ହେଡଲାଇନସ୍:

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ନେଭାଲ-ଡେ ଉପଲକ୍ଷେ "ରକ୍ତଦାନ ଶିବିର"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ  ପରିସରରେ ନେଭାଲ-ଡେ ଉପଲକ୍ଷେ ବିଦ୍ୟାଳୟର ଏନ.ସି.ସି ନେଭାଲ ଓ ଆର୍ମି ୱଙ୍ଗ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ  ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼ଃ.ବୃଷକେତୁ ଦାସ , ପ୍ରଦୀପ କୁମାର ନାୟକ , ବସନ୍ତ ଦାସ ଏବଂ  ରମେଶ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।  ଏହି ରକ୍ତଦାନ ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।   ଉକ୍ତ ରକ୍ତଦାନ ଶିବିର  ବିଦ୍ୟାଳୟରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ରକ୍ତଦାନ ଶିବିରକୁ ଜିଲ୍ଲା ରକ୍ତ-ଭଣ୍ଡାର ଅଧିକାରୀ ଡାଃ.ଏମ୍ . ରାମଲକ୍ଷ୍ମୀ ଏବଂ ଖଗେଶ୍ୱର ବେହେରା ପରିଚାଳନା କରିଥିବା ବେଳେ  ବିଦ୍ୟାଳୟର  ଏନ.ସି.ସି ଅଫିସର ହରିହର ଦାସ ଓ ଜଗନ୍ନାଥ ପଟ୍ଟନାୟକ , ବରିଷ୍ଠ ଶିକ୍ଷକ ମହେନ୍ଦ୍ର କୁମାର ବଡ଼ମୁଣ୍ଡି , ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ଓ ଚିତ୍ରୀ ରଥ ସମେତ ଏନ.ସି.ସି ଓ ନେଭାଲ କେଡ଼େଟ ଛାତ୍ର ମାନେ ସହଯୋଗ କରିଥିଲେ ।

 

0
0
0
s2sdefault