ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ଗୁରୁଣ୍ଡିଆ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ବିଜ୍ଞାନମେଳା କାର୍ଯ୍ୟକ୍ରମରେ "ସ୍ମାର୍ଟ ସୋଲାର ସିଷ୍ଟମ" ଉପରେ ଏକ ପ୍ରକଳ୍ପ ପ୍ରଦର୍ଶିତ କରି କୃତକାର୍ଯ୍ୟ ହୋଇଥିବା କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ବିଭୀଷଣ ସିଂ ଓ ହରିଶ ଚନ୍ଦ୍ର ସିଂ ଙ୍କ ଉଦେଶ୍ୟରେ ଆଜି କେନ୍ଦୁଘାଟି ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସର୍ବପ୍ରଥମେ ବ୍ଲକ ସ୍ତରରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ସୁନାମ ଆଣିଥିବା ଛାତ୍ର ବିଭୀଷଣ ସିଂ ଓ ହରିଶ ଚନ୍ଦ୍ର ସିଂ ଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଶନୀ କେରକେଟା ପୁଷ୍ପଗୁଛ ଦେଇ ସମ୍ଭର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ବ୍ଲକରୁ ଆସିଥିବା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ | ତାପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କେରକେଟା ପ୍ରତେକ ମଣିଷ ଯିବନରେ ଶିକ୍ଷା ଓ ବିଜ୍ଞାନର ଆବଶ୍ୟକତା ଉପରେ ବିଷଦ ଭାବରେ ଆଲୋଚନା କରିଥିବା ବେଳେ ଶିକ୍ଷାକୁ ଆଦରି ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବା ପାଇଁ ଆହ୍ୱାନ କରିଥିଲେ | ତାସହିତ ସଠିକ ମାର୍ଗଦର୍ଶନ ଓ ନିଷ୍ଠାପରତା ଯୋଗୁଁ ଅପହଞ୍ଚ ଅଞ୍ଚଳର ଛାତ୍ର ମାନଙ୍କୁ ବ୍ଲକ ସ୍ତରରେ କୃତକାର୍ଯ୍ୟ କରିଥିବାରୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶାନ୍ତନୁ କୁସୁମ ଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଆନ୍ତରିକତାର ସହ ସାଧୁବାଦ ଜ୍ଞାପନ କରିଥିଲେ | ଏହି ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମକୁ ଶିକ୍ଷକ ସୁଗାଡ଼ ଉମ୍ବୁଲ ବାଗେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶାନ୍ତନୁ କୁସୁମ ଉପସ୍ଥିତ ଥିଲେ |
ରାଜ୍ୟ
କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା
- Hits: 330