ହେଡଲାଇନସ୍:

ୟେ କ୍ୟା ହୁଆ.....କେସେ ହୁଆ ....

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ମାନସ ମନ୍ଥନ କରି ବିଜେଡି ଖୋଜୁଛି ପରାଜୟର କାରଣ

ବାରିପଦା(ଶାସକ ପ୍ରଶାସକ))- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ । ଜିଲ୍ଲାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଙ୍ଗଠନ ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଅଧିକ ଶକ୍ତିଶାଳୀ ରହିଥିବା କାରଣରୁ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀର ଜିତ୍ ସୁନିଶ୍ଚିତ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ, ୨୦୧୯ ନିର୍ବାଚନରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଲା । ଏହାକୁ ସାଂସଦ ଶ୍ରୀମତୀ ହେମ୍ବ୍ରମ ତଥା ରାଜ୍ୟ ନେତୃତ୍ୱ ସହଜରେ ଗ୍ରହଣ କରିପାରି ନାହାନ୍ତି । ଫଳରେ ନିର୍ବାଚନ ମଣ୍ଡଳୀରେ ହାରିବାର କାରଣ ଖୋଜିବାରେ ଲାଗିଛି ବିଜେଡ଼ି । ଏହାକୁ ନେଇ ସାଂସଦ ଶ୍ରୀମତୀ ହେମ୍ବ୍ରମଙ୍କ ବାସଭବନରେ ଏକ ସମୀକ୍ଷା ବୈଠକ ମାଧ୍ୟମରେ ମାନସ ମନ୍ଥନ ଶେଷ ହୋଇସାରିଛି ।
             ବାରିପଦା ପୌରପରିଷଦ, ବାରିପଦା ବ୍ଲକ, ଖୁଣ୍ଟା ବ୍ଲକ ଓ ବଡ଼ସାହି ବ୍ଲକର ୯ ଗ୍ରାମପଞ୍ଚାୟତରେ ଥିବା ୨୫୪ଟି ବୋଥକୁ ନେଇ ଗଠିତ ବାରିପଦା ନିର୍ବାଚନ ମଣ୍ଡଳୀ  ଏବଂ ଭୋଟର ସଂଖ୍ୟା ୨,୧୫,୬୭୯ । ୨୦୧୯ ନିର୍ବାଚନରେ ନିର୍ବାଚନ ମଣ୍ଡଳୀରୁ ମୋଟ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ମୋଟ ୧,୫୯,୯୧୨ ଭୋଟର ଇଲେକ୍ଟେ୍ରାନିକସ ଭୋଟିଂ ମେସିନ ଇଭିଏମ ମାଧ୍ୟମରେ ସେମାନଙ୍କ ମତଦାନ ସାବ୍ୟସ୍ତ କରାଇଥିଲେ । ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହୋଇଥିଲା । ବାରିପଦା ପୌରପରିଷଦରେ ଥିବା ୨୮ ୱାଡର଼୍ର(ବୋଥ ନଂ୧୬ ରୁ ୯୦) ୭୫ଟି ବୋଥରୁ ବୈଧ ୭୧ଟି ବୋଥରେ ଇଲେକ୍ଟେ୍ରାନିକସ ଭୋଟିଂ ମେସିନ ଇଭିଏମର ଭୋଟ ଗଣତି ଆଧାରରେ ମୋଟ ୫୨,୩୪୯ ଭୋଟର ଭୋଟ ଦେଇଥିଲେ । ଏହା ମଧ୍ୟରୁ  ବିଜେପି ଖାତାକୁ ୫୨.୭୧% ହାରରେ ୨୭,୫୯୪ ଖଣ୍ଡ ଭୋଟ ଯାଇଥିବା ବେଳେ ୩୮.୬୫% ହାରରେ ୨୦,୨୩୧ଟି ଭୋଟ ବିଜେଡ଼ି ଓ ୬.୦୯% ହାରରେ ୩,୧୮୯ ଖଣ୍ଡ ଭୋଟ କଂଗ୍ରେସ ଝୁଲାରେ ପଡ଼ିଥିଲା । ସେହିପରି ବାରିପଦା ବ୍ଲକର ୬୧ ବୋଥରେ ପୋଲିଂ ହୋଇଥିବା ୩୮,୯୮୧ ଭୋଟ ମଧ୍ୟରୁ ବିଜେପିକୁ ୪୩.୭୫% ହାରରେ ୧୭,୦୫୪, ବିଜେଡ଼ିକୁ ୩୧.୭୦% ହାରରେ ୧୨,୩୩୬ ଭୋଟ ଓ କଂଗ୍ରେସକୁ ୧୮.୩୩% ହାରରେ ୭,୧୪୬ ଖଣ୍ଡ ଭୋଟ ; ଖୁଣ୍ଟା ବ୍ଲକର ୮୩ ବୋଥରେ ପୋଲିଂ ହୋଇଥିବା ୪୫,୩୭୬ ଭୋଟ ମଧ୍ୟରୁ ବିଜେପିକୁ ୩୮.୭୧% ହାରରେ ୧୭,୫୬୭ ଖଣ୍ଡ, ବିଜେଡ଼ିକୁ ୩୦.୪୫% ହାରରେ ୧୩,୮୧୫ ଖଣ୍ଡ, କଂଗ୍ରେସକୁ ୨୪.୧୦% ହାରରେ ୧୦,୯୩୭ ଖଣ୍ଡ ଭୋଟ  ଓ ବଡ଼ସାହି ବ୍ଲକର ଥିବା ୩୫  ବୋଥରେ ପୋଲିଂ ହୋଇଥିବା ୨୨,୩୦୬ ଭୋଟ ମଧ୍ୟରୁ ବିଜେପିକୁ ୪୧.୩୫% ହାରରେ୯,୨୨୩ ଖଣ୍ଡ, ବିଜେଡ଼ିକୁ ୨୭.୪୧% ହାରରେ ୬,୧୧୩ ଓ କଂଗ୍ରେସକୁ ୨୫.୨୬% ହାରରେ ୫,୬୩୪ ଖଣ୍ଡ ଭୋଟ ମିଳିଛି ।  ଏହିପରି ଗଣତି ହୋଇଥିବା ୨୫୧ଟି ବୋଥର ଇଭିଏମ ଭୋଟର ଫଳାଫଳ ଆଧାରରେ  ବିଜେପିରୁ ପ୍ରକାଶ ସୋରେନ ୪୪.୯୩% ହାରରେ ମୋଟ ୭୧,୪୩୮ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡ଼ି ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମଙ୍କୁ  ବାରିପଦା ପୌରପରିଷଦରେ ସର୍ବାଧିକ ୭,୩୬୩ ଖଣ୍ଡ, ବାରିପଦା ବ୍ଲକରେ ୪,୭୧୮ ଖଣ୍ଡ, ଖୁଣ୍ଟା ବ୍ଲକରେ ୩,୭୫୨ ଖଣ୍ଡ ଓ ବଡ଼ସାହି ବ୍ଲକରେ ୩, ୧୧୦ ଏହିପରି ମୋଟ ୧୮,୯୪୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ଶ୍ରୀମତୀ ହେମ୍ବ୍ରମ ୩୩.୦୧% ହାରରେ ମୋଟ ୫୨,୪୯୫ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଦଶରଥ ସିଂ ୧୬.୯୨% ହାରରେ ମୋଟ ୨୬,୯୦୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
                ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ହାର ନିମନ୍ତେ ବିଧାୟକ ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମଙ୍କୁ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ କରାଯାଇପାରିବ । ଶ୍ରୀମତୀ ହେମ୍ବ୍ରମ ଯେଉଁ କେତେଜଣଙ୍କୁ ବିଶ୍ୱାସକୁ ନେଇ ସେମାନଙ୍କ ହାତରେ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରାଇ ଦେଇଥିଲେ, ସେହିମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ସହିତ ବିଶ୍ୱାସଘାତକତା କରିଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ଏମାନେ ସମସ୍ତେ ବାରିପଦା ପୌରପରିଷଦର ଅଧିବାସୀ ହୋଇଥିବାରୁ ନିର୍ବାଚନ ମଣ୍ଡଳୀର ଭୌଗୋଳିକ ଚିତ୍ର ସହ ବିଜେଡ଼ିର ତୃଣମୂଳସ୍ତରୀୟ ନେତା ଓ କର୍ମୀମାନଙ୍କ ସହ ପରିଚିତ ନୁହଁନ୍ତି । ଫଳରେ ନିର୍ବାଚନ ମଣ୍ଡଳୀର ୨୫୪ ବୋଥର ନେତା ଓ କର୍ମୀମାନଙ୍କ ସହିତ ଶ୍ରୀମତୀ ହେମ୍ବ୍ରମ ସମ୍ପର୍କ ରକ୍ଷା କରିବାରେ ବିଫଳ ହେଲେ । ଏଥି ସହିତ ଯେଉଁମାନଙ୍କୁ ବିଶ୍ୱାସ କରି ନିର୍ବାଚନୀ ପାଣ୍ଠି ଧରାଇ ଦେଲେ ସେମାନେ ତାହା ସଠିକ ମାର୍ଗରେ ଉପେଯାଗ କରାଇବାରେ ସଫଳ ହୋଇପାରିଲେ ନାହିଁ । ନିର୍ବାଚନ ମଣ୍ଡଳୀରେ ଦଳୀୟସ୍ଥିତି ଓ ପରିସ୍ଥିତି ବିଷୟରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମଙ୍କୁ ତାଙ୍କ ସମର୍ଥକମାନେ ସମ୍ପୂର୍ଣ୍ଣ ଭାବେ ଅନ୍ଧକାର ମଧ୍ୟରେ ରଖି ଆସିଥିଲେ । ସେହିପରି ଆଗକୁ ବାରିପଦା ପୌର ନିର୍ବାଚନ ଥିବାରୁ ପୌରପରିଷଦର ନଗରପାଳ ପଦବୀକୁ ନେଇ ପ୍ରତିଯୋଗିତା ଦେଖାଦେଇଥିଲା । ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଙ୍ଗଠନ ବିଜେପିଠାରୁ ଅଧିକ ଶକ୍ତିଶାଳୀ ଓ ମଜବୁତ ରହିଥିବାରୁ ଏଠାରୁ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମଙ୍କ ବିଜୟ ସୁନିଶ୍ଚିତ ବୋଲି ଧରି ନେଇଥିଲେ । ତେଣୁ, ପୌରପରିଷଦ ନିର୍ବାଚନରେ ପୌରପାଳ ସହ କାଉନସିଲର ଟିକଟ ବଣ୍ଟନ ବେଳେ ତାଙ୍କର ମୁଖ୍ୟ ଭୂମିକା ରହୁଥିବାର ବିବେଚନା କରି ବାରିପଦା ସହରରେ ବିଜେଡ଼ିର ଆଶାୟୀ ନେତାମାନେ ଶ୍ରୀମତୀ ହେମ୍ବ୍ରମଙ୍କ କିଏ ଅଧିକ ନିକଟତର ହୋଇ ପାରିବ ଏବଂ ତାଙ୍କ ଆସ୍ଥା ଭାଜନ ହୋଇପାରିବ ସେଥି ନିମନ୍ତେ  ପରସ୍ପର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ । ଏଥି ନିମନ୍ତେ କିଏ ଆପଣାର କିଏ ପର  ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜୋର ଧରିଲା । ଫଳରେ ବିଜେଡ଼ି ଦଳ ମଧ୍ୟରେ ବିଶ୍ୱାସ, ଅବିଶ୍ୱାର ବିଷର ପାଶ୍ୱର୍ ପ୍ରତିକ୍ରିୟା ଗ୍ରାସ କରିବାକୁ ଲାଗିଲା । ତେଣୁ କେତେକ ବିଜେଡ଼ି ନେତା, କର୍ମୀ ଓ ସମର୍ଥକମାନେ ଶେଷରେ କୋଣ ଠେସା ହୋଇପଡ଼ିରହିଲେ । ଏଥି ସହିତ ଦଳୀୟ ଟିକଟରୁ ବାଦ ପଡ଼ିଥିବା ବାରିପଦା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସାନନ୍ଦ ମାର୍ଣ୍ଡିଙ୍କୁ ନେଇ କାର୍ଯ୍ୟ କରିବାରେ ଶ୍ରୀମତୀ ହେମ୍ବ୍ରମ ବିଫଳ ହୋଇଥିଲେ । ବାରିପଦା ବିବାହ ମଣ୍ଡପରେ ଶ୍ରୀମାର୍ଣ୍ଡି ପ୍ରାୟ ୨ ହଜାରରୁ ଅଧିକ ବାରିପଦା ବ୍ଲକ, ଖୁଣ୍ଟା, ବଡ଼ସାହି ବ୍ଲକର କର୍ମୀମାନଙ୍କୁ ଡ଼କାଇ ଶ୍ରୀମତୀ ହେମ୍ବ୍ରମଙ୍କ ସହିତ ପରିଚୟ କରାଇବା ପରେ ତାଙ୍କ ପ୍ରତି ଆସ୍ଥା ପ୍ରକଟ ପୂର୍ବକ କାର୍ଯ୍ୟ କରିବା ସହ ତାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇ ଆଣିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଶ୍ରୀମତୀ ହେମ୍ବ୍ରମ ଏହି ସମସ୍ତ ନେତା ଓ କର୍ମୀମାନଙ୍କୁ ସାଥୀରେ ନେଇ କାର୍ଯ୍ୟ କରିବାରେ ବିଫଳ ହେଲେ । ସେହିପରି ବାରିପଦା ପୌରପରିଷଦରେ ଅଧିକାଂଶ ବିଜେଡ଼ି, ଯୁବ ବିଜେଡ଼ି, ଛାତ୍ର ବିଜେଡ଼ି ଓ ମହିଳା ବିଜେଡ଼ିର ନେତାମାନଙ୍କ ଘର । ଏହି ସମୟରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମଙ୍କ ନିଜସ୍ୱ ୧୯ ନମ୍ବର ୱାଡର଼୍ରେ ବିଜେପି ବିଜେଡ଼ିଠାରୁ ୨୭୧ ଖଣ୍ଡ ଭୋଟରେ ଆଗୁଆ ରହିଥିଲା । ସେହିପରି ନିଜକୁ ନିଜେ ଟାଇଗାର ବୋଲି ବିଭିନ୍ନ ସଭାସମିତିରେ ମତପୋଷଣ କରୁଥିବା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସହ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବୀଣାପାଣି ସାହୁଙ୍କ ୧୭ ନମ୍ବର ୱାଡର଼୍ରେ ବିଜେପି ବିଜେଡ଼ି ଠାରୁ ୪୫୬ ଖଣ୍ଡ ଭୋଟରେ ଆଗୁଆ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଓ ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଡ଼ା. ଦେବାଶିଷ ମାର୍ଣ୍ଡିଙ୍କ ୨୬ ନମ୍ବର ୱାଡର଼୍ରେ ବିଜେପି ୨୬୧ ଭୋଟରେ ଆଗୁଆ, ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ମହାନ୍ତିଙ୍କ ୧୦ ନମ୍ବର ୱାଡର଼୍ରେ ବିଜେପି ୨୬୩ ଭୋଟ ଆଗରେ, ଜିଲ୍ଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ୫ ନମ୍ବର ୱାଡର଼୍ରେ ବିଜେପି ୨୧୨ ଖଣ୍ଡ ଭୋଟରେ ଆଗୁଆ , ଏହିପରି ପୌରପରିଷଦର ୨୮ ୱାଡର଼୍ ମଧ୍ୟରୁ ୪, ୧୫, ୧୬ ଓ ୨୨ ନମ୍ବର ୱାଡର଼୍ରେ ବିଜେଡ଼ି ବିଜେପିଠାରୁ ଅଳ୍ପ କେତେଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ଅବଶିଷ୍ଟ ୨୪ଟି ୱାଡର଼୍ରେ ବିଜେପି ଆଗରେ ରହିଥିଲା । ବିଶେଷ ଭାବେ ନିର୍ବାଚନ ମଣ୍ଡଳୀରେ ସାନନ୍ଦ ମାର୍ଣ୍ଡିଙ୍କୁ ଦଳୀୟ ଟିକଟ ନ ମିଳିବା ବିଶେଷ ଭାବେ ଯୁବ ସଙ୍ଗଠନକୁ ପ୍ରଭାବିତ କରାଇ ପକାଇଥିଲା । ଫଳରେ ନିର୍ବାଚନ ମଣ୍ଡଳୀର ଯୁବ ସଙ୍ଗଠନ ବିଜେଡ଼ିର ହାତ ଛାଡ଼ି ଦେବା ବିଜେଡ଼ି ନିମନ୍ତେ ମହଙ୍ଗା ସାବ୍ୟସ୍ତ ହୋଇଛି ଏବଂ ଏହା ବିଜେଡ଼ିର ଜିଲ୍ଲା ରାଜନୀତି ଉପରେ ବିଶେଷ ଭାବେ ପ୍ରଭାବିତ କରାଇଛି ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।  ତେଣୁ ବିଜେଡ଼ି ହାଇକମାଣ୍ଡ ଜିଲ୍ଲାରେ ବିଜେଡ଼ିର ସ୍ଥିତାବସ୍ଥାରେ ସୁଧାର ଆଣିବା ନିମନ୍ତେ ବର୍ତ୍ତମାନ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନକରନ୍ତି ; ତେବେ ପ୍ରାୟ ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଯାଉଥିବା ପୌର ଓ ଏନଏସି ନିର୍ବାଚନରେ ବିଜେଡ଼ିକୁ ବିଧାନସଭା ନିର୍ବାଚନର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜିଲ୍ଲାରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

0
0
0
s2sdefault