ପଦ୍ମପୁର - ମଣିଷ ନିଜେ ସଫା ରହିବାକୁ ହେଲେ ନିଜ ପରିବେଶକୁ ଆଗ ସଫା ରଖିବା ନିହାତି ଦରକାର । ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସଫା ରଖିବା ନିମନ୍ତେ ବିଭିନ୍ନ ଯୋଜନା ମାନ କରୁଛନ୍ତି । ସ୍ୱଚ୍ଛ ଭାରତ ମିଶନ ତନ୍ମଧ୍ୟରୁ ଅନ୍ୟତମ । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜନଗହଳି ଯାଗା ଯଥା କଚେରୀ ପରିସର,ଖେଲ ପଡିଆ,ବଜାର ପରିସର ତଥା ଅନ୍ୟାନ୍ୟ ଯାଗାରେ ଅସ୍ଥାୟୀ ଶୌଚାଳୟ ମାନ ଖୋଲାଯାଇଥିଲା । ହେଲେ ବର୍ତ୍ତମାନ ଦେଖିବାକୁ ଗଲେ ଏହା ଚେତାଶୂନ୍ୟ ହୋଇ ପଡିଛି । ଯେଉଁ ଶୌଚାଳୟ କାର୍ଯ୍ୟକ୍ଷମ ହେଉଛି ତାହା ତାଲା ବନ୍ଦ ଅଛି । ଅଧିକାଂଶ କାର୍ଯ୍ୟକ୍ଷମ ହେଉନାହିଁ । ସହରକୁ ବିଭିନ୍ନ କାମରେ ଆସୁଥିବା ଲୋକେ ଶୌଚ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ,ବିଶେତଃ ମହିଳା ମାନେ ବହୁ ଅସୁବିଧା ଭୋଗୁଛନ୍ତି । ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଯୋଜନା ପ୍ରଣୟନ କରିଛନ୍ତି, ପଦ୍ମପୁର ସହରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଲୁଛି । ଏ ବିଷୟରେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।
ରାଜ୍ୟ
ପଦ୍ମପୁରରେ ସ୍ୱଚ୍ଛ ଭାରତ କାଗଜ କଲମରେ
- Hits: 1666