ବାରିପଦା(ଦିଲ୍ଲୀପ ମହାନ୍ତି )- ରାଇଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା କ୍ରମଶଃ ଜଟିଳ ହେବାକୁ ଯାଉଛି । ଏହି ସମୟରେ ଆଜି ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷା ଡ଼ଃ. ମିନତୀ ବେହେରା ଆଜି ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ଉମାଦେଇପୁର ଗ୍ରାମକୁ ଯାଇ ଆତ୍ମହତ୍ୟା କରିଥିବା ଅଧ୍ୟାପିକାଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହାପରେ ମହିଳା କମିଶନର ଡ଼ଃ. ବେହେରା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଅଧ୍ୟାପିକା ଆତ୍ମହତ୍ୟାକୁ ନେଇ ତାଙ୍କର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରି ଦୋଷୀକୁ ଛଡ଼ା ନଯାଇ କଠୋର ଦଣ୍ଡବିଧାନ କରାଯିବା ନିମନ୍ତେ ଦାବି ଜଣାଇବେ । ପିଡ଼ିତାଙ୍କ ପରିବାରର ସଦସ୍ୟମାନଙ୍କ ଅଭିଯୋଗ କ୍ରମେ ଯେଉମାନେ ପ୍ରି-ପ୍ଲାନିଂ କରି ଏହିଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଏବଂ ପିଡ଼ିତାକୁ ଯେଉଁ ଭଳି ଭାବେ ହତ୍ୟା ବା ଆତ୍ମହତ୍ୟା ଯେଉଁ ଭଳି ଘଟଣା ଘଟିଛି ତାହା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ଦୁଃଖର କଥା । ପରିବାର ପକ୍ଷରୁ ଯେଉଁ ସମସ୍ତ ଅଭିଯୋଗ ଆଣିଛନ୍ତି ସେ ଦିଗରେ ମହିଳା କମିଶନ ପକ୍ଷରୁ ତଦନ୍ତ ଜାରି ରହିଛି । ପୁଲିସ ବିଭାଗ ପକ୍ଷରୁ ଝାରପୋଖରୀଆ ଥାନା ଆଇଆଇସି ଓ ମାମଲାରେ ଥିବା ଆଇଓଙ୍କୁ ନିଲମ୍ବନ କରାଯାଇଛି । ପରିବାରର ସଦସ୍ୟମାନଙ୍କୁ ନିଶ୍ଚିତ ଭାବେ କିପରି ନ୍ୟାୟ ମିଳିପାରିବ ସେଦିଗରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଥିଲେ । ଏହାପରେ ମହିଳା କମିଶନର ଶ୍ରୀମତୀ ବେହେରା ରାଇରଙ୍ଗପୁର ମହାବିଦ୍ୟାଳୟକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଏହି ସମୟରେ ଛାତ୍ରୀ ନିବାସର ମେଟ୍ରନ, ଅନ୍ତେବାସିନୀ ଛାତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀପ୍ରମୁଖଙ୍କୁ ଭେଟି ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ପୁଲିସ ସଠିକ୍ ଭାବେ ତାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବା ସଂଗେସଂଗେ ମୁଖ୍ୟ ଅଭିଯୁକ୍ତ ସହ ମୋଟ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥି ସହିତ ଉକ୍ତ ମାମଲାରେ ଜଡ଼ିତ ରହିଥିବା ସମସ୍ତଙ୍କୁ କଠୋର ଦଣ୍ଡ ମକ୍ଟମକ୍ଟବ ବୋଲି ପ୍ରକାଶ କରିଥିଲେ ।