ପାରଳାଖେମୁଣ୍ଡି ସମେତ ଜିଲ୍ଲାର ସମସ୍ତ ୭ ଟି ବ୍ଲକଅଞ୍ଚଳରୁ ୯ ଗୋଟି ବିଭାଗର ପ୍ରତିଯୋଗିତାରେ ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ କଳାକାର ଅଂଶଗ୍ରହଣ କରିଥିଲେ । ଲୋକ ନୃତ୍ୟ , ଲୋକଗୀତ ଏବଂ ନାଟକ ଅଭିନୟରେ ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭି ଆର୍ଟସ ପ୍ରଥମ, ଓଡ଼ିଶୀରେ ବିନ୍ଦୁ ପ୍ରିୟା ମଣ୍ଡଳ ପ୍ରଥମ, କୁଚୁପୁଡିରେ ଉର୍ମିଳା ପଟ୍ଟନାୟକ ପ୍ରଥମ, ଭାରତ ନାଟ୍ୟମ୍ ରେ ବି. ମନଷା ପ୍ରଥମ,ବକୃତାରେ ଆଦ୍ୟାଶା ସାହୁ ପ୍ରଥମ, ମୃଦଙ୍ଗ ଓ ତବଲାରେ ନୃସିଂହ ପ୍ରସାଦ ଚରତି ପ୍ରଥମ ଏବଂ କାର୍ଣ୍ଣାଟକୀ ସଙ୍ଗୀତରେ ଉମେଶ ପାତ୍ର ପ୍ରଥମ । ଏମାନେ ସମସ୍ତେ ଆସନ୍ତା ୧୮-୧୨-୨୦୧୯ ଠାରୁ ୨୧-୧୨-୨୦୧୯ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଠାରେ ହେବାକୁ ଥିବା ୨୫ତମ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଗଜପତି ଜିଲ୍ଲା ପକ୍ଷରୁ ୫୦ଜଣ ପ୍ରତିଯୋଗି ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଗୁରୁ ରଘୁନାଥ ପାତ୍ର , ଡ଼ଃ. କଲ୍ୟାଣୀ ମିଶ୍ର , ଅଧ୍ୟାପିକା ସଂଯୁକ୍ତା ପାତ୍ର , ନୃସିଂହ ଚରଣ ପଟ୍ଟନାୟକ, ବିରେଶ କୁମାର ମହାପାତ୍ର , ପ୍ରବୀଣ ପଣ୍ଡା , ଡି. ପ୍ରିୟଙ୍କା ,ବାଗ୍ନି ରଂଜନ ଏବଂ ଆଇ . ମନ୍ମଥ ରାଓ ପ୍ରମୁଖ ଯୁବ ମହୋତ୍ସବ ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇଥିଲେ ।
ଉଦ୍ ଯାପନୀ ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏବଂ ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ବିଜୟରୁ ଉଲ୍ଲସିତ ଏବଂ ପରାଜୟରୁ ମର୍ମାହତ ନ ହୋଇ ସାରା ଜୀବନକୁ ଏକ ପ୍ରତିଯୋଗିତା ଭାବି ଚାଲିବାକୁ କହିଥିଲେ। ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁପ୍ରିୟ ବ୍ରତ ମିଶ୍ର , ରେଖା ରାଣୀ ଦେଓ, ଧିରେନ କୁମାର ସାମଲ ପ୍ରମୁଖ ପରିଚାଳନା କରିଥିବା ବେଳେ ଅମୁଲ୍ୟ ପାଣିଗ୍ରାହୀ , ରମାକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।