ଓଡିଶା  ଚାଷୀଙ୍କୁ ମୋଦି ସରକାରଙ୍କ ଇଏ କି ବୈମାତୃକତା : ବିଜୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କୁ ସହାୟତା

ଭୁବନେଶ୍ୱର : ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ କ୍ୟାବିନେଟ୍‍ ସବ୍‍କମିଟି ବୈଠକରେ ଗହମ ଓ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ୧୧୦ ଟଙ୍କା ଓ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି । କିନ୍ତୁ ଓଡ଼ିଶା ସରକାର ଏବଂ ଓଡ଼ିଶା ବିଧାନସଭାର ସର୍ବସମ୍ମତି ପ୍ରସ୍ତାବ, ଓଡ଼ିଶାର ଧାନ ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି କରିବା ପାଇଁ କେନ୍ଦ୍ର ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି । ଏଥିରୁ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କର ଓଡ଼ିଶା ପ୍ରତି ଥିବା ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ ଓଡ଼ିଶା ଜନସଂଖ୍ୟାର ୬୦ ଭାଗରୁ ଉର୍ଦ୍ଧ୍ବ କୃଷକ ଓ କୃଷିଜୀବୀ । ଆମର ସଂସ୍କୃତି ଓ ଅର୍ଥନୀତି ମୁଖ୍ୟତଃ କୃଷି ଭିତ୍ତିକ । ବିଜେଡି ସରକାର କୃଷି ଓ କୃଷକର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ ଆସିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଦ୍ରୁତ ବିକାଶ ସାଧନ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍‍ କରାଯାଇଛି । ସ୍ୱତନ୍ତ୍ର କୃଷି କ୍ୟାବିନେଟ୍‍ ଗଠନ କରାଯାଇ କୃଷି ଭିତ୍ତିକ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରାଯାଇଛି । କୃଷକମାନଙ୍କର ସର୍ବାଧିକ ବିକାଶକୁ ଅଗ୍ରାଧିକାର ଦେଇ କୃଷି ବିଭାଗର ନାମ ପରିବର୍ତ୍ତନ କରାଯାଇ ‘କୃଷି ଓ କୃଷକ ସଶକ୍ତିକରଣ’ ବିଭାଗ କରାଯାଇଛି । ବିଜେଡି ସରକାରଙ୍କ ନିଷ୍ଠାପର  ପ୍ରୟାସ ଓ କୃଷକମାନଙ୍କର ଅବିରତ ଉଦ୍ୟମ ଫଳରେ କୃଷି ଉପôାଦନ କ୍ଷେତ୍ରରେ ଆମେ ଦୃଷ୍ଟାନ୍ତମୂଳକ ସଫଳତା ପାଇଛୁ । ଗତ ପାଞ୍ଚବର୍ଷ ମଧ୍ୟରେ ଚାରିଥର କୃଷିକର୍ମଣ ପୁରସ୍କାର ପାଇବା ରାଜ୍ୟ ତଥା ଚାଷୀକୂଳ ପାଇଁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ।

ଯଦି କୃଷକମାନେ ନିଜ ଉତ୍ପାଦର  ଲାଭଜନକ ମୂଲ୍ୟ ନପାଇବେ, ତେବେ ସମସ୍ତ ପ୍ରଗତି ସତ୍ତ୍ୱେ  ବ୍ୟକ୍ତିଗତ ଦୁର୍ଗତିର ଶିକାର ହେବେ ଓ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହେବ, ଯାହାକି ରାଜ୍ୟ ଅର୍ଥନୀତିକୁ ସାମଗ୍ରୀକ  ଭାବେ ପ୍ରଭାବିତ କରିବ । କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ଆମ ବ୍ୟବସ୍ଥାରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର । ଏଣୁ ଓଡ଼ିଶାର କୃଷକମାନଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିମନ୍ତେ ଚାପ ପ୍ରୟୋଗ କରି ଆସୁଛନ୍ତି ।

 ଓଡ଼ିଶା ବିଧାନସଭାରେ ଗତ ଅଧିବେଶନରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଲାଗି ଏକ ସଂକଳ୍ପ ପାରିତ ହୋଇଥିଲା । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ସଭ୍ୟଙ୍କୁ ନେଇ ଏକ ଗୃହ କମିଟି ଗଠିତ ହୋଇଥିଲା । ଯେଉଁ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି କୃଷକମାନଙ୍କର ସ୍ୱାର୍ଥ ଓ ବାସ୍ତବ ସ୍ଥିତି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଦାବି ଉପସ୍ଥାପନ କରିଥାନ୍ତେ । କିନ୍ତୁ ବଡ଼ ଦୁଃଖ ଓ ପରିତାପର କଥା ଯେ ଓଡ଼ିଶା ବିଧାନସଭା ଗୃହ କମିଟିର ଅନୁରୋଧ ଶୁଣିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ସମୟ ନାହିଁ ।

ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ୍‍ଡିଏ ସରକାର ନିର୍ବାଚନ ପୂର୍ବରୁ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଶନଙ୍କ ସୁପାରିସ ଆଧାରରେ ଉତ୍ପାଦନ  ଖର୍ଚ୍ଚର ଦେଢ଼ଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଗତ ୩ବର୍ଷ ଧରି କେନ୍ଦ୍ର ସରକାର ଏ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏନ୍‍ଡିଏ ସରକାର ଯେ ଓଡ଼ିଶା କୃଷକ ବିରୋଧୀ, ଏହା ତାଙ୍କର ପୂର୍ବ କାର୍ଯ୍ୟକ୍ରମରୁ ପ୍ରମାଣିତ ହୋଇଛି ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାରେ କେନ୍ଦ୍ର ସରକାର ଯେଉଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ଏହା ଓଡ଼ିଶାର ଚାଷୀକୂଳ ପ୍ରତି ଚରମ ଉପେକ୍ଷା । ଆଗାମୀ ଦିନରେ କେନ୍ଦ୍ର ସରକାର ବିରୁଦ୍ଧରେ ଦୁର୍ବାର ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault