ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ରବିବାର ମାର୍ଗଶୀର ମାସ ଶୁକ୍ଖପଂଚମୀ ତିଥି ଅବସରରେ ପ୍ରାରମ୍ଭ ଶ୍ରଣୀର ଛାତ୍ର ଛାତ୍ରୀ ଏବଂ ଅଭିଭାବିକା ମାନଙ୍କୁ ନେଇ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପଣ୍ଡିତ ବାବନ ମିଶ୍ରଙ୍କ ପୌରୋହିତ୍ୟରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞରେ ଆଚାର୍ଯ୍ୟ ସଚିପତୀ ହୋତା ୧୦୮ଥର ବାକଦେବୀ ସରସ୍ୱତୀଙ୍କ ନାମ ଉଚ୍ଚାରଣ କରିଥିଲେ । ଅଭିଭାବିକାଗଣ ଖଡିଛୁଁଆର ମହତ୍ୱ ନିଜ ପିଲା ମାନଙ୍କୁ ବୁଝାଇବା ସହ ପିଲା ମାନଙ୍କୁ ଖଡି ଛୁଆଁଇଥିଲେ । ଖଡିଛୁଁଆ ପର୍ବରେ ୫୦ରୁ ଉର୍ଧ୍ଵ ଅଭିଭାବିକା ଓ ପିଲା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସବୁକୁ ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ପାତ୍ରଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବୈଦେହୀ, ମିନତୀ, କୁମାରୀ, ଗୀତିକୃଷ୍ଣା, ଲିଲି, ବସୁମତୀ, ପ୍ରଶାନ୍ତ, ତରଣୀ, ଅକ୍ଷୟ, ଗୋବିନ୍ଦ, ସରୋଜ ପ୍ରମୁଖ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ । ଶେଷରେ ଆଚାର୍ଯ୍ୟ ଉଦ୍ଧବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।