ହେଡଲାଇନସ୍:

ପ୍ରଭୁଙ୍କୁ ହେଲା ଶୀତ : ଲାଗିହେଲେ ଶୀତବସ୍ତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ (ଶିକାନ୍ତ ମିଶ୍ର) : ପ୍ରଭୁ ଶ୍ରୀରଘୁନାଥଙ୍କର ପ୍ରତ୍ୟେକ ଲିଳା ମାନବୀୟ ଜୀବନଧାରା ସହିତ ଓତପ୍ରତଃ ଭାବେ ଜଡ଼ିତ । ଋତୁଚକ୍ରର ପରିବର୍ତନ ଅନୁସାରେ ମନୁଷ୍ୟର ଦୈନ୍ୟଦିନ ଜୀବନ ଚକ୍ରରେ ମଧ୍ୟ ପରିବର୍ତନ ଆସିଥାଏ । ଏଥିରୁ ଦେବତାମାନେ ବା ବାଦ ଯିବେ କିପରି ? ଯୁଗଯୁଗ  ଧରି ଅବତରୀତ ଧର୍ମାତ୍ମା ମାନେ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି, ପରବର୍ତି କାଳରେ ତାକୁ ଅନ୍ୟମାନେ ପାଳନ କରିଥାନ୍ତି । ତଦନୁଯାୟୀ ଶୀରଋତୁର ପ୍ରବେଶରେ ଶୀତର ପ୍ରକୋପରୁ ଶରୀରର ଉଷ୍ମତା ପାଇଁ ମୁଖମଣ୍ଡଳ ଛାଡି ସର୍ବାଙ୍ଗରେ ଓଢଣ ଷଷ୍ଠୀ ତଥା ପ୍ରାବରଣ ତିଥିଠାରୁ ମାଘ ଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀ ଜିଉମାନେ ଶୀତବସ୍ତ୍ର ପରିଧାନ କରିବେ । ସରସ୍ୱତୀ ପୂଜା ଶ୍ରୀପଂଚମୀ ଠାରୁ ପୁନଶ୍ଚ ସାଧାରଣ ବେଶରେ ଦର୍ଶନ ଦେବେ । ତେବେ ଆଜିଠାରୁ ଆରମ୍ଭ ଏହି ବେଶକୁ ଘୋଡଲାଗି ବେଶ ବୋଲି କୁହାଯାଇଥାଏ । ଆଜି ଭୋର ସାଢେ୪ଟାରେ ମଙ୍ଗଳଆଳତି, ସ୍ନାନ, ଅବକାଶ, ପଂଚାମୃତସ୍ନାନ, ଦର୍ପଣୀ ସ୍ନାନ, ତଡପ ଲାଗି, ମଇଲମ, ଖଟଣ ନୀତି ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଭାଗବତ ଜିଉ ପୂଜା, ଲ୍ଲଭ ନୀତି ସହିତ କର୍ପୁର ଆଳତୀ, ଖେଚୁଡି ଧୂପ, ମହାଆଳତୀ ଓ ଚାମର ସେବା ପରେ ଶ୍ରୀଜିଉଙ୍କ ଘୋଡଲାଗି ନୀତି ଅନୁଷ୍ଠିତ  ହୋଇଥିଲା । ଶ୍ରଦ୍ଧାଳୁମାନେ ଆଜି ଠାରୁ କେବଳ ଶ୍ରୀଜିଉଙ୍କ ମୁଖ ଦର୍ଶନ କରିବେ । ଆଜିର ପାଳିଆ ପଣ୍ଡା ଖଦାଳ ମହାପାତ୍ର, ପୂଜକ ପରିଷଦର ସମସ୍ତ କର୍ମକର୍ତା ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

0
0
0
s2sdefault