ସଶକ୍ତ ମିଶନ ଇନ୍ଦ୍ରଧନୁଷ- ୨.୦ ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା  ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା-ବ୍ୟାପି ନବଜାତ ଶିଶୁ ଓ ପ୍ରସୂତିଙ୍କୁ ଟୀକାକରଣ ଅଭିଯାନ "ସଶକ୍ତ ମିଶନ ଇନ୍ଦ୍ରଧନୁସଷ ୨.୦ ର ଶୁଭାରମ୍ଭ  ହୋଇଯାଇଛି ।  ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟଧିକାରୀ ଡାଃ .ଗୁନୁରାଣୀ ପଟ୍ଟନାୟକ  ଅଧ୍ୟକ୍ଷତା କରି ସଶକ୍ତ ମିଶନ ଇନ୍ଦ୍ରଧନୁଷ ୨.୦ କଣ କହି ଏହା ସରକାରଙ୍କ ଏକ ଟୀକାକରଣ କାର୍ଯ୍ୟକ୍ରମ । 

 ଦୁଇବର୍ଷ ବୟସରୁ କମ୍ ବୟସର ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସମ୍ପୂର୍ଣ୍ଣ ଟିକାକରଣ ନିଶ୍ଚିତ କରାଇବା ଉଦ୍ଦେଶ୍ଯରେ ଜିଲ୍ଲାରେ ମିଶନ ଇନ୍ଦ୍ରଧନୁଷ ୨.୦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।  ଗ୍ରାମ୍ୟ ସ୍ତରରେ ଆଶାକର୍ମୀ ଓ ସହରାଞ୍ଚଳ ସ୍ତରରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ପ୍ରତ୍ୟେକ ଘର ଘର ବୁଲି ଟୀକାକରଣରୁ ବଞ୍ଚିତ ଥିବା ୨ ବର୍ଷରୁ କମ୍ ବୟସର ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯିବ । 

   ଏହି କାର୍ଯ୍ୟକ୍ରମ ଚଳିତ ଡିସେମ୍ବର  ପହିଲାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ  ଦୀର୍ଘ ୪ ମାସ ଧରି ଚାଲିବ । ଟୀକାକରଣରୁ ବଞ୍ଚିତ ଥିବା ୪୨୩ ଜଣ ୨ ବର୍ଷରୁ କମ୍ ବୟସର ଶିଶୁ ଏବଂ ୭୮ ଜଣ ଗର୍ଭବତୀ ମହିଳାଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟୀକାକରଣ କରାଯିବ ବୋଲି ସିଡିଏମଓ ଡାଃ ପଟ୍ଟନାୟକ କହଥିଲେ ।

  ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମିଳିତ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛୋଟ ଶିଶୁକୁ ଟୀକାକରଣ କରାଯିବା ପରେ ପୋଲିଓ ବୁନ୍ଦା ଖୁଆଇଥିଲେ ।

  ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।  ଡ଼ିପିଏମ-ସୌମ୍ୟା ରାଣୀ ଗୌଡ ସଂଯୋଜନା କରି  କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଶିଶୁଙ୍କୁ ଏହି ଟୀକାକରଣ ସମ୍ପୂର୍ଣ୍ଣ ଦିଆଯିବା ଫଳରେ ଏହା ୧୧ ଗୋଟି  ପ୍ରାଣଘାତି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିପାରିବ ବୋଲି କହିଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ  ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ. ରମେଶ ଚନ୍ଦ୍ର ମିଶ୍ର ଏବଂ ଏଡିପିଏଚଓ-ଡାଃ ପ୍ରଦୀପ କୁମାର ପାତ୍ର ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଇନ୍ଦ୍ରଧନୁଷ  ଟୀକାକରଣର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।

   ଶେଷରେ ଆରସିଏଚ. ଡେପୁଟି ମେନେଜର ଶୁସାନ୍ତ ପ୍ରସାଦ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ  ନେତ୍ରାନନ୍ଦ ଶତପଥି , ସୁଧୀର କୁମାର ଜେନା , ସାଇ ପ୍ରସାଦ ଦାସ ଏବଂ ଶୁରେଶ କୁମାର ପ୍ରମୁଖ ପରିଚାଳନାରେ  କରିଥିଲେ ।

0
0
0
s2sdefault