ଆଗଲପୁର (ସୁଶିଲ କୁମାର ବିଶ୍ୱାଳ ):- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକରେ ଦୁଇ ଦିନ ଧରି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିବସରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ଗୀତ, ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ ଓ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସରେ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସୁଶ୍ରୀ ମଞ୍ଜୁଲତା ଭୋଇ, ବିଇଓ ଆଗଲପୁର ସଭାପତିତ୍ୱ କରିଥିବା ବେଲେ, ମୁଖ୍ୟ ଅତିଥି ଭାବେ ମନମୋହନ ପଟେଲ ଉପାଧ୍ୟକ୍ଷ ଆଗଲପୁର, ଆଗଲପୁର ଏବିଇଓ ଦିଲିପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟବକ୍ତା ଭାବେ ଆଶା ପଧାନ ବିଏସ୍ ଏସ୍ ଓ ଆଗଲପୁର, ସମ୍ମାନିତ ଅତିଥି ଭାବେ ଆରୁଣି ମହାନନ୍ଦ ଯୋଗଦାନ କରିଥିଲେ । କୁଟାସିଂହା ସିଆରସିସି ସୁଶାନ୍ତ ନନ୍ଦ ଓ ଆଗଲପୁର ବିଆରପି ନବକିଶୋର ସାମିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନଅଗାଁ ( କ ) ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ଜୟଦେବ ମହାକୁର ଭିନ୍ନକ୍ଷମ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ପୂର୍ବ ଦିବସରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଗଲପୁର ଏବିଇଓ ଦିଲିପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଆଗଲପୁର ବ୍ଳକ ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
- Hits: 287