ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ , ଆନୁଷ୍ଠାନିକ ପ୍ରସବ , ଆକ୍ରାନ୍ତକାରୀ ସୁସ୍ଥତା ପାଇଁ ନିୟମିତ ଔଷଧ ସେବନ କରିବା , ଭାରତ ସରକାରଙ୍କ ଗାଇଡ଼ ଲାଇନ ପ୍ରକାରେ ଗର୍ଭବତୀ ମହିଳାଙ୍କ ସମସ୍ତ ପ୍ରକାର ପରୀକ୍ଷା କରିବା ଆବଶ୍ୟକତା , ଏଡସ୍ ରୋଗୀକୁ ଘୃଣା ନ କରି ଏଡସ୍ ରୋଗକୁ ଘୃଣା କରିବା , ରୋଗ ଚିହ୍ନଟ ହେବା ପରେ ନିୟମିତ ଔଷଧ ଖାଇ ସୁସ୍ଥ ରହିବା , ଡାକ୍ତରଖାନାରେ ରୋଗୀର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବା ପ୍ରଭୃତି ଉପରେ ଆଲୋଚନା କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଏଡିପିଏଚଓ ଡାଃ. ପ୍ରଦୀପ ପାତ୍ର , ଡାଃ. ମୁବାରକ ଅଲ୍ଲୀ , ଡାଃ. ଭି- ଲୋକନାଥ ରାଜୁ , ଡାଃ. ରବି , ଡ଼ିପିଏମ- ସୌମ୍ୟା ରାଣୀ ଗୌଡ ଏବଂ ଡିଏମଆରସିଏଚ ଶୁସାନ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହତା , ସତର୍କତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଆଇସିଟିସି କାଉନସିଲର ଶକ୍ତି ପ୍ରସାଦ ପଟ୍ଟନାୟକ , ଏସଆଇଏଫଡବ୍ଲ୍ୟୁ- ନେତ୍ରାନନ୍ଦ ଶତପଥୀ , ଏଡିପିଏଚସିଓ- ସୁଧୀର କୁମାର ଜେନା , ଡିପିଏଲ-ପି .କୋଟେଶ୍ୱର୍ ରାଓ ଏବଂ ନଳିନୀ ବେହେରା ପ୍ରମୁଖ ପରିଚାଳନାରେ କରିଥିଲେ । ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତେ ସେମାନଙ୍କ ଏଡସ୍ ରୋଗ ନିୟନ୍ତ୍ରଣ ଓ ନିରାକରଣ ଉପରେ ସୁଚିନ୍ତିତ ମତାମତ ଲେଖି ଦସ୍ତଖତ କରିଥିଲେ।