ହେଡଲାଇନସ୍:

ଅନ୍ୟଙ୍କ ବାରଣ୍ଡାରେ କଟୁଛି ଜୀବନ, ଘର ଖଣ୍ଡେ ମିଳୁନି  : "ମୋ ସରକାର" ଶୁଣିବେ କି ଦୁର୍ଗାଙ୍କ ଦଇନି  !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): ରାଜ୍ୟ ତଥା କେନ୍ଦ୍ର ସରକାର ଘର ଦ୍ଵାରା ନଥିବା ଗରିବ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ଘର ଯୋଗାଇ ଦେଉଥିବା ବେଳେ ଦୂର୍ଗାଚରଣଙ୍କ ଭାଗ୍ୟରେ ଏ କଥା ଜୁଟିନାହିଁ | ୨୦୧୦ରୁ ଘର ଭାଙ୍ଗି ଯାଇଥିବାବେଳେ ବାରମ୍ବାର ବ୍ଲକ ଦୌଡ଼ି ଦୌଡ଼ି ସରପଞ୍ଚଙ୍କ ପାଖରେ ଗୁଂଜରି କରି କରି ଥକି ପଡ଼ିଥିଲେ ମଧ୍ୟ କେହି ତାଙ୍କ ଦୁଃଖ ବୁଝୁନାହାନ୍ତି | ଅନ୍ୟ ପକ୍ଷରେ ବିଜୁ ପକ୍କା ଘର ଓ ପ୍ରଧାମନ୍ତ୍ରୀ ଆବାସ ଯୋଜନାକୁ ଆବଶ୍ୟକ ନଥିବା କିମ୍ଵା ଥିଲା ବାଲାଙ୍କୁ ପ୍ରଦାନ କରାଯାଉଥିବା ବେଳେ ସମ୍ପୂର୍ଣ  ଅସହାୟ ଦୀନହୀନ, ଦୁଃଖି ଦରିଦ୍ରଙ୍କୁ ଏଥିରୁ ବାଦ୍ ଦିଆଯାଉଥିବା ଅଭଯୋଗ ହୋଇଛି l

  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ହାଡିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଙ୍କଲପୋଷି ଗ୍ରାମର ଦୁର୍ଗା ଚରଣ ନାଏକ (୬୪) ପତ୍ନୀ ଭଗବତୀ ନାଏକ(୫୪) ପୁଅ ସନାତନ ନାଏକ ଓ ଝିଅ ଜ୍ୟୋସ୍ନା ନାଏକ ରହନ୍ତି l ସେ ଜଣେ ଦିନ ମଜୁରିଆ ହୋଇଥିବାରୁ ଘର ତିଆରି କରିବାକୁ ଅକ୍ଷମ ଅଟନ୍ତି l ଗ୍ରାମ ପଞ୍ଚାୟତ ରାସନ୍ କାର୍ଡ ରୁ ଯେଉଁ ଚାଉଳ ପାଆନ୍ତି ସେଥିରେ ଘର ଚଳୁଛି ବୋଲି କହିଛନ୍ତି l 

ପ୍ରାପ୍ତ ବିବରଣୀ ଅନୁସାରେ ସିଙ୍କଲପୋଷି ଗ୍ରାମର ଦୁର୍ଗାଚରଣ ନାଏକ ଙ୍କ ଘର ୨୦୧୦ ମସିହାରୁ ବର୍ଷାରେ ଘରଟି ଭାଙ୍ଗି ଯାଇଥିବା ବେଳେ ଘର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି l ଦିନଟି ଯେ କୌଣସି ପ୍ରକାର କଟି ଯାଉଥିଲେ ହେଁ ରାତିରେ ହନ୍ତସନ୍ତ ହେବାକୁ ପଡୁଛି ଅନ୍ୟଙ୍କ ବାରଣ୍ଡାରେ ବୋଲି ସେ ଦୁଃଖରେ କହନ୍ତି l ଘର ଖଣ୍ଡେ ପାଇଁ ୨୦୧୦ ମସିହାରୁ ଦୁର୍ଗାଚରଣ ପଞ୍ଚାୟତ ଅଫିସ ଓ ବ୍ଲକ ପ୍ରଶାସନ କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ଦୁଃଖ ପ୍ରକାଶ କରିଛନ୍ତି l ଏଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଦୁର୍ଗାଚରଣ ଙ୍କୁ ଆବାସ ଖଣ୍ଡିଏ ଦେବାକୁ ସାଧାରଣରେ ଦାବି ହୋଇଛି l

 

 

 

 

 

 

 

0
0
0
s2sdefault