ହେଡଲାଇନସ୍:

ବାର୍ହା ମାରି ମାଂସ ବାଂଟୁଥିବା ବେଳେ ଧରା ପଡି ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  ହେମଗିର ଥାନା ଅନ୍ତର୍ଗତ ଗର୍ଜ୍ଜନପାହାଡ଼ ଜପ୍ତି ଜଙ୍ଗଲ ଭିତରେ ଗୋଟାଏ ବାର୍ହାକୁ ବିଦ୍ୟୁତ  ସାହାଯ୍ୟରେ ମାରି ଶିକାର କରି ,ଭାଗବଣ୍ଟା ହେଉଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହେମଗିର ରେଞ୍ଜ ଅଫିସର ଷ୍ଟାଫ ଛାପା ମାରିଥିଲେ | ଛାପା ମାରିବା ସମୟରେ ୩୦କିଲୋ ବାର୍ହା ମାଂସ ସହ ଧାରୁଆ ଅସ୍ତ୍ର ଜବତ କରିଥିଲେ  |  ରେଞ୍ଜର ବଲଜିତ ଡୁଙ୍ଗଦୁଙ୍ଗ ,ଫୋରେଷ୍ଟର ଅକ୍ଷୟ କୁମାର ସାହୁ , ଫୋରେଷ୍ଟ ଗାର୍ଡ, ବିନୟ ନାଏକ, ସରୋଜ ନାଏକ, ଦଳଗୋବିନ୍ଦ ପାଣିଗ୍ରାହୀ ଛାପା ମାରିଥିଲେ |  କେଶ ନମ୍ବର୧୨୬/୧୯ରେ ମାମଲା ରୁଜୁ କରାଯାଇ ସୁନିଲ ଧୂସୁରା, ଲୀଳାଧର ଗନ୍ଧର୍ବ, ବବୁଲୁ ରାଉତ, ସୁକାନ୍ତ ଦେୱାନ,ବେଦ ଝରିଆ, ପୁରୁଷୋତ୍ତମ ରାଉତ,ବୃନ୍ଦାବନ ରାଉତଙ୍କୁ ଗିରଫ କରାଯାଇଛି | ସେମାନେ ସମସ୍ତେ ଓସ୍ତାଲୀ ଗ୍ରାମର ବୋଲି ହେମଗିର ଫୋରେଷ୍ଟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି |

 

0
0
0
s2sdefault