ହେଡଲାଇନସ୍:

ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ : ଶୁଭେନ୍ଦ୍ର ଗଂଜାମ ଓ ଧରଣୀଧର କଟକ ଏଡ଼ିଏମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ଶାସକ ପ୍ରଶାସକ) : ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ, କେନ୍ଦୁଝର ପିଡ଼ି ଡିଆରଡ଼ିଏ ଉଦ୍ଧବ ଚରଣ ମାଝୀ (ଯୋଜନା ଓ ସମନ୍ୱୟ ବିଭାଗ) ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ଇଡ଼କୋ ସିଜିଏମ୍ ଡ. ଗଣେଶ୍ୱର ଜେନାଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ମହେଶ୍ୱର ପାଣିଗ୍ରାହୀଙ୍କୁ କେନ୍ଦୁଝର ପିଡ଼ି, ଡିଆରଡିଏ , କଟକର ଏଡିଏମ୍ ଶ୍ରୀକାନ୍ତ ତରାଇଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡର ସମ୍ପାଦକ , ଶିଳ୍ପ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଗଞ୍ଜାମ ଏଡ଼ିଏମ୍ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଏଡ଼ିଏମ୍ ଲକ୍ଷ୍ମୀକାନ୍ତ ସେଠୀ ଶ୍ରମ ବିଭାଗର ଯୁଗ୍ମ ସଚିବ, ଓଡ଼ିଶା ଏସସି ଆଣ୍ଡ ଏସଟି ଡେଭେଲପମେଣ୍ଟ ଫାଇନାନସ୍ କୋଅପରେଟିଭ କର୍ପୋରେସନର ଜେନେରାଲ୍ ମ୍ୟାନେଜର ବାଳମୁକୁନ୍ଦ ଭୂୟାଁ ମାଲକାନଗିରି ପିଡ଼ି ଡିଆରଡିଏ ଓ  କଳାହାଣ୍ଡି ପିଡି ଡିଆରଡିଏ ଜ୍ଞାନରଂଜନ ଭଞ୍ଜଦେଓଙ୍କୁ ଗଜପତି ଏଡ଼ିଏମ୍ ଭାବେ ଅବସ୍ଥାପିତ କରାଯାଇଛି  ।

ସେହିପରି କଟକ ଏଡ଼ିଏମ୍ ଭାବେ ନିକୁକ୍ତ ହୋଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଧରଣୀଧର ନନ୍ଦ ।  ପ୍ରଭାତ କୁମାର ମହାପାତ୍ର କଳାହାଣ୍ଡି ପିଡ଼ି,ଡିଆରଡିଏ ଭାବେ ନିଯୁକ୍ତି ମଳିଥିବା ବେଳେ ଦୋଳମଣି ପଟେଲଙ୍କର ବଦଳି ଆଦେଶକୁ ବାତିଲ କରାଯାଇ ତାଙ୍କୁ ପୂର୍ବଭଳି ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ଅପରିବର୍ତ୍ତିତ ରଖ ଯାଇଛି । ଉପବାଚସ୍ପତିଙ୍କର ବ୍ୟକ୍ତିଗତ ସଚିବ ରବୀନ୍ଦ୍ର କୁମାର ସେଠୀ  ପୂର୍ବପରି କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସଡି ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

 ଆଠଗଡ଼ ବିଡ଼ିଓ ଅଜାମ୍ବର ମହାନ୍ତିଙ୍କୁ ଢ଼େଙ୍କାନାଳ ଡିଆରଡିଏର ଏପିଡି(ପ୍ରଶାସନ) , ସରୋଜ କୁମାର ବେହେରାଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ, ଧର୍ମଗଡ଼ ବିଡ଼ିଓ ଅଶୋକ କୁମାର ଭୋଇଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ ଭାବେ, ପାରଳାଖେମୁଣ୍ଡି ଆଇଟିଡିଏ ପିଏ ଶେଷଦେବ ମିଶ୍ରଙ୍କୁ ପାରଳଖେମୁଣ୍ଡି ଅତିରିକ୍ତ ଉପଜିଲ୍ଲାପାଳ ଭାବେ ସର୍ଵପାରୀ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବିଡ଼ିଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଫୁଲବାଣୀ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ  କରିଛନ୍ତି ରାଜ୍ୟ ସରକାର | 

0
0
0
s2sdefault