ହେଡଲାଇନସ୍:

ବିଦ୍ବେଷ ଏବଂ ଅସହିଷ୍ଣୁତା-ମୋଦି ସରକାରଙ୍କ ଭୂଷଣ : ଡା. ରାଉତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଚକ୍ରଧର ମାଝୀ :  ଭୁବନେଶ୍ୱରରୁ ଚକ୍ରଧର ମାଝୀ : ଏକତା, ଅଖଣ୍ଡତା, ଧର୍ମନିରପେକ୍ଷତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଭାରତବର୍ଷରେ ସମ୍ପ୍ରତି ହିଂସା, ଦ୍ୱେଷ ଓ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାର ଅପଚେଷ୍ଟା କରାଯାଉଛି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ ତାଙ୍କ ଦଳର ନେତାମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ବିଦ୍ବେଷ ଓ ସାଂପ୍ରଦାୟିକତା ସ୍ୱର ଭାରତ ବର୍ଷର ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ  କ୍ଷମତା ନୁହେଁ ।  ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରତ୍ୟେକ ଭାରତୀୟଙ୍କ ଅମୂଲ୍ୟ ସଂପତ୍ତି, ତାହା ବଜାୟ ରହିବା ଉଚିତ ବୋଲି ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଡା ଦାମୋଦର ରାଉତ ମତବ୍ୟକ୍ତ କରିଛନ୍ତି ।

ଡା ରାଉତ କହିଛନ୍ତି ଯେ,  ପ୍ରତିଥଯଶା ରାଷ୍ଟ୍ରପତି ତଥା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବୈଜ୍ଞାନିକ ସ୍ୱର୍ଗତ କଲାମଙ୍କୁ ଆଜି ଯେତେବେଳେ ଭାରତବାସୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ଠିକ୍ ସେତିକିବେଳେ ଭାରତୀୟ ଜନତା ପାର୍ଟି ଶାସିତ ଉତ୍ତରପ୍ରଦେଶ ରାଜ୍ୟର ବିଧାୟକ ସଂଗୀତ ସିଂ ସୋମ୍ ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲ ଭାରତୀୟ ସଂସ୍କୃତିର ଅତ୍ୟାଚାରର ପ୍ରତୀକ ବୋଲି କହୁଛନ୍ତି ଏବଂ ଅନ୍ୟପଟରେ ଆଉ ଜଣେ ସାଂସଦ ଅସାଦୁଦ୍ଦିନ୍ ଓଓ୍ୱାଇସି କହୁଛନ୍ତି ଲାଲକିଲ୍ଲା ଉପରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବା କାର୍ଯ୍ୟରୁ ବିରତ ରୁହନ୍ତୁ । ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟରେ କେହି ଦଳିତ ଯଦି ନିଶ ରଖେ ତା' ଉପରେ ନିର୍ମମ ଅତ୍ୟାଚାର କରାଯାଉଛି । ଉତ୍ତରପ୍ରଦେଶରେ ଶ୍ରୀ ଯୋଗୀ ମୁଖ୍ୟମନ୍ତ୍ରୀ ହେଲା ପରଦିନ ସ୍ୱୀକୃତିପ୍ରାପ୍ତ ସ୍ଲଟର ହାଉସ୍(ମାଂସ ଦୋକାନ)ରୁ ଜଣେ ମୁସଲମାନ ମାଂସ ନେଲା ବେଳେ ତାକୁ ପିଟି ପିଟି ହତ୍ୟା କରାଗଲା ଏବଂ ସ୍ଲଟର ହାଉସଗୁଡ଼ିକ ବନ୍ଦ କରିଦେବା ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତି । ବିଭିନ୍ନତା ଭିତରେ ଏକତାର ଯେଉଁ ଆଦର୍ଶ ପାଇଁ ଆମ ଦେଶ ସମଗ୍ର ବିଶ୍ୱରେ ପରିଚିତ ଏବଂ ପ୍ରଶଂସିତ ଏବଂ ଯେଉଁ ଆଦର୍ଶକୁ ନେଇ ସାମ୍ରାଜ୍ୟବାଦୀ ବ୍ରିଟିଶ  ଶାସନରୁ ଏ ଦେଶ ମୁକ୍ତି ଲାଭ କରିଥିଲା  ଆଜି ସେଇଠି ସ୍ୱାଧୀନତାର ୭୦ ବର୍ଷ ପରେ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଶାସନ କାଳରେ ଏସବୁ ଯେଉଁ ଦୁଃଖଦ ଘଟଣା ସବୁ ଘଟୁଛି ଏଥିରେ  ଦେଶର ଅଖଣ୍ଡତା ରହିବ ତ ବୋଲି ଡା ରାଉତ ପ୍ରଶ୍ନ କରିଛନ୍ତି ।

ଡା ରାଉତ କହିଛନ୍ତି ଯେ, ଆମେ ଓଡ଼ିଶାବାସୀ ଜାଣିଥାଉ ଜଗତର ନାଥ ଶ୍ରୀଜଗନ୍ନାଥ ୫ ହଜାର ବର୍ଷ ତଳୁ ବିଶ୍ୱକୁ ମାନବବାଦର ବାର୍ତ୍ତା ଦେଇଛନ୍ତିା ଶ୍ରୀୟା ଚଣ୍ଡାଳୁଣୀଙ୍କ ଘରକୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ପଠାଇ ଅସ୍ପୃଶ୍ୟତା ଏକ କୁସଂସ୍କାର ବୋଲି କହି ସାରିଛନ୍ତି । ପୁଣି ବିଶ୍ୱ ମାନବସମାଜକୁ କହିଛନ୍ତି ଯେ କୋଟି କୋଟି ତାଙ୍କର ଭକ୍ତ ହେଲେ ହେଁ-ଶ୍ରେଷ୍ଠ ଭକ୍ତ ସାଲବେଗ, ଜାତିରେ ମୁସଲମାନ ।  ଏଥିରୁ ସୂଚିତ ହୋଇଛି ସାଂପ୍ରଦାୟିକତା ଏକ ବିଷ । ମାନବସମାଜ ସେଥିରେ ଜର୍ଜରିତ ହୁଅ ନାହି" । ବର୍ଷକରେ ଥରେ ଶ୍ରୀଗୁଣ୍ଡିଚା ମହାପ୍ରଭୁ ଶ୍ରୀ ଜଗନ୍ନାଥ  ରତ୍ନ ସିଂହାସନକୁ ଛାଡ଼ି ସିଂହଦ୍ୱାରକୁ ଆସି ରଥାରୁଢ଼ ହୁଅନ୍ତି ଏବଂ ବିଶ୍ୱ ମାନବସମାଜକୁ ଆହ୍ୱାନ ଦେଇ କହିଥାନ୍ତି-"ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆସି ମତେ ଦର୍ଶନ କର, ପ୍ରଶାନ୍ତି ଲାଭ କରିବ, ମନରୁ ପାପାଚାର ଦୂର ହେବ । ନିଜକୁ ପାପମୁକ୍ତ କରିବା ପାଇଁ ଭିଡ଼ ଠେଲି ମୋ ରଥ ଦଉଡ଼ି ଛୁଇଁ ଦିଅ । ଆଧୁନିକ ଯୁଗରେ ତାଙ୍କର ବାଣୀକୁ କୁହାଯାଉଛି ଧର୍ମ ନିରପେକ୍ଷତା । 

ବିଭିନ୍ନତା ଭିତରେ ଏକତା ।  ଆମ ଦେଶରେ ସବୁ ଧର୍ମ, ସବୁ ଜାତି, ସବୁ ବର୍ଣ୍ଣର ଲୋକ ବାସ କରନ୍ତି ।  ଆଜି ନୁହେଁ, କେଉଁ ଅନନ୍ତ କାଳରୁା ସେଇ ଆଦର୍ଶର ପୁନରୁତ୍ଥାନ ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ମୌଳବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ତେବେ ସ୍ୱାଧୀନତାର ୭୦ ବର୍ଷ ପରେ ସାଂପ୍ରଦାୟିକତା, ଧର୍ମାନ୍ଧତା ଏବଂ ଅସ୍ପୃଶ୍ୟତା ଯେଭଳି ମୁଣ୍ଡ ଟେକିବା ଆରମ୍ଭ କରିଛି ସେଥିପ୍ରତି ରାଜନୈତିକ ଦଳମତ ନିର୍ବିଶେଷରେ ଭାରତୀୟ ଜନଗଣ ଦୃଷ୍ଟିପାତ କରିବା ଜରୁରୀ କି ନାହିଁ ଏହା ବିଚାର କରିବା ପାଇଁ ମୋର ନିବେଦନ ବୋଲି ଡା ରାଉତ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । 

ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଲା ଏବେ ଗୁଜରାଟ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନେହେରୁ-ଗାନ୍ଧୀ ପରିବାର ଗୁଜରାଟୀଙ୍କୁ ଘୃଣା କରନ୍ତି ।  ସେ ବୋଧହୁଏ ଭୁଲି ଯାଉଛନ୍ତି ଗୁଜରାଟରେ ଜନ୍ମ ନେଇଥିବା  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ପଟ୍ଟଶିଷ୍ୟ ଥିଲେ ସ୍ୱର୍ଗତ ନେହେରୁ । ଗାନ୍ଧିଜୀଙ୍କର ଆଦର୍ଶ ହିଁ କଂଗ୍ରେସର ଆଦର୍ଶ ବୋଲି ରହି ଆସିଛି । ସେଥିପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅମଳରୁ ଗୁଜରାଟକୁ ସଂପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିଛନ୍ତି । ଅବଶ୍ୟ ଏବେ ଗୁଜରାଟରେ ଲାଇସେନ୍ସପ୍ରାପ୍ତ ମଦଦୋକାନ ନଥିଲେ ମଧ୍ୟ ପ୍ରତିବର୍ଷ ଶହେ ଦୁଇଶହ ଲୋକ ବିଷାକ୍ତ ମଦ୍ୟପାନ କରି ମରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟଭଙ୍ଗୀ କ'ଣ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କର ଆଚରଣ, ଉଚ୍ଚାରଣ ଏବଂ ତାଙ୍କ ଦଳର ନେତାମାନଙ୍କର ସାଂପ୍ରଦାୟିକତାର ସ୍ୱର ଭାରତ ବର୍ଷର ଭବିଷ୍ୟତ ପାଇଁ ଶୁଭଙ୍କର ହେବ ତ? କ୍ଷମତା ନୁହେଁ, ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରତ୍ୟେକ ଭାରତୀୟଙ୍କ ଅମୂଲ୍ୟ ସଂପତ୍ତି ବୋଲି ଡା ରାଉତ କହିଛନ୍ତି । 

0
0
0
s2sdefault