ହେଡଲାଇନସ୍:

୪୮ଘଂଟା ମଧ୍ୟରେ ବାହାଡାଝୋଲା ଭାଟସାହି ହତ୍ୟାକାଣ୍ଡର ଅଭିଯୁକ୍ତ ଯୁବକ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, /ଶ୍ରୀକାନ୍ତ ମିଶ୍ର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଭାଟସାହିରେ ୨୯ ତାରିଖ ରାତିରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ମନୋଜ ନାୟକ(୨୧)କୁ ୪୮ ଘଂଟା ମଧ୍ୟରେ ଓଡ଼ଗାଁ ପୋଲିସ ଗିରଫ କଲା । ଏବଂ ହତ୍ୟାକାଣ୍ଡ ପାଇଁ ବ୍ୟବହୃତ ଏକ ଧାରୁଆ ରକ୍ତଭିଜା କାତି( କଟୁରୀ ) ତାଠାରୁ ଜବତ କରାଯାଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଏସପି ଶଶିଭୁଷଣ ଶତପଥି ସାମ୍ବାଦିକ ମାନଙ୍କୁ କହିଥିଲେ । ମନୋଜର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ୨୯ ତାରିଖ ଦିନ ରାତିରେ ଗାଁରେ ଏକ ଦଶାହ କ୍ରୀୟା ଭୋଜିରେ ଗ୍ରାମବାସୀ ସାମିଲ ହୋଇଥିଲେ । କିଛି ମଦ୍ୟପ ଯୁବକ ମାତାଲ ହୋଇ ପାଟିତୁଣ୍ଡ କରୁଥିଲା ବେଳେ ଭୋଜି କାର୍ଯ୍ୟରେ ବାଧା ଉପୁଜିଥିଲା । ନିରଞ୍ଜନ ସିଂ ଆସି ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ମନୋଜ ନାୟକ ସହିତ ବଚସା ପରେ ଧସ୍ତାଧସ୍ତି ହୋଇଥିଲା ।  ଗ୍ରାମବାସୀଙ୍କ ହସ୍ତକ୍ଷେପ ଯେ, ଯା ଘରକୁ ଫେରିଥିଲେ । କିନ୍ତୁ ମନୋଜ ନାୟକ(୨୧) ଶୋଇପାରିନଥିଲା । ଘରୁ ଏକ ଧାରୁଆ କାତି ନେଇ ନିରଞ୍ଜନଙ୍କ ଘରେ ପହଁଚିଥିଲା । କବାଟ ଠକ୍ ଠକ୍ କରି ସ୍ୱର ବଦଳାଇ ମନୋଜ ନିରଞ୍ଜନର ନାଧରି ଡାକିଥିଲା । ଗଣ୍ଡଗୋଳରୁ ଫେରିଥିବା ନିରଞ୍ଜନକୁ ଅଟକାଇ ତାଙ୍କ ସ୍ତ୍ରୀ କାବାଟ ଖୋଲିଥିଲେ । ନିରଞ୍ଜନ କବାଟ ଖୋଲିଥିବା ଭାବି ପୂର୍ବ ମାନସିକ ପ୍ରସ୍ତୁତି ଅନୁସାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତେବେ ଘଟଣା ସ୍ଥଳରେ ନିରଞ୍ଜନଙ୍କ ସ୍ତ୍ରୀ ମମୀ ସିଂ ହତ୍ୟା କାଣ୍ଡର ଶିକାର ହୋଇଥିଲେ । ମମୀକୁ ରକ୍ଷା କରିବାକୁ ଯାଇ ପ୍ରତିରୋଧ କରୁଥିବା ବେଳେ କୈାଣସି ଅପେକ୍ଷା ନକରି ମନୋଜ ନିରଞ୍ଜନକୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଚୋଟମାରି ଘଟଣା ସ୍ଥଳରୁ ଚାଲିଯାଇଥିଲା । ମମିର ମୃତ ଶରୀର ନିକଟରେ ପଡଥିବା ଆହତ ନିରଞ୍ଜନକୁ ଭୟରେ କେହି ଡାକ୍ତରଖାନ ନେବାକୁ ସାହାସ କରିନଥିଲେ । ଖବର ପାଇ ଓଡ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ଆହତ ନିରଞ୍ଜନକୁ ପ୍ରଥମେ ଡାକ୍ତରଖାନାକୁ ପଠାଇଥିଲେ । ସେ ବର୍ତମାନ ମୁମୂର୍ଷୁ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ  ହେଉଥିବା ଜଣାଯାଇଛି । ଅପରପକ୍ଷେ ସେହି ରାତିରେ ନିରଞ୍ଜନର କକାଙ୍କ ଅଭିଯୋଗ ଅନୁସାରେ ଓଡଗାଁ ପୋଲିସ ୨୧୮/୧୯ରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ଆଇଆଇସି ମମତା ପତିଙ୍କ ନେତୃତ୍ୱରେ ଏକ ପୋଲିସ ବାହିନ ସଂଗେ ସଂଗେ ଗଞ୍ଜାନ ନୟାଗଡ଼ ଜିଲ୍ଲାର ବିଭିନ୍ନ ରାସ୍ତାକୁ ସିଲ କରିଦେଇଥରଲେ । ଫଳରେ ଅଭିଯୁକ୍ତ ପୋଲିସ ବଳୟ ଭିତରୁ ଖସିପାରିନଥିଲା । ଗତକାଲି ରାତିରେ ନୟାଗ ଡ଼ ସଦର ଥାନା ବସଷ୍ଟାଣ୍ଡ ନିକଟରୁ ମନୋଜକୁ ଗିରଫ କରାଯାଇଥିଲା । ତେବେ ପୂର୍ବ ଶତୃତା, ଜମିଜମା ସଂକ୍ରାନ୍ତିୟ ବିବାଦ, ଗ୍ରାମ୍ୟ ବିବାଦ, ରାଜନୈତିକ ପ୍ରତିଦ୍ୱନ୍ଦିତା ଏଭଳି କୈାଣସି କାରଣ ନଥିଲା । କ୍ଷଣୀକ ଉତ୍ମାଦନର ବସବର୍ତିହୋଇ ମନୋଜ ଏହି ହତ୍ୟାକାଣ୍ଡ ଗଟାଇଥରବା ପୋଲିସ  ନିକଟରେ ସ୍ୱୀକାର କରିଥିଲା । ନିଜ ଘରଠାରୁ ୨ଶହ ମିଟର ଦୁର ଧାନ ଜମୀ ମଧ୍ୟରେ ରଖିଥରବା ମାରଣା ଅସ୍ତ୍ର ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲା ।  

0
0
0
s2sdefault