ହେଡଲାଇନସ୍:

କିଛି ହଁ କୁ କିଛି ନାଁ : ଦେଖାଯାଉ ଲୋକ ମାନୁଛନ୍ତି କି ନାହିଁ ପ୍ରଶାସନର ମନା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଶୁ ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ଜନସଚେତନତା

(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ବେଲାଦୁଲା ଗ୍ରାମରେ ପଶୁବଳି ପ୍ରଥା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସୂଚନା ମୁତାବକ ବେଲାଦୁଲା ଗ୍ରାମରେ ମାମାଉଳିଙ୍କ ପୀଠରେ  ଦୀର୍ଘ ବର୍ଷଧରି ପଶୁବଳି ଦିଆଯାଉଛି I ପ୍ରତ୍ୟେକବର୍ଷ ମାର୍ଗଶୀର ମାସର ଚତୁର୍ଥ ଗୁରୁବାର ଦିନ ଏହି ପୀଠରେ ଶହଶହ ପଶୁଙ୍କୁ ବଳି ଦିଆଯାଇଥାଏ I ପଶୁବଳି ପ୍ରଥାକୁ  ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରିବାର  ନିୟମ ରହିଥିବା ବେଳେ ସଚେତନତା ଅଭାବରୁ ଏହି ଗ୍ରାମର ଲୋକମାନେ ଏହି ପ୍ରଥାକୁ ଚଳେଇ ଆସୁଛନ୍ତି I ଏନେଇ ଆଠମଲ୍ଲିକ ପ୍ରଶାସନ ପକ୍ଷରୁ ସହକାରୀ ଉପଜିଲ୍ଲାପାଳ ନାରାୟଣ ମହାପାତ୍ର,କିଆକଟା ଥାନା ଏ.ଏସ.ଆଇ. ସଞ୍ଜୟ ବେହେରାଙ୍କ ଆଜି ବେଲାଦୁଲା ଗ୍ରାମର ଲୋକଙ୍କୁ ଭେଟି ବୁଝାସୁଝା କରିବା ସହିତ ପଶୁ ବଳିଭଳି ଏକ କୁପ୍ରଥା କୁ ବନ୍ଦକରିବାପାଇଁ କହିଥିଲେ I ଏପଟେ ଗ୍ରାମବାସୀଙ୍କ ପକ୍ଷରୁ କିଛି ବ୍ୟକ୍ତି ପ୍ରଶାସନିକ ଅଧିକାରୀଙ୍କ କଥାକୁ ଗହଣ କରିଥିବା ବେଳେ ଆହୁରି ଅନେକ ବ୍ୟକ୍ତି ପଶୁବଳି ପ୍ରଥାକୁ ଚାଲୁ ରଖିବୁ ବୋଲି ପ୍ରଶାସନିକ ଅଧିକାରୀ ମାନଙ୍କୁ କହିଛନ୍ତି I ତେବେ ଚଳିତ ବର୍ଷ ତା.05/12/2019ରିଖ ଗୁରୁବାର ଦିନ ଦିବା 3ଘଟିକା ସମୟରେ ମା ମାଉଳି ପୀଠରେ ବଳିପୂଜା ହେବାର କାର୍ଯ୍ୟକ୍ରମ ରହିଛି I ଆଠମଲ୍ଲିକ ପ୍ରଶାସନ ପକ୍ଷରୁ ଏହି ପଶୁବଳି ପ୍ରଥାକୁ ବନ୍ଦ କରିବା ପାଇଁ କଣ ପଦକ୍ଷେପ ନିଆଯିବ ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି I

 

0
0
0
s2sdefault