ଗରିବ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଐତିହାସିକ ପଦକ୍ଷେପ, ଗରିବଙ୍କ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁୁବନେଶ୍ୱର - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ନିମନ୍ତେ ସମ୍ବିଧାନ ସଂଶୋଧନ ବିଲ ଗରିବଙ୍କ କଲ୍ୟାଣ ଲାଗି ଏକ ଐତିହାସିକ ପଦକ୍ଷେପ, ଯାହା ସବକା ସାଥ୍- ସବକା ବିକାଶ ନୀତି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ମହାରାଷ୍ଟ୍ରର ସୋଲାପୁରରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଲୋକସଭା ଦ୍ୱାରା ଏହି ବିଲ ଗୃହୀତ କରାଯିବ । ସେହି ଲୋକମାନଙ୍କ ପ୍ରତି ଏକ ଦୃଢ଼ ଜବାବ ଯେଉଁମାନେ ଏ ସମ୍ପର୍କରେ ମିଛ ପ୍ରଚାର କରୁଛନ୍ତି । ସେ ଏହି ଆଶାବ୍ୟକ୍ତ କରିଥିଲେ ଯେ ଏହି ବିଲ ରାଜ୍ୟ ସଭାରେ ମଧ୍ୟ ପାସ ହୋଇଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଗତକାଲି ଲୋକସଭାରେ ସାଧାରଣ ବର୍ଗର ଆର୍ଥିକ ଭାବେ ଦୁର୍ବଳ ଲୋକମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ନିମନ୍ତେ ଏକ ଐତିହାସିକ ବିଲ ପାସ କରିଛୁ । 

ନାଗରିକତ୍ୱ ସଂଶୋଧନ ବିଲ ବିଷୟରେ ପ୍ରଧାନମନ୍ତ୍ରୀ ଆସାମ ଏବଂ ଉତର ପୂର୍ବର ଲୋକମାନଙ୍କୁ ଆଶ୍ୱସ୍ତ ଦେଇଥିଲେ ଯେ ସେମାନଙ୍କ ଅଧିକାର ଏବଂ ସୁଯୋଗକୁ ସୁରକ୍ଷିତ ରଖାଯିବ । ସେ କହିଥିଲେ ଯେ ଏହି ବିଲ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ଭାରତ ମାତାର ପୁତ୍ର ଏବଂ କନ୍ୟାମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ମାର୍ଗକୁ ପ୍ରଶସ୍ତ କରୁଛି । ଇତିହାସର ଉତ୍ଥାନ ଏବଂ ପତନକୁ ଦେଖିବା ଆମର ଏହି ଭାଇ ଓ ଭଉଣୀମାନେ ଭାରତର ଏକ ଅଙ୍ଗ ହେବା ଲାଗି ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଯେତେ ଦୋଷାରୋପ କରାଯାଉ ପଛେ ଦୁର୍ନୀତି ଏବଂ ଦଲାଲି ବିରୋଧରେ ତାଙ୍କର ଏହି ଅଭିଯାନ ଲଗାତାର ଜାରି ରହିବ । ସେ କହିଥିଲେ ଯେ ସେ ଏହି ଦେଶର ଜନସାଧାରଣଙ୍କ ଆଶୀର୍ବାଦ ଏବଂ ସମର୍ଥନରେ ଦୁର୍ନୀତି ଏବଂ ଦଲାଲି ବିରୋଧରେ ଲଢ଼ିବାରେ ସାହସପୂର୍ବକ ନିଜ କର୍ତବ୍ୟ ସମ୍ପାଦନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଆଧାରଶିଳା ରଖିବା ପରେ ଜନସଭାକୁ ସମ୍ବୋଧିତ କରିଥିଲେ । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୩୦,୦୦୦ ବାସଗୃହ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ଜରି ବିକାଳି, ରିକ୍ସା ଚାଳକ, ବିଡି ଶ୍ରମିକଙ୍କ ଭଳି ଗରିବ ଏବଂ ବାସହୀନ ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପ ଲାଗି ୧୮୧୧.୩୩ କୋଟି ଟଙ୍କା ବ୍ୟୟ କରାଯିବ । ସେ କହିଥିଲେ ଯେ ଆଜି ଆମେ ଗରିବ, ଶ୍ରମିକଙ୍କ ପରିବାର ପାଇଁ ୩୦,୦୦୦ ବାସଗୃହ ପ୍ରକଳ୍ପର ଉଦଘାଟନ କରିଛୁ । ଏହି ପ୍ରକଳ୍ପ ଦ୍ୱାରା କାରଖାନାରେ କାମ କରୁଥିବା, ରିକ୍ସା ଚାଳକ ଏବଂ ଅଟୋଚାଳକ ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ଖୁବଶୀଘ୍ର ଆପଣମାନଙ୍କ ହାତରେ ଏହି ଘରର ଚାବି ରହିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଧ୍ୟମବର୍ଗର ପରିବାର ପାଇଁ ଶସ୍ତା ବାସଗୃହ ନିର୍ମାଣ କରିବା ଲାଗି ମଧ୍ୟ ପ୍ରୟାସ କରାଯାଇଛି । ଏବେ ସେମାନେ ୨୦ ବର୍ଷର ଅବଧି ବିଶିଷ୍ଟ ବାସଗୃହ ଋଣରେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ଏହା ଆରାମରେ ରହିବା ଲାଗି ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ପ୍ରକଳ୍ପଗୁଡ଼ିକର ସେ ଶିଳାନ୍ୟାସ କରିଥିଲେ ସେସବୁ ପ୍ରକଳ୍ପର ଉଦଘାଟନ କରି ସେ ତାଙ୍କର ପ୍ରତିଶ୍ରୁତିବଦ୍ଧତା ବଜାୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନୂଆ ଜାତୀୟ ରାଜପଥ-୫୨ର ୯୮.୭୧୭ କିମି ଲମ୍ବ ସଡ଼କୁ ରାଷ୍ଟ୍ର ଉଦେ୍ଧଶ୍ୟରେ ସମର୍ପିତ କରିଥିଲେ । ଏହି ସଡ଼କ ଦ୍ୱାରା ସୋଲାପୁରର ମରାଠାୱାଡ଼ା କ୍ଷେତ୍ର ସହିତ ଯୋଗାଯୋଗରେ ଉନ୍ନତି ଆସିପାରିବ । ସୋଲାପୁର-ତୁଲଜାପୁର-ଓସମାନାବାଦ, ଜାତୀୟ ରାଜପଥ-୫୨ ଏକ ୪-ଲେନ ବିଶିଷ୍ଟ ସଡ଼କ । ଏହାର ଆନୁମାନିକ ବ୍ୟୟ ୯୭୨.୫୦ କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ୨୦୧୪ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଜାତୀୟ ରାଜପଥ-୫୨ରେ ଦୁଇଟି ବଡ଼ ଏବଂ ୧୭ଟି ଛୋଟ ସେତୁ ରହିଛି । ଏଥିରେ ସୁରକ୍ଷା ବିଶେଷତ୍ୱକୁ ସାମିଲ କରାଯାଇଛି । ଏଥିରେ ୪ଟି ବାହନ ଏବଂ ୧୦ଟି ପାଦଚଲା ଅଣ୍ଡରପାସ ନିର୍ମାଣ କରାଯାଇଛି । ଏହା ବ୍ୟତୀତ ତୁଲଜାପୁରରେ ୩.୪ କିମି ବାଇପାସ ନିର୍ମାଣ କରାଯାଇଛି, ଯାହା ସହରର ଯାତାୟାତ ବ୍ୟବସ୍ଥାକୁ ସହଜ କରିବ ।

ଏହି ଅଂଚଳରେ ରେଳ ଯୋଗାଯୋଗକୁ ଉନ୍ନତ କରିବା ଲାଗି ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସୋଲାପୁର-ଓସମାନାବାଦ ଭାୟା ତୁଲଜାପୁର ରେଳ ଲାଇନକୁ ମଞ୍ଜୁରି ଦେଇଛନ୍ତି । ଏହାର ଆନୁମାନିକ ବ୍ୟୟ ୧୦୦୦ କୋଟି ଟଙ୍କା । ସେ କହିଥିଲେ ଯେ ଉଡ଼ାନ ଯୋଜନା ଅନ୍ତର୍ଗତ ସୋଲାପୁର ଆଂଚଳିକ ବିମାନ ସଂଯୋଗ ନିମନ୍ତେ ବିମାନ ଯାତ୍ରା ଆରମ୍ଭ କରାଯିବ ।

ସ୍ୱଚ୍ଛ ଭାରତ ଏବଂ ସ୍ୱଚ୍ଛ ଭାରତ ସଂକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ସୋଲାପୁରରେ ଭୂତଳ ସ୍ୱେରେଜ ପ୍ରଣାଳୀ ଏବଂ ତିନୋଟି ସ୍ୱିୱର ପରିଚାଳନା ପ୍ଲାଂଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହାଦ୍ୱାରା ସହରର ସ୍ୱିୱର କଭରେଜ ବୃଦ୍ଧି ପାଇବ ଏବଂ ସ୍ୱଚ୍ଛତା ଉନ୍ନତ ହେବ ।

ପ୍ରଧାନମନ୍ତ୍ରୀ ଜଳ ଯୋଗାଣ ଏବଂ ସିୱର ପ୍ରଣାଳୀ ସହ ଜଡ଼ିତ ଏକ ସମନ୍ୱିତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ସୋଲାପୁର ସ୍ମାର୍ଟ ସିଟି କ୍ଷେତ୍ର ଆଧାରିତ ବିକାଶର ଅଂଶବିଶେଷ ଅଟେ । ଉଜାନୀ ନଦୀବନ୍ଧରୁ ସୋଲାପୁର ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ଏବଂ ଅମୃତ ମିଶନ ଅନ୍ତର୍ଗତ ଭୂତଳ ସ୍ୱେରେଜ ପ୍ରଣାଳୀର ନିର୍ମାଣ ଏହି ପ୍ରକଳ୍ପର ପ୍ରମୁଖ ଉପାଦାନ ।

ଆଶା କରାଯାଉଛି ଯେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସଡ଼କ ଏବଂ ପରିବହନ ସଂଯୋଗ, ଜଳ ଯୋଗାଣ, ସ୍ୱଚ୍ଛତା ଉନ୍ନତ ହେବ ଏବଂ ସୋଲାପୁର ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ରହୁଥିବା ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଉପଲବ୍ଧ ହୋଇପାରିବ ।

0
0
0
s2sdefault