ସାବାସ ବ୍ଲକ ଶିକ୍ଷାଧିକାରୀ :  ସଫଳ ହେଲା ଉଦ୍ୟମ, ପୁଣି ସ୍କୁଲ ମୁହାଁ ହେଲେ  ୩୧୮ ଛାତ୍ରଛାତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡା ବ୍ଲକ ର ବିଭିନ୍ନ ସ୍କୁଲରେ ଅଧାରୁ ପାଠପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ବିଷୟରେ ସାଥ୍-ଇ ପୋର୍ଟାଲରେ ଜଣାପଡିଥିଲା । ଜିଲ୍ଲାଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ନିର୍ଦ୍ଦେଶକ୍ରମେ ସଦର ବ୍ଲକ ଶିକ୍ଷାଧିକାରୀ ଡ.ରଶେମଲାଲ ନାଏକ ନିଜ ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଶ୍ରୀନାଏକ ଙ୍କ ଉଦ୍ୟମରେ ୩୧୮ ଛାତ୍ରଛାତ୍ରୀ ସ୍କୁଲ ଫେରିଛନ୍ତି । ତାଙ୍କୁ ପୋଷାକ, ପାଠ୍ୟ ଉପକରଣ ଦେଇ ସ୍କୁଲକୁ ନିୟମିତ କରିବାରେ ଶିକ୍ଷକମାନେ ସକ୍ଷମ ହୋଇଛନ୍ତି । ଗତ ୨୩ ତାରିଖରେ ସଦର ବ୍ଲକ ର ସମସ୍ତ ସ୍କୁଲରେ ଏକକ କାଳୀନ ସ୍କୁଲସ୍ତରୀୟ ସାଥ-ଇ କାର୍ଯ୍ୟକ୍ରମ ମୂଲ୍ୟାୟନ ହୋଇଥିଲା । ଏଥିରେ ସଦର ବ୍ଲକର ବହୁ ସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡିଥିବା ନଜରକୁ ଆସିଥିଲା । ଏହାପରେ ବିଇଓ ଶ୍ରୀ ନାଏକ ଡ୍ରପ୍ଆଉଟ୍ ପିଲାଙ୍କୁ ସ୍କୁଲ ଫେରାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ । ପ୍ରଥମେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତି କରିଥିଲେ । ବିଇଓ ଶ୍ରୀ ନାଏକଙ୍କ ନେତୃତ୍ୱରେ ଏବିଇଓ ରାଧେଶ୍ୟାମ ମେହେର, ଚୈତରାମ ନାଏକ, ସମ୍ପୃକ୍ତ ସିଆରସିସି, ପ୍ରଧାନ ଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ପିଲାଙ୍କ ଘରକୁ ଯାଇଥିଲେ । ଅଭିଭାବକଙ୍କୁ ବୁଝାଇ ପିଲାଙ୍କୁ ସ୍କୁଲ ପଠାଇବାକୁ ଅନୁରୋଧ କରିଥିଲେ ।  ୨୮ ତାରିଖରେ ସଦର ବିଇଓ ଶ୍ରୀ ନାଏକ ସରେଇପାଲି ସ୍କୁଲ ପରିଦର୍ଶନରେ ଯାଇ ଡ୍ରପ୍ଆଉଟ ପିଲାଙ୍କ ତାଲିକା ନେଇ ଘର ଘର ବୁଲି ଅଭିଭାବକଙ୍କୁ ବୁଝାଇଥିଲେ । ଏବେ ସଦର ବ୍ଲକର ୨୩୮ଟି ସ୍କୁଲରେ ୩୧୮ ଜଣ ଡ୍ରପ୍ଆଉଟ ପିଲାଙ୍କୁ ସ୍କୁଲ ମୁହାଁ କରିବାରେ ଶିକ୍ଷା ବିଭାଗ ସକ୍ଷମ ହୋଇଛି ।  ଆଗାମୀ ଦିନରେ ବାକି ଡ୍ରପ୍ଆଉଟ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ବିଇଓ ଶ୍ରୀ ନାଏକ ସୂଚନା ଦେଇଛନ୍ତି ।     

 

0
0
0
s2sdefault