ହେଡଲାଇନସ୍:

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ପାରଳାଖେମୁଣ୍ଡି ଡିଭିଜନର ସାଧାରଣ ବୈଠକ ଓ ନିର୍ବାଚନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ଠାରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ପାରଳାଖେମୁଣ୍ଡି (ଗଜପତି) ଡିଭିଜନର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   

  ଏହି ଅବସରରେ କେନ୍ଦ୍ରୀୟ ସଂଘର କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ  କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ଯେତେବେଳେ ରାଜ୍ୟରେ ୧୯୮୨ ମସିହାରେ  ଓଏସଇବି. କାର୍ଯ୍ୟ କରୁଥିଲା , ସେତେବେଳେ ଆମର ଗ୍ରାହକ , ଲାଇନ ଓ ସଵଷ୍ଟେସନକୁ ନେଇ ଏକ ଗ୍ରାଷ୍ଟିକ ସୃଷ୍ଟି ହୋଇଥିଲା। 

  ସେତେବେଳେ ବିଶେଷ ଭାବେ ଯନ୍ତ୍ରୀ ମାନଙ୍କ ସମେତ ସେକ୍ସନ , ସବ-ଡିଭିଜନ ଓ ସର୍କଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି କିନ୍ତୁ ଗୋଟିଏ ହେଲେ ଲାଇନମେନ ପଦବୀ ଆଜି ପର୍ଯ୍ୟନ୍ତ ବୃଦ୍ଧି ପାଇଲା ନାହିଁ । ଏମିତି କି   ୧୯୮୨ ମସିହାକୁ ଆଜିର ୨୦୧୯ ମସିହାକୁ ଯଦି ଗ୍ରାହକ ଓ ଲାଇନମେନଙ୍କୁ ହିସାବର  ତୁଳନା କରାଯାଏ ତା'ହେଲେ ଏଥିରେ ଆକାଶ ପାତାଳର ପ୍ରଭେଦ ରହିଛି । ଶ୍ରମିକ ମାନେ ଆଜି ଯେଉଁ ଫିଡ଼ରେ କାମ କରୁଛନ୍ତି , ସେମାନେ ରାଜସ୍ୱ ଆଦାୟ କରିବା ଠାରୁ ଆରମ୍ଭ କରି ଗ୍ରାହକ ମାନଙ୍କୁ ତୁରଣ ସେବା ଯୋଗାଇ ଦେବା ଯଥା ଘରକୁ ବିଜୁଳି ଆଲୋକ ଦେବା ପର୍ଯ୍ୟନ୍ତ ଲାଇନ ଓ ସବ-ଷ୍ଟେସନ ମରାମତି କାମ ପର୍ଯ୍ୟନ୍ତ ଯେଉଁ ଭଳି ଭାବେ ଅଳ୍ପ ସଂଖ୍ୟକ ଶ୍ରମିକ କର୍ମଚାରୀଙ୍କୁ ନେଇ ଆଉଟ-ସୋର୍ସ ମାଧ୍ୟମରେ ରାଜ୍ୟ ସରକାର ହେଉବା ଓଇଆରସି: ହେଉବା  ରାଜ୍ୟର ୪ ଟା ବିଦ୍ୟୁତ କମ୍ପାନୀ  ହୁଅନ୍ତୁ , ସେହିମାନଙ୍କ ଦ୍ୱାରା ପ୍ରକୃତରେ ଏକ ଶ୍ରମିକ ଶୋଷଣ ନୀତି ଚାଲିଛି , ଯାହାକି ସେମାନଙ୍କୁ ଅତି ନିମ୍ନ-ମାନର ୫ ରୁ ୬ ହଜାର ଟଙ୍କା ମାତ୍ର ଦରମା ଦେଉଛନ୍ତି । ଯେଉଁ କ୍ଷେତ୍ରରେ ଜଣେ ସେହି କେତଗୋରୀର ରେଗୁଲାର ବ୍ୟକ୍ତି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଛନ୍ତି । 

  ଏକ ଆଉଟ ସୋର୍ସ ମାଧ୍ୟମରେ ସେମାନେ ଏମାନଙ୍କୁ  ମାତ୍ର ୫ ରୁ ୬ ହଜାର ଟଙ୍କା ଦେଇ କାର୍ଯ୍ୟ ହାସଲ କରିଛନ୍ତି , ସେମାନଙ୍କ କାର୍ଯ୍ୟ ପରିଚାଳନାରେ , ତେଣୁ ଏଭଳି କାର୍ଯ୍ୟ-ନୀତିକୁ ଆମେ ଘୋର ବିରୋଧ ଓ ନିନ୍ଦା କରୁଛୁ ବୋଲି କହିଥିଲେ । ସଂଘ ପକ୍ଷରୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ସହ ଉପଯୁକ୍ତ ପଦବୀ ଓ ଦରମା ଦେବା ପାଇଁ  ବୈଠକରେ ଦାବି କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ କେନ୍ଦ୍ରୀୟ ସଂଘର ଉପ-ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ , ଯୁଗ୍ମ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ବିଶୋଇ ଏବଂ କୋଷାଧ୍ୟକ୍ଷ ସଞ୍ଜୀବ ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।  ଆୟୋଜିତ ପାରଳାଖେମୁଣ୍ଡି ଡିଭିଜନର କର୍ମକର୍ତ୍ତା ନିର୍ବାଚନରେ ସୁକାନ୍ତ ପଣ୍ଡା ଡିଭିଜନ ସମ୍ପାଦକ ଭାବେ , ଗୋପୀନାଥ ବିଶ୍ବାଳ ଉପଦେଷ୍ଠା ଭାବେ ଏବଂ କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟ ଭାବେ ଅଶ୍ୱିନୀ କୁମାର ସ୍ୱାଇଁ ଓ ଅନ୍ୟ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ ।

   ଏହି ବୈଠକ କାର୍ଯ୍ୟକ୍ରମରେ ମୁଖ୍ୟତଃ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସହ ସଙ୍ଗଠନକୁ କିଭଳି ସୁଦୃଢ଼ କରାଯିବ , ଆଉଟ-ସୋର୍ସ ମାନଙ୍କ ଚାକିରୀ କିଭଳି ନିୟମିତ ହେବ ଏବଂ ଗ୍ରାହକ ମାନଙ୍କ ସମସ୍ୟା ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଗୁଣୁପୁର ଡିଭିଜନର ଉପଦେଷ୍ଠା ରାଧାକାନ୍ତ ଦାସ , କେନ୍ଦ୍ରୀୟ ସଂଘର କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ କୁମାର ପାଢୀ , ପିତାମ୍ବର ପଣ୍ଡା ଏବଂ ରଜତ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁକାନ୍ତ ପଣ୍ଡା ପରିଚାଳନା କରିଥିଲେ।

0
0
0
s2sdefault