ଜନସ୍ୱାର୍ଥ ଚୁଲିକି ଯାଉ ଏବଂ ଦଳୀୟ ସ୍ୱାର୍ଥ ବଜାୟ ରହୁ ନୀତିକୁ ମୁଖ୍ୟମନ୍ତ୍ରୀ ଆପଣେଇଛନ୍ତି: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ଦିବସ ରାଜ୍ୟ ସରକାର ପାଳନ ନକରିବା ପ୍ରସଙ୍ଗ 

24-04-bjp-BJP-PRESS-MEET-w.jpg - 68.69 kBଭୁବନେଶ୍ୱର : କେନ୍ଦ୍ରୀୟ ଅବହେଳାର ଚିକ୍ରାର କରୁଥିବା ରାଜ୍ୟ ସରକାର ବାସ୍ତବରେ ଗରିବ ବିରୋଧୀ । କେନ୍ଦ୍ର ସରକାର ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ବି ରାଜ୍ୟ ସରକାର ଦଳୀୟ ସ୍ୱାର୍ଥକୁ ନଜରରେ ରଖି ସେଗୁଡିକୁ ଗ୍ରାମ ପଂଚାୟତରେ ପହଂଚାଉ ନାହାଁନ୍ତି । ଆଜି ଏପ୍ରିଲ ୨୪ ତାରିଖ ପଂଚାୟତିରାଜ ଦିବସ । କେନ୍ଦ୍ରୀୟ ନିର୍ଦ୍ଦେଶ  ଅନୁଯାୟୀ ପ୍ରତି ପଂଚାୟତରେ ଏହି ଦିବସକୁ ପାଳନ କରିବା ଆବଶ୍ୟକ । ଏହି ଦିବସରେ ସମସ୍ତ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭାରେ ସ୍ୱାସ୍ଥ୍ୟ, ସହିଳା ସଶକ୍ତି କରଣ , ସାମାଜିକ ଆର୍ଥିକ ଉନ୍ନୟନ ସର୍ମ୍ପକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ରାଜ୍ୟ ସରକାର ଉଦେ୍ଧଶ୍ୟମୂଳକ ଭାବେ ଏହାକୁ କାର୍ଯ୍ୟକ୍ଷମ କଲେ ନାହିଁ । ଗ୍ରାମ ପଂଚାୟତ ଆଇନ ଅନୁଯାୟୀ ଗ୍ରାମସଭା ପାଇଁ ସର୍ବନିମ୍ନ ୭ ଦିନ ପୂର୍ବରୁ ଚିଠି ହେବା କଥା । କିନ୍ତୁ ରାଜ୍ୟ ସରକାର ନିଜ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ  ଗୋଟିଏ ଦିନ ପୂର୍ବରୁ ନିର୍ଦ୍ଦେଶନାମା ଜାରିକରିଥିଲେ । ନିଜ ରାଜନୈତିକ ସ୍ୱାର୍ଥ ଯୋଗୁଁ କେନ୍ଦ୍ରସରକାରଙ୍କ ଗରିବ କଲ୍ୟାଣ ଯୋଜନାକୁ ଗ୍ରାମାଂଚଳରେ କାର୍ଯ୍ୟକ୍ଷମ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି  ସମୀର ମହାନ୍ତି କହିଛନ୍ତି । 

ପ୍ରଧାନମନ୍ତ୍ରୀ ମାନ୍ୟବର  ନରେନ୍ଦ୍ର ମୋଦି ଓଡିଶାକୁ ପ୍ରୟୋଗ ଶାଳା ଭାବେ ନେଇଛନ୍ତି । ରାଜ୍ୟରେ କିପରି ବିକାଶ ହେବ ସେନେଇ ମୋଦି ସରକାର ଅହରହ କାର୍ଯ୍ୟ କରିଆସୁଛନ୍ତି । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟୀତ୍ୱ ରାଜ୍ୟ ସରକାରଙ୍କର କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦେ୍ଧଶ୍ୟ ରଖି କେନ୍ଦ୍ରୀୟ ଯୋଜନାକୁ ସାଧାରଣ ଜନତାଙ୍କ ପାଖରେ ପଂହଚଇବାକୁ ଚାହୁଁ ନାହାଁନ୍ତି । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଗୁଡିକରେ ଇର୍ଷାନ୍ୱିତ ହୋଇ ନବୀନ ସରକାର ଗରୀବଙ୍କୁ ଦୁର୍ବଳ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ସାହାଯ୍ୟ ଯୋଗାଇବା ହେଉଛି କେନ୍ଦ୍ର ସରକାରଙ୍କର ଦାୟୀତ୍ୱ ଏବଂ ସେହି ଯୋଜନାକୁ ରାଜ୍ୟରେ ଥିବା ସମସ୍ତ ହିତାଧିକାରୀଙ୍କ ପାଖରେ ପଂହଚାଇବା ହେଉଛି ରାଜ୍ୟ ସରକାରଙ୍କ କାର୍ଯ୍ୟ । ଏହି ଦାୟିତ୍ୱକୁ ରାଜ୍ୟ ସରକାର ନକରି କେବଳ ରାଜନୀତି କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଗ୍ରାମ ସ୍ୱରାଜ ଯୋଜନା ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମ ୧୪ ଏପ୍ରିଲରୁ ମେ ୫ ତାରିଖ ପର୍ଯ୍ୟନ୍ତ ଚାଲୁରହିଛି । ୧୮ ତାରିଖ ସ୍ୱଚ୍ଛ ଭାରତ ଓ ୨୦ ତାରିଖ ଦିନ ଉଜ୍ଜଳା ପଂଚାୟତ କାର୍ଯ୍ୟକ୍ରମ ଥିଲା । ଏହି ଦୁଇି ଦିନରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିନଥିବାରୁ ବିଜେପିର ଏକ ପ୍ରତିନିଧୀଦଳ ମୁଖ୍ୟ ଶାସନ ସଚିବଙ୍କୁ  ଭେଟି ଘଟଣା ସର୍ମ୍ପକରେ ଅବଗତ କରାଇଥିଲା । ଏହା ସତ୍ୱେ ବି ଆଜି ପଂଚାୟତି ରାଜ ଦିବସରେ ବି ସମାନ କଥା ଦେଖିବାକୁ ମିଳଛି । କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ଅନ୍ୟରାଜ୍ୟମାନଙ୍କରେ ଅନୁଷ୍ଠିତ  ହୋଇଛି । ପଂଚାୟତ ଦିବସରେ ସ୍ୱତନ୍ତ୍ର ଗ୍ରାମସଭା ହୋଇ ସ୍ୱାସ୍ଥ୍ୟ, ମହିଳା ସଶକ୍ତି କରଣ, ସାମାଜିକ ବିକାଶ ଆଦି କ୍ଷେତ୍ରରେ ଆଲୋଚନା ସହ  କେନ୍ଦ୍ର ସରକାରଙ୍କ ଯୋଜନା ଲୋକାଭିମୁଖୀ କରାଇବାର କାର୍ଯ୍ୟକ୍ରମ ଥିଲା । ରାଜ୍ୟ ସରକାର ରାଜନୈତିକ ଦୃଷ୍ଟି କୋଣରୁ ଏହି ଦିବସକୁ ପାଳନ କରିନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଏପ୍ରିଲ ୧୪ ତାରିଖ ଆମ୍ବେଦକର ଜୟନ୍ତୀ, ୧୮ ତାରିଖ ସ୍ୱଚ୍ଛ ଭାରତ ପର୍ବ, ୨୦ ତାରିଖ ଉଜ୍ଜଳା ପଂଚାୟ, ୨୪ ତାରିଖ ପଂଚାୟତି ରାଜ ଦିବସ ,୨୮ ତାରିଖ ଗ୍ରାମ ଶକ୍ତି ଅଭିଯାନ, ୩୦ ତାରିଖ ଆୟୁଷ୍ମାନ ଭାରତ,ମେ ୨ ତାରିଖ କିଷାନ କଲ୍ୟାଣ କୌଶଲ ଏବଂ ୫ ତାରିଖ ଆଜିବିକା ଓ କୌଶଳ ବିକାଶ ମେଳା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ  କେନ୍ଦ୍ର  ସରକାର ରାଜ୍ୟ ସରକାରଙ୍କୁ ୩୧ ମାର୍ଚ୍ଚରେ ଚିଠି ଦେଇଥିଲେ । ଏହା ପରେ ବି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଦେଖାଇ ଏପ୍ରିଲ ୧୩ ତାରିଖ ଅର୍ଥାତ୍ କାର୍ଯ୍ୟକ୍ରମର ଠିକ୍ ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳ ମାନଙ୍କୁ  ଚିଠି ଦେଲେ । ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ଆଇ.ଇ.ସି ଫଣ୍ଡ ରାଜ୍ୟ ସରକାର ବ୍ୟବହାର କଲେ ନାହିଁ ଯାହାକି ଶିଶୁ ଦିବସରେ ଏହାକୁ ବ୍ୟବହାର କରିଥିଲେ । ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବ ପାଇଁ ଗରିବରଲ୍ୟାଣ ଯୋଜନା ସର୍ମ୍ପକରେ ରାଜ୍ୟବାସୀ ଅବଗତ ହୋଇପାରିଲେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

କେନ୍ଦ୍ର ସରକାର ୨୧ ହଜାର ୫୮ ଟି ଗ୍ରାମକୁ ଅନୁନ୍ନତ ରାଜ୍ୟକୁ ଚିହ୍ନଟ କରାଯାଇଛି । ସେ ମଧ୍ୟରୁ ଓଡିଶାର ୩୮୮ଟି ଗ୍ରାମ ରହିଛି । ଏହି  ଗ୍ରାମଗୁଡିକରେ ଏହି ୮ଟି କାର୍ଯ୍ୟକ୍ରମ କରି କେନ୍ଦ୍ର ସରକାରଙ୍କ ଯୋଜନା ସର୍ମ୍ପକ ଅବଗତ କରାଇବା କଥା କିନ୍ତୁ ତାହା ରାଜ୍ୟ ସରକାର କରିନାହାଁନ୍ତି । ଏହା ଦ୍ୱାରା ରାଜ୍ୟସରକାରଙ୍କ ଗରିବ ବିରୋଧୀ ମାନସିକତା ପ୍ରମାମ ମିଳୁଛି । ଜନସ୍ୱାର୍ଥ ଚୁଲିକି ଯାଉ ଏବଂ ଦଳୀୟ ସ୍ୱାର୍ଥ ବଜାୟ ରହୁ ନୀତିକୁ ମୁଖ୍ୟମନ୍ତ୍ରୀ ଆପଣେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଗ୍ରାମପଂଚାୟତରେ ଯୋଜନା ପ୍ରଣୟନ ଓ ଦାରିଦ୍ର୍ୟ ଦୂରିକରଣ ନିମନ୍ତେ ବାସ୍ତବ ହିତିଧିକାରୀ ଚୟନ କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ହେବା ସହିତ କେନ୍ଦ୍ରୀୟ ଅବହେଳାର ଆରୋପ କରି ଆସୁଥିବା ଶାସକ ବିଜେଡିର ସାଧାରଣ ଲୋକଙ୍କ ପ୍ରତି କେତେ ଦରଦ ତାହା ଜଣାପଡିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମୁଖପାତ୍ର  ସଜ୍ଜନ ଶର୍ମା ଓ ରାଜ୍ୟ ସଂପାଦକ ତଥା ଗ୍ରାମ ସ୍ୱରାଜ ଅଭିଯାନର ପ୍ରଦେଶ ସହ ସଂଯୋଜକ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault