ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ପ୍ରେସ କ୍ଲବର ସଭାପତି ବିଭୂଦତ୍ତ ଦାସଙ୍କ ଆବାହକତ୍ୱରେ କ୍ଲବର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଲବର ପ୍ରତିଷ୍ଠାତା ସଭାପତି ଶ୍ରୀଦାସ ତଥା ସଖ୍ୟା ଗରିଷ୍ଠ ସଦସ୍ୟ ଓବଂ ଏକ୍ଜିକୁ୍ୟଟିଭ ବଡ଼ି କର୍ମକର୍ତ୍ତାମାନଙ୍କ ଅଗୋଚରରେ କ୍ଲବର କେତେକ ହାତଗଣତି ସଦସ୍ୟ ଅଣସଦସ୍ୟମାନଙ୍କ ସହ ମିଶି ବାଇ ଲ ବାହାରକୁ ଯାଇ ମୟୂରଭଞ୍ଜ ପ୍ରେସ କ୍ଲବ ପୁର୍ନଗଠନ କରିବା ବିଭ୍ରାନ୍ତିକର ପଦକ୍ଷେପ ଉପରେ ଏକ ନିନ୍ଦା ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ଏଥି ସହିତ କେତେକ ଗଣମାଧ୍ୟମରେ ମୟୂରଭଞ୍ଜ ପ୍ରେସ କ୍ଲବର ପୁର୍ନଗଠନ ସମ୍ପର୍କରେ ପ୍ରକାଶିତ ଖବର ଅନୁସାରେ କ୍ଲବର ପ୍ରାଥମିକ ସଦସ୍ୟ ନଥାଇ କ୍ଲବର କର୍ମକର୍ତ୍ତା ରହିଛନ୍ତି । ଅନ୍ୟ ପକ୍ଷରେ କେତେକ ସଦସ୍ୟ ସେମାନଙ୍କ ଭୂଲ ସୂଚନା ଦେଇ ବୈଠକକୁ ଡ଼କାଯାଇଥିଲା ବୋଲି ଆଜିର ମୟୂରଭଞ୍ଜ ପ୍ରେସ କ୍ଲବ ବୈଠକରେ ପ୍ରକାଶ କରିଥିଲେ । ମୟୂରଭଞ୍ଜ ପ୍ରେସ କ୍ଲବ ପୁର୍ନଗଠନ ସମ୍ପୂର୍ଣ୍ଣ ଭାବେ ଅବୈଧ ଓ ବିଭ୍ରାନ୍ତିକର ବୋଲି ବୈଠକରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇବା ସଂଗେସଂଗେ କ୍ଲବର ମୂଳ ପରିଚାଳନା କମିଟି ଅପରିବର୍ତ୍ତିତ ରହିଛି ବୋଲି କ୍ଲବର ସଭାପତି ଶ୍ରୀଦାସ ଏକ ପ୍ରେସ ବିବୃତ୍ତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାଜ୍ୟ
ମୟୂରଭଞ୍ଜ ପ୍ରେସ କ୍ଲବ ପୁର୍ନଗଠନ ଅବୈଧ ଓ ବିଭ୍ରାନ୍ତିକର : ପ୍ରତିଷ୍ଠାତା ସଭାପତି ବିଭୂଦତ୍ତ ଦାସ
- Hits: 329