ହେଡଲାଇନସ୍:

କି ଉଦ୍ଘାଟନ ଯାତରା : ୧୦ଟାରେ ସରପଂଚ, ୧୧ଟାରେ ବିଧାୟକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ଫଳକ ମାରିବା ବା ଉଦ୍ଘାଟନ କରିବା ନିଶା ନେତାଙ୍କ ଏମିତି ବା ନା ନେବା ନିଶା ଏମିତି ଯେ ଗୋଟିଏ କାମକୁ ଏକ ଦିନରେ ଗୋଟିଏ ଘଣ୍ଟା ବ୍ୟବଧାନରେ ଉଦଘାଟନ କରିଛନ୍ତି ବିଧାୟକ ଓ ସରପଂଚ | ଏହାକୁ ନେଇ ଲୋକ ଯେତିକି ଖୁସି ନୁହନ୍ତି, ତାଠାରୁ ଏବେ ଅଧିକ ଚର୍ଚା ଚାଲିଛି ଦୁଇ ଲୋକ ପ୍ରତିନିଧିଙ୍କ ଉଦଘାଟନ ଯାତରାକୁ ନେଇ | ଘଟଣାଟି ଘଟିଛି ଦଶପଲ୍ଲା ନିର୍ବାଚନମଣ୍ଡଳୀ ହରିପୁର ପଂଚାୟତରେ ୩୩/୧୧ କେଭି ସବଷ୍ଟେସନ ଉଦ୍ଘାଟନକୁ ନେଇ | ହରିପୁର ୩୩/୧୧ ପ୍ରାଇମେରୀ ସବଷ୍ଟେସନକୁ ସ୍ଥାନୀୟ ହରିପୁର ସରପଂଚ ସକାଳ ୧୦ ବେଳେ ଉଦଘାଟନ କରିଥିବା ବେଳେ ଦଶପଲ୍ଲା ବିଧାୟକ ଦଳବଳ ନେଇ ୧୧ଟା ବେଳେ ଉକ୍ତ ସବଷ୍ଟେସନର ଫଳକ ଉନ୍ମୋଚନ କରି ପୁନଃ ଆନୁଷ୍ଠାନିକ  ଭାବେ ଉଦଘାଟନ କରିଥିଲେ । ୧ଘଂଟା ବ୍ୟବଧାନରେ ୨ଥର ଉଦଘାଟନ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

ମିଳିଥିବା ସୂଚନା ଅନୁଯାୟୀ,  ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ବକାଳ ଧରି ଉକ୍ତ ସବଷ୍ଟେସନର ନିର୍ମାଣ କାର୍ଯ୍ୟ ଚାଲିଥିଲା । ତାକୁ ଲୋକାର୍ପିତ କରିବା ପାଇଁ ନିର୍ମାଣ ଏଜେନ୍ସି ଗୁପ୍ତା ପାୱାର  ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ସହ ଆଲୋଚନା କରି ସମୟ ଧାର୍ଯ୍ୟ କରିଥିଲେ । ତଦନୁଯାୟୀ ଉଦଘାଟନ ପର୍ବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ସ୍ଥାନୀୟ ସରପଂଚ ସ୍ୱପ୍ନାରାଣୀ ମହାପାତ୍ରଙ୍କୁ ଏନେଇ କୈାଣସି ସୂଚନା ଦିଆଯାଇନଥିଲା । ଉଦଘାଟନ ବେଳେ ଉନ୍ମୋଚିତ ହେବାକୁ ଥିବା ଫଳକରେ ସରପଂଚଙ୍କ ନାମ ସ୍ଥାନ ପାଇନଥିଲା । ଏକଥା ଜାଣିବା ପାରେ ସରପଂଚ ନିଜେ ତାଙ୍କର ଶତାଧିକ ସମର୍ଥକମାନଙ୍କୁ ନେଇ ଉଦଘାଟନ ସ୍ଥଳରେ ପହଂଚିଥିଲେ । ଫାଟକରେ ବନ୍ଧା ଯାଇଥିବା ନାଲି ରିବନ ଫିତା କାଟି ପ୍ରାଇମେରୀ ସବଷ୍ଟେସନକୁ ଉଦଘାଟନ କରିଥିଲେ । ଫଳକରେ ସରପଂଚଙ୍କୁ ଗୁରୁତ୍ୱ ଦିଆଯାଇନଥିବା ନେଇ ସମର୍ଥକ ମାନେ ଶାନ୍ତିପୁର୍ଣ୍ଣ ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏ ଘଟଣାର ଘଂଟାକ ପରେ ଦଶପଲ୍ଲା ବିଧାୟକ ସମର୍ଥକ ମାନଙ୍କ ସହିତ ଉଦଘାଟନ ସ୍ଥଳରେ ପହଂଚି  ଫଳକ ଉନ୍ମୋଚନ ପରେ ସେଠାରେ ଉଦଘାଟନୀ ସଭାରେ ବକ୍ତବ୍ୟ ରଖିଥିଲେ । ସରପଂଚ ଜଣେ ନିର୍ଦର୍ଳୀୟ ପ୍ରାର୍ଥି ହୋଇଥିବାରୁ ତାଙ୍କ ପ୍ରତି ଏଭଳି ଅଣଦେଖାକୁ ଅନେକ ନାପସନ୍ଦ କରିଥିଲେ । ତେବେ ଏଠାରେ ସୂଚନା ଯୋଗ୍ୟଯେ ଗତ ବିଧାନସଭା ନିର୍ବାଚନ ବେଳେ ବିଜେଡିର ତତ୍କାଳୀନ ବିଧାୟକ ପୁର୍ଣ୍ଣଚନ୍ଦ୍ର ନାୟକଙ୍କୁ ନୂଆଗାଁ ବ୍ଲକର ୨୦ଟି ପଂଚାୟତର ସରପଂଚ ସମର୍ଥନ କରୁଥିଲେ । ବିଜେଡି ଦଳରୁ ଟିକେଟ ନପାଇ ପୁର୍ଣ୍ଣଚନ୍ଦ୍ର ନାୟକ ବିଜେପି ଦଳରୁ ଦଶପଲ୍ଲାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ଏହି ୨୦ଜଣ ସରପଂଚ ତାଙ୍କୁ ସମର୍ଥନ ଜାରି ରଖିଥିଲେ । ଦଶପଲ୍ଲା ନିର୍ବାଚନ ମଣ୍ଡଳିରୁ ଜାତୀୟ ଦଳ କଂଗ୍ରେସ ବିଲୁପ୍ତ ହେବାକୁ ବସିଥିବା ବେଳେ କଂଗ୍ରେସ ସହିତ ଅନ୍ୟଦଳର ସମର୍ଥକମାନଙ୍କ ସମର୍ଥନରେ ବର୍ତମାନର ବିଧାୟକ ରମେଶ ବେହେରା ନିର୍ବାଚିତ ହୋଇଥିଲେ । ସେବେଠାରୁ ଏହି ୨୦ଗୋଟି ପଂଚାୟତରେ ହେଉଥିବା ଶିଳାନ୍ୟାସ, ଉଦଘାଟନ କିମ୍ବା କୈାଣସି ବିକାଶ ମୁଳକ କାର୍ଯ୍ୟ ପାଇଁ ଆଲୋଚନାଚକ୍ରରେ ବିଧାୟକ ଏକା ଭାଗନେଇଥାନ୍ତି । ଅଜଣା ଇଙ୍ଗିତରେ ପ୍ରଶାସନ ଏହି ସରଂଚମାନଙ୍କୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ତେଣୁଏମାନଙ୍କ ଭିତରେ ଥିବା ଅସନ୍ତୁଷ୍ଟ ବିଜେଡି ସମର୍ଥକଙ୍କ ସଂଖ୍ୟା ବି କମ୍ ନୁହେଁ । ତେଣୁ ସରପଂଚ ଏବଂ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ରହୁ ନଥିବାରୁ ଏଠାରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ । ଏହାର ଫଳ ଭୋଗନ୍ତି ସାଧାରଣ ଜନତା। 

0
0
0
s2sdefault