ହେଡଲାଇନସ୍:

 ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗୋଷ୍ଠୀ  ଶିକ୍ଷା କାର୍ଯ୍ୟାଳୟ ନୂଆପଡା ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ନୂଆପଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥିରୂପେ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସମ୍ମାନିତ ଅତିଥି ରୂପେ ଅର୍ନ୍ତନିବେଶି ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ, ନୂଆପଡା ଥାନା ଏସଆଇ ଜିତୁ ମାହାନନ୍ଦ, ଏବିଇଓ ରାଧେଶ୍ୟାମ ମେହେର, ଏବିଇଓ ଚଇତରାମ ନାଏକ, ବାଳକ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ମିଶ୍ର, ଭିନ୍ନକ୍ଷମ ଶିକ୍ଷାବିତ, ଠାକୁର କୁମାର ପ୍ରଧାନ ଓ ଭିମସେନ ଗଡତିଆ ଉପସ୍ଥିତ ଥିଲେ । ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ୧୧୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସିଆରସିସି ଜିତେନ୍ଦ୍ର ଖମାରୀ ଓ ଶରତ ପଣ୍ଡା ପରିଚାଳନା କରିଥିବା ବେଳେ ଅମିୟ ପାଢୀ, ହିରା ପଟେଲ, ଗିରିଧାରୀ ନାଏକ, ଟିକମ ହରିଜନ, ଦିନେଶ ମାଝୀ, କିଶୋର ପରିଡା, ଉପେନ୍ଦ୍ର ସାମଲ, କାର୍ତ୍ତିକ ବିଶ୍ୱାଳ ସହଯୋଗ କରିଥିଲେ ।

 

0
0
0
s2sdefault