ହେଡଲାଇନସ୍:

ବୁଲବୁଲ ପାଇଁ ୫୫୨ କୋଟି କେନ୍ଦ୍ରୀୟ ସହାୟତା :  ମୋଦି-ଶାହାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ)  – ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଓଡିଶାବାସୀଙ୍କ ଆବଶ୍ୟକତାକୁ ସର୍ବଦା ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦ । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୫୫୨ କୋଟି ଟଙ୍କା ରାଜ୍ୟ ସରକାରଙ୍କର ବୁଲବୁଲ ସ୍ଥିତିକୁ ଭଲରେ ଅନୁଧ୍ୟାନ କରିବାରେ ତଥା ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଜୀବନଜୀବିକାର ପୁନଃଉଦ୍ଧାର କାର୍ଯ୍ୟରେ ସହାୟକ ହେବ ବୋଲି ସେ କହିଛନ୍ତି ।

0
0
0
s2sdefault