ହେଡଲାଇନସ୍:

 ଝଙ୍କଡ଼ର ମା'ଶାରଳାଙ୍କ ପୀଠରେ ମୀନସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା" ଶାରଳାଙ୍କ ପୀଠରେ ପବିତ୍ର ମୀନ ସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ ହୋଇଯାଇଛି।ଏଥିନେଇ ମାନ ସଂକ୍ରାନ୍ତି ଦିନ ଦଶଘଟ ନୃତ୍ୟର ଘଟଧାରୀ ସେବାୟତ ୧୦ଜଣ ରାଉଳ ଅପରାହ୍ନ ୪ଟାରେ କନକପୁର ଦେଉଳିଗ୍ରାମ ସ୍ଥିତ ବାବା କନକେଶ୍ୱର ମହାଦେବଙ୍କ ସମ୍ମୁଖସ୍ଥ ବୃଦ୍ଧାନଦୀ ମଣ୍ଡପରେ ଦଶଘଟକୁ ସୁସଜ୍ଜିତ କରି ବେଶପୋଷାକ ପିନ୍ଧାଇବା ପରେ ପୂଜାର୍ଚ୍ଚନା କରାଯାଇଥିଲା।ଘଣ୍ଟନାଦରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଯାଇଥିଲା।ମନ୍ଦିର ପ୍ରଶାସନ ତରଫରୁ ମା"ଙ୍କ ଘଟରେ ଶାଢୀ ପ୍ରଦାନ କରାଯାଇଥିଲା।ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଘଟଦନ୍ଡକୁ ମୁଣ୍ଡାଇ ଘଟପାଟୁଆମାନେ ଶାରଳା ମନ୍ଦିରରେ ପହଞ୍ଚିବା ପରେ ମା"ଙ୍କ ସିଂହାସନ ପାଖରେ ବଡପଣ୍ଡା ଦଶଘଟର ଗୁପ୍ତପୂଜା କରିଥିଲେ।ପରେ ମନ୍ଦିରରୁ ୧୦ଜଣ ଘଟପାଟୁଆ ମନ୍ଦିର ପରିକ୍ରମା କରିବା ପରେ ସମ୍ମୁଖ ଭାଗରେ ଘଟନୃତ୍ୟ ପ୍ରଦର୍ଶନ କରିଥିଲେ।ଏହି ଦଶଘଟ ପାଟୁଆ ମାନେ ମା"ଶାରଳାଙ୍କ ମହିମା ପ୍ରଚାର ଉଦ୍ଦେଶ୍ୟରେ ପବିତ୍ର ମୀନ ସଂକ୍ରାନ୍ତି ଠାରୁ ଏକମାସ ଧରି ରାଜ୍ୟର ପୁରପଲ୍ଲୀରେ ପରିକ୍ରମା କରିବା ପରେ ଆସନ୍ତା ମାସ ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଦିନ ମା"ଙ୍କ ପୀଠକୁ ଏହି ଦଶଘଟ ପାଟୁଆମାନେ ଫେରିଆସି ଥାଆନ୍ତି।ମା"ଙ୍କ ମନ୍ଦିରରୁ ଘଣ୍ଟ ଘଣ୍ଟା କାହାଳୀ ଆଲଟ ଚାମ୍ବର ଭେରୀ ତୁରୀ ବଜାଇ ଏକ ବର୍ଣ୍ଣାଢ୍ୟ ପଟୁଆରରେ ମା"ଶାରଳାଙ୍କ ଚଳନ୍ତି ପ୍ରତିମାକୁ ସେବାୟତ ମାନେ ହରିପୁର ସ୍ଥିତ ଚରଖିପଡିଆ ନଣ୍ଡାଦେଉଳ ନିକଟକୁ ନେଇଥାନ୍ତି।ସେଠାରେ ପୂଜାର୍ଚ୍ଚନା କରାଯିବା ସହିତ ମାସ ମାସ ଧରି ମାନସିକ ବ୍ରତ ରଖିଥିବା ଘଟପାଟୁଆମାନେ ଅଗ୍ନିକୁଣ୍ଡ ଉପରେ ପଦଯାତ୍ରା କରିବା ପରମ୍ପରା ରହିଆସିଛି । 

0
0
0
s2sdefault