ତ୍ରୟୋଦଶ ତୋଷାଳି ଜାତୀୟ  କ୍ରାପ୍ଟସ ମେଳା ୨୮ରୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଡିସେମ୍ବର ୨୮ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ତ୍ରୟୋଦଶ ତୋଷାଳି ଜାତୀୟ କ୍ରାଫ୍ଟସ ମେଳା । ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅଂଶଗ୍ରହଣ କରିବେ ୩୫୦ରୁ ଉଦ୍ଧ୍ୱର୍ କାରିଗର ଓ ବୁଣାକାର । ଓଡ଼ିଶା ସମେତ ୨୫ଟି ରାଜ୍ୟ ଅଂଶଗ୍ରହଣ କରିବେ । ତନ୍ମଧ୍ୟରୁ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ଦ୍ୱାରା ପ୍ରଯୋଜିତ ୫୦ ଜଣ ବୁଣାକାର ଅଂଶଗ୍ରହଣ କରିବାବେଳେ ଓଡ଼ିଶାରୁ ୨୩୦ ବୁଣାକାର ଓ କାରିଗର ଅଂଶଗ୍ରହଣ କରିବେ । ଚଳିତ ବର୍ଷ ତନ୍ତୁକୃତି ପରିକଳ୍ପନା ଆଧାରରେ ଥିମ ପ୍ୟାଭିଲିୟନର ଓ ସମଗ୍ର ମେଳା ପରିସରକୁ ସାଜସଜ୍ଜା କରାଯିବ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ସୂଚନା ଦେଇଛନ୍ତି ।

ଡିସେମ୍ବର ୨୮ ତାରିଖ ସନ୍ଧ୍ୟା ୬ଟା ସମୟରେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏହି ମେଳା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପି୍ରୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ଉତ୍ସରେ ୨୦୧୭ ମସିହା ପାଇଁ କୃତି ହସ୍ତଶିଳ୍ପ କାରିଗରମାନଙ୍କୁ ଜୀବନବ୍ୟାପୀ ହସ୍ତଶିଳ୍ପ କୃତି ପୁରସ୍କାର ଓ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯିବ । ଏହି ମେଳା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ୩କୋଟି ୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।

୧୭ଦିନ ବ୍ୟାପୀ ଏହି ମେଳା ପ୍ରତ୍ୟହ ୬ଟାରୁ ରାତି ୯.୩୦ ମଧ୍ୟରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଓଡ଼ିଶୀ ନୃତ୍ୟ ତଥା ରାଜ୍ୟର ବିଭିନ୍ନ ଅଂଚଳର ଲୋକନୃତ୍ୟ ସହ ଦେଶର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ ।

ରାଜ୍ୟର ନାମୀଦାମୀ ହୋଟେଲମାନେ ଫ୍ଲଡ଼କୋର୍ଟରେ ସେମାନଙ୍କର ଷ୍ଟଲ ଖୋଲିବେ । ଏହି ଷ୍ଟଲରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ସହିତ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ଉପଲବ୍ଧ ହେବ । ମେଳା ପରିସରରେ ଯଥେଷ୍ଟ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଏଟିଏମ ସେବା, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାର ଆଦିର ବ୍ୟବସ୍ଥା କରାଯିବ ।

ଗତବର୍ଷ ପ୍ରାୟ ୨୦ ଲକ୍ଷ ଲୋକଙ୍କର ଏହି ଜାତୀୟ ତୋଷାଳି କ୍ରାଫ୍ଟ ମେଳାକୁ ସମାଗମ ହୋଇଥିଲା । ଚଳିତ ବର୍ଷ ଅନୁମାନ କରାଯାଏ ପ୍ରାୟ ୨୧ ଲକ୍ଷ ପରିଦର୍ଶକ ଏହି ଜାତୀୟ ତୋଷାଳୀ କ୍ରାଫ୍ଟ ମେଳାକୁ ପରିଦର୍ଶନ କରିବେ । ସେହିପରି ଗତବର୍ଷ ୨୦ କୋଟି ଟଙ୍କାର ବିକି୍ରବଟା ହୋଇଥିବା ବେଳେ ଚଳିତ ବର୍ଷ  ୨୨କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି । 

ରାଜ୍ୟରେ ଏହି ବୃହତମ ହସ୍ତଶିଳ୍ପ ମେଳାର ଆୟୋଜନ ପାଇଁ ଚଳିତ ଆର୍ଥôକ ବର୍ଷରେ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରାଯାଇଅଛି । କେନ୍ଦ୍ର ହସ୍ତତନ୍ତ ଆୟୁକ୍ତଙ୍କ ତରଫରୁ ୧୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ମେଳାରେ ସମୁଦାୟ ୩୮୦ଟି ଷ୍ଟଲ ଖୋଲାଯିବ । ତନ୍ମଧ୍ୟରୁ ୨୦୦ଟି ହସ୍ତଶିଳ୍ପ, ୧୩୦ଟି ହସ୍ତତନ୍ତ, ୩୦ଟି ଫୁଡ଼କୋର୍ଟ ଷ୍ଟଲ ଏନଆଇଏଫଟି, ଆଇଆଇଟି ଚୌଦ୍ୱାର, ଆଇଆଇଏଚଟି ବରଗଡ଼/ଏସଆଇଡିଏସି ସମେତ ୧୨ଟି ଶିକ୍ଷାନୁଷ୍ଠାନ  ଷ୍ଟଲ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ପର୍ଯ୍ୟଟନ ବିଭାଗ ତଥା ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ହସ୍ତତନ୍ତ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଅନୁଷ୍ଠାନମାନ ଯଥା ଜାତୀୟ ହସ୍ତତନ୍ତ ବିକାଶ ନିଗମ, ବୟନ କମିଟି, ଭାରତ ସରକାରଙ୍କ ବୁଣାକାର ସେବା କେନ୍ଦ୍ର, ଦର୍ଶକମାନଙ୍କୁ ବିସ୍ତୃତ ଭାବରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଅବଗତ କରିବା ନିମନ୍ତେ ଭାଗ ନେବେ । ସିଡାକ ତରଫରୁ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଲାଇଭ ଡେମୋନଷ୍ଟେ୍ରସନ କରାଯିବ ତଥା ନମୁନା ବିକାଶ କାର୍ଯ୍ୟକ୍ରମରେ ଉଦ୍ଭାବିତ ହୋଇଥିବା ନୂତନ ହସ୍ତଶିଳ୍ପ ସାମଗ୍ରୀମାନଙ୍କର ପ୍ରଦର୍ଶନ ବଜାର ପରୀକ୍ଷା ନିମିତ କରାଯିବ । ସେହିପରି ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନରମାନଙ୍କ ନୂତନ ଉଦ୍ଭାବନଗୁଡ଼ିକର ପ୍ରଦର୍ଶନ ନିମିତ ଏକ ସ୍ୱତନ୍ତ୍ର ଷ୍ଟଲର ବ୍ୟବସ୍ଥା କରାଯାଇଅଛି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିଭାଗ ଅଧିନ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ) ତରଫରୁ ଏହି ମେଳାର ଆୟୋଜନ ଏବଂ ପ୍ରସ୍ତୁତି କରାଯାଇଅଛି । ମେଳା ପ୍ରତ୍ୟେହ ଦିନ ୨ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ବୃନ୍ଦାବନ ବେହେରା, ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା, ହସ୍ତ ଓ କୁଟୀର ଶିଳ୍ପ ନିଦେ୍ର୍ଧଶକ ବି.କେ. ଦାସ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault