ହେଡଲାଇନସ୍:

ସ୍ୱର୍ଗରୁ ଆସି ବାର୍ଦ୍ଧକ୍ୟ ଭତା ଗ୍ରହଣ କରିଛନ୍ତି ସ୍ୱର୍ଗତା ମହିଳା ଜିଳ୍ଳାପାଳଙ୍କ ପାଖରେ ତଦନ୍ତ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନା ଛୁଆ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ମମତାଠୁ ହରିଶ୍ଚନ୍ଦ୍ର ଯାଏଁ, ହେଲେ ତାଙ୍କ କର୍ମଚାରୀ ଓ ଅଧିକାରୀ ମାନେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଚାରିପାଦ ଆଗରେ | ସେମାନେ ସ୍ୱର୍ଗକୁ ଯାଇ ହିତାଧିକାରୀଙ୍କୁ ଭତ୍ତା ଦେଇକି ଆସୁଛନ୍ତି ନଚେତ ସ୍ୱର୍ଗରୁ ଆସି ତାଙ୍କର ଭତ୍ତା ନେଇ ଯାଉଛନ୍ତି | ହଁ, ଏମିତି ସମ୍ଭବ ହୋଇଛି ବରଗଡ଼ ଜିଲ୍ଲା ମେଲଚ୍ଛାମୁଣ୍ଡା ଥାନା ଅଂଚଳରେ |                                                    ମେଲଛାମୁଣ୍ଡା ଥାନା ଅନ୍ତର୍ଗତ  ସନିମାଲ ଗ୍ରାମପଂଚାୟତ ଅର୍ନ୍ତଗତ ବାଟତେର୍ମା ଗ୍ରାମର ବିଧବା ବୃଦ୍ଧା ମୃତ୍ୟୁ ବାରଣ କରିବାର  ପାଂଚ ଦିନ ପରେ ସ୍ୱର୍ଗରୁ ଆସି ତାଙ୍କର ନୂତନ କରି ମଂଜୁରୀ ହୋଇଥିବା ପାଂଚ ମାସର ପନ୍ଦର ଶହ ଟଙ୍କା ଟିପ ଚିହ୍ନ ଦେଇ ନେଇଛନ୍ତି| ହଁ ଏଇଟା ସରକାରୀ ରେକର୍ଡ କହୁଛି |  ଘଟଣାଟି ଲୋକଲୋଚନକୁ ଆସିବା ପରେ ସବୁ ମହଲରେ ୟାକୁ ନେଇ ଚର୍ଚ୍ଚା ଜୋରଦାର |  ଘଟଣା ସଂପର୍କରେ ଅବଗତ ହେଲା ପରେ ଜଣେ ସାମାଜିକ କର୍ମି ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇ ଘଟଣାର ତଦନ୍ତ କରି ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ  ଦାବୀ ସହ ଘଟଣାର ପର୍ଦାଫାସ ପାଇଁ ଦାବୀ କରିଛନ୍ତି । ଘଟଣାଟି ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 ପ୍ରାପ୍ତସୂଚନାନୂସାରେ ପଦ୍ମପୁର ଉପଜିଲ୍ଳାପାଳଙ୍କ ଅଫିସ ପତ୍ର ସଂ ୬୨୭୭ ତା.୧୨.୧୨.୨୦୧୬ରେ ସୋହେଲା ବ୍ଳକ ଅର୍ନ୍ତଗତ ବିଭିନ୍ନ ପଂଚାୟତର ୪୫ଜଣ ହିତାଧିକାରୀଙ୍କ ନାମରେ ଭତା ଟଙ୍କା ମଂଜୁରୀ ଆଦେଶର ଏକ ନକଲ  ଅଫିସ ପତ୍ର ସଂ ୬୨୭୮ରେ ସୋହେଲା ବିଡିଓଙ୍କ ପାଖକୁ ଆସିଥିଲା । ଏହି ପତ୍ରରେ ସନିମାଲ ଗ୍ରାମ ପଂଚାୟତର ବାଟତେର୍ମାର ଗ୍ରାମର ହିତାଧିକାରୀ ମଦନା ବରିହାଙ୍କ ନାମ ମଧ୍ୟ ଆସିଥିଲା । ବୃଦ୍ଧା ମଦନା ବରିହାଙ୍କୁ ଅଗଷ୍ଟ ୨୦୧୬ ରୁ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ପାଂଚ ମାସର ପନ୍ଦର ଶହ ଟଙ୍କା ପ୍ରଦାନ ପାଇଁ ନିର୍ଦେଶ ମଧ୍ୟ ରହିଥିଲା । ପତ୍ର ଅନୁସାରେ ୨୧.୧୨.୨୦୧୬ ଦିନ ବ୍ଳକର ଜଣେ ସରକାରୀ କର୍ମଚାରୀ ଟଙ୍କା ଗ୍ରହଣ କରିବା ସହ ମଦନା ବରିହାଙ୍କ ଟିପଚିହ୍ନ ଗ୍ରହଣ କରି ଟଙ୍କା ତକ ପ୍ରଦାନ କରିଥିବା ସରକାରୀ କାଗଜାତରେ ଉଲ୍ଳେଖ ଅଛି ମାତ୍ର ଚିନ୍ତାର ବିଷୟ ଯେ ମଦନା ବରିହାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଅନୁସାରେ ୧୭.୧୨.୨୦୧୬ରେ ମୃତ୍ୟୁ ହୋଇଯାଇଥିଲା । ତେବେ ସ୍ୱର୍ଗତା ବରିହା ସ୍ୱର୍ଗରେ ଥିବା ବେଳେ ତାଙ୍କ ଟିପ ଚିହ୍ନ ଦେଇ ତାଙ୍କ ନାମରେ ନେଲା କିଏ..? 

0
0
0
s2sdefault