ବେଲପଡା/ବନମାଳୀ ନାୟକ : ବ୍ୟାପକ କଟନି-ଛଟନି ହେଉଥିବା ଅଭିଯୋଗ ଆଣି ଧୁମାଭଟା ମଣ୍ଡି କୁ ବନ୍ଦ କରିଦେଲା ଜୟ କୋସଲ କୃଷକ ସଙ୍ଗଠନ ଆଜି ସଙ୍ଗଛନ ର ଶତାଧକ କର୍ମକର୍ତା ମଣ୍ଡି ସ୍ଥାନକୁ ଆସି ସରକାରଙ୍କ ଚାଷି ବିରୋଧ ନୀତିକୁ ନିନ୍ଦା କରି ହଙ୍ଗାମା କରିଥିଲେ | ପରିସ୍ଥିତି ବ୍ୟାପକ ଅଣାୟତ୍ତ ହେଉଥିବା ଦେଖିବାକୁ ମିଲିଥିଲା | ଚାଷିଙ୍କ ଅଭିଯୋଗ ଅନୁଯାୟୀ ଧାନବିକ୍ରିରେ ୭-୮ କେଜି କାଟି ଦେଉଥିବା ଯୋଗୁଁ ଚାଷି ଅସନ୍ତୁଷ୍ଟ ହେଉଥିବା ଦେଖା ଯାଉଛି | ମିଲର୍ସ ଙ୍କୁ ଫାଇଦା ପହଞ୍ଚେଇବା ଲାଗି ଚାଷିଙ୍କୁ ମାରି ଦଉଛନ୍ତି ସରକାର ବୋଲି ଚାଷି ଅଭିଯୋଗ ଆଣି ହୋ ହଲ୍ଲା କରିଥିଲେ |
ଜୟ କୋଶଲ କୃଷକ ସଙ୍ଗଠନ ର ସଭାପତି ପ୍ରକାଶ କୁମାର ବୁଡେକ,ସହ ସଂପାଦକ ଲଲିତ କୁମାର ବୁଡେକ, ଚାଷି ନେତା ଅଚ୍ୟୁତ, ସିପୁନ ଖମାରୀ, ବନମାଲୀ ନାଏକ, ଦେବାନନ୍ଦ ବୁଡେକ,ତୁଷବନ୍ଦୁ ବୁଡେକ, ପ୍ରକାଶ ଦେଓ,ଝସକେତନ ବୁଡେକ,ମାଧ ତରିଆ,ଜୟକିଷାନ ରଣା, ଟିକଚନ ମଲ୍ଲିକ,କଲାକାହ୍ନୁ ରଣା ନେତୃତ୍ୱରେ ଏହି ପ୍ରତିବାଦ ହୋଇଥିଲା