ହେଡଲାଇନସ୍:

ଦିବ୍ୟାଙ୍ଗ  ହସିଲେ ଦୁନିଆ ହସିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ଦିଲ୍ଲୀପ ମହାନ୍ତି -ଡିସେମ୍ବର ୩ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ପରିସରରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ସମସ୍ତେ ଚିନ୍ତା କରିବା, ସହାନୁଭୂତି, ସହନଶୀଳ,ଦୟା,ସ୍ନେହ , ସହଯୋଗର ହାତ ବଢ଼ାଇବା ବାର୍ତ୍ତା ନେଇ ଏକ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ର ଛାତ୍ରୀ ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ସହର ପରିକ୍ରମା କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା  । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ସଭାପତିତ୍ବ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଧର୍ମାନନ୍ଦ ବେହେରା ଯୋଗ ଦେଇ ସାଧରଣ ମନୁଷ୍ୟ ଓ ଭିନ୍ନକ୍ଷମ ସମସ୍ତେ ଈଶ୍ୱରଙ୍କ ସନ୍ତାନ , ତେଣୁ ସେମାନେ ମଧ୍ୟ ସମାଜରେ ସୁସ୍ଥ ଓ ଇଜ୍ଜତର ସହିତ ବଞ୍ଚିବା  ଉଚିତ । ଏହା ସହ ସେମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସୁବିଧା ଯୋଗାଇ ‌ ଦେବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ପ୍ୟନ୍ତ ସମସ୍ତେ  ବଦ୍ଧ ପରିକର ହେବା ଉଚିତ । ଦିବ୍ୟାଙ୍ଗ ହସିଲେ ଭଗବାନ ହସିବେ ତେଣୁ ସମସ୍ତେ ଦିବ୍ୟାଙ୍ଗ ମାନଙ୍କ ପ୍ରତି ସ୍ନେହ, ସହନଶୀଳତା, ସହଯୋଗର ହାତ ବଢ଼ାଇବା ପାଇଁ ଆହ୍ୱାନ ଦେଇଥିଲେ ।  ଏହି ଦିବସ ପାଳନ ଅବସରରେ ବ୍ଲକସ୍ତରୀୟ ସମନ୍ଵିତ କ୍ରୀଡା ଓ ନୃତ୍ୟ ଗୀତ ପ୍ରତିଯୋଗୀତା ଆୟୋଜିତ କରାଯାଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ  ପୁରସ୍କାର ପ୍ରଦାନ କରାଯାଇଥିଲା ।

 

0
0
0
s2sdefault