
s2sdefault