ହେଡଲାଇନସ୍:

ଚାଷ ଓ ଚାଷୀର ଭାଗ୍ୟ ସହ ଖେଳୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ

ଉତ୍ପାଦନ ମୂଲ୍ୟର ଦେଢଗୁଣ ସହାୟକ ମୂଲ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ  ଘୋଷଣା ଗଲା କୁଆଡେ 

ମୁଖ୍ୟମନ୍ତ୍ରୀଙ୍କ ଘୋଷିତ  ଶହେ ଟଙ୍କା ବୋନସ୍  ଗଲା କୁଆଡେ 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାରୁ ବୀମାଭୁକ୍ତ ଚାଷୀମାନେ ପ୍ରାୟ ୭୫୦୦ କୋଟି ଟଙ୍କା ବୀମା କ୍ଷତିପୂରଣ ପାଇବାରୁ  ବଂଚିତ 

ଭୁବନେଶ୍ୱରରୁ ଚକ୍ରଧର ମାଝି :  ଚଳିତ ବର୍ଷ ମରୁଡି ଓ ଚକଡା ପୋକ ସାଙ୍ଗକୁ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ଚାଷୀକୂଳ ଦୁର୍ଦ୍ଧିନରେ ଗତି କରୁଥିବା ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କୁ ସହାୟତା ଯୋଗାଇବା ବଦଳରେ ରାଜନୈତିକ ଫାଇଦା ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ଓଡିଶାର ଚାଷୀ ଓ ଚାଷୀମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଋଣଗ୍ରସ୍ତ ଚାଷୀ ତିନି ତିନିଟି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ପଟେ  ରାଜ୍ୟ ସରକାର ଇନ୍ପୁଟ ସବ୍ସିଡି ନାଁରେ ବାହାବା ନେବାକୁ ବସିଥିବା ବେଳେ ଅନ୍ୟପଟେ ଭାଗଚାଷୀଙ୍କୁ ପ୍ରକୃତ ସହାୟତା ମିଳୁନାହିଁ । ସରକାରୀ ଅଧିକାରୀମାନେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ ନକରି ସରକାରଙ୍କୁ ତଥ୍ୟ ଦେଉଛନ୍ତି ତାହା ପୁଣି ବିଳମ୍ବରେ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଚାଷୀମାନଙ୍କୁ ସୁହାଉନଥବା ବେଳେ ରାଜ୍ୟ ସରକାର ଏଥିରେ ଯେତିକି ବି ମିଳିବାକୁ ଅଛି ଏ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇବାରେ ବିଫଳ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଆର୍ଥିକ ବର୍ଷରେ ବୀମା କମ୍ପାନୀମାନେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଫସଲବୀମା ପି୍ରମିୟମ୍ ବାବଦକୁ ଚାଷୀ ଏବଂ ସରକାରଙ୍କ ଠାରୁ ପାଖାପାଖି ୨୩ ହଜାର କୋଟି ଟଙ୍କା ଆଦାୟ କରିଥିବା ବେଳେ ଦୁର୍ନୀତିଖୋର ସରକାରୀ ଅଧିକାରୀମାନଙ୍କ ସହଯୋଗରେ ବୀମା କମ୍ପାନୀମାନେ ଚଞ୍ଚକତା କରି କ୍ଷତିପୂରଣ ବାବଦକୁ ମାତ୍ର ୭ ହଜାର କୋଟି ଟଙ୍କା ଚାଷୀଙ୍କୁ ଦେଇଛନ୍ତି । ରାଜ୍ୟରେ ଚଳିତ ବର୍ଷ ଖରିଫ୍ ଋତୁ ପାଇଁ ୧୯ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ସାମିଲ ହୋଇଥିଲେ । ଏଥିପାଇଁ ଚାଷୀଙ୍କ ପକ୍ଷରୁ ୧୫୦ କୋଟି ଟଙ୍କା ବୀମା କମ୍ପାନୀକୁ ଦିଆଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ୫୦୦ କୋଟି ଟଙ୍କା ପୈଠ ହୋଇଥିଲା । ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାରୁ ବୀମାଭୁକ୍ତ ଚାଷୀମାନେ ପ୍ରାୟ ୭୫୦୦ କୋଟି ଟଙ୍କା ବୀମା କ୍ଷତିପୂରଣ ପାଇବାରୁ  ବଂଚିତ  ହେଲେ । ଏପରିକି ଜିଲ୍ଲାପାଳ ଓ କୃଷି ଏବଂ ସମବାୟ ବିଭାଗର ଅଧିକାରୀମାନେ ଏ ସଂପର୍କରେ ସଠିକ୍ ଭାବରେ କିଛି ଜାଣି ନାହାନ୍ତି । ଫଳରେ ଚଳିତ ବର୍ଷ ବିପର୍ଯ୍ୟୟର ସମ୍ମୁଖିନ ହୋଇ ଚାଷୀକୂଳର ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲବୀମା ବାବଦ ଫାଇଦା ପାଇବାରେ ଗୋଟିଏ ବି ଚାଷୀ ଯୋଗ୍ୟ ହେଲେନାହିଁ । ସରକାରଙ୍କ ଅପାରଗତା ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ଓଡିଶାର ଚାଷୀମାନେ ଫସଲବୀମା ଯୋଜନାରୁ ଫାଇଦା ପାଇବାରେ ବଂଚିତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନରେ ଅହେତୁକ ବିଳମ୍ବ ସମେତ କୃଷି ଓ କୃଷକମାନଙ୍କ ଜ୍ୱଳନ୍ତ ସମସ୍ୟା ଗୃହରେ ବାରମ୍ବାର ଉତ୍ଥାପନ କଲେ ସୁଦ୍ଧା ରାଜ୍ୟ ସରକାର ନିଷ୍କି୍ରୟ ରହିଛନ୍ତି । କେବଳ ଏତିକି ନୁହେଁ, ରାଜସ୍ୱ ଓ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନରେ ନଯାଇ କାର୍ଯ୍ୟାଳୟରେ ବସି ମନୋମୁଖୀ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ବେଳେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଗତ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡ ବଣ୍ଟନ ବେଳେ ଯେପରି ଦଳୀୟ ପି୍ରୟାପ୍ରୀତି ହୋଇଥିଲା ସେହିପରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବେନାମୀ ଭାଗଚାଷୀଙ୍କୁ ହିତାଧିକାରୀ ଦର୍ଶାଇ ସହାୟତା ଯୋଗାଇ ଦିଆଯାଉଛି । ସେହିପରି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଶହେ ଟଙ୍କା ବୋନସ୍ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ଦିନ ବିତି ଯାଇଥିବା ବେଳେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଉପରେ ଏହି ବୋନସ୍ ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯାଉନାହିଁ । କେବଳ ସେତିକି ନୁହେଁ, ଏଫ୍.ଏ.କୁ୍ୟ. ଆଳ ଦେଖାଇ ଚାଷୀମାନଙ୍କ ଠାରୁ ପ୍ରତି କ୍ୱିଣ୍ଟାଲରେ ୮ ରୁ ୧୦ କେଜି ଧାନ କାଟି ରଖାଯାଉଛି । ଚାଷୀମାନଙ୍କର ପରିସ୍ଥିତି ଦେଖି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ପରି ରାଜ୍ୟମାନେ ସମସ୍ତ କୃଷିଋଣ ଛାଡ କରିଛନ୍ତି । ମାତ୍ର ଓଡିଶାରେ ମରୁଡି, ରୋଗପୋକ ଏବଂ ଅଦିନିଆ ବର୍ଷା ଜନିତ  କ୍ଷୟକ୍ଷତି କାରଣରୁ ଚାଷୀମାନଙ୍କର ଅବସ୍ଥା ଶୋଚନୀୟ ଥିବା ବେଳେ ଋଣ ଛାଡ କରିବାକୁ ବାରମ୍ବାର ଦାବି ସତ୍ତେ୍ୱ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି । ଚାଷଜନିତ କ୍ଷତି ଏବଂ ଋଣଭାର କାରଣରୁ ଚାଷୀମାନେ ରାଜ୍ୟରେ ଆତ୍ମହତ୍ୟା କରୁଥିବା ଘଟଣାମାନ ସାମ୍ନାକୁ ଆସୁଥିବା ବେଳେ ରାଜ୍ୟ ସରକାର ଏହାକୁ ସ୍ୱୀକାର ନକରିବା ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳ ଚାଷୀମାନଙ୍କ ସ୍ୱାର୍ଥ ପାଇଁ ସଦାସର୍ବଦା ଲଢି ଆସିଛି ଏବଂ ଆଗାମୀ ଦିନରେ ରାଜ୍ୟର ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନାହିଁ । 

0
0
0
s2sdefault