ହେଡଲାଇନସ୍:

ନାବାଳିକାକୁ ଦୁଷ୍କର୍ମ ମାମଲା : ଚରିତ୍ରର ସୁଧାର ନିମନ୍ତେ ୨ ନାବାଳକ ଗଲେ ଅନୁଗୁଳ ସୁଧାର ଗୃହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଚରିତ୍ରରେ ସୁଧାର ସହିତ ସ୍କିଲ ଡେ଼ଭଲପମେଣ୍ଟ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ୨ ବର୍ଷ ପାଇଁ ପଠାଇବାର ରାୟ

ବାରିପଦାରୁ ଦିଲ୍ଲୀପ ମହାନ୍ତି : ଏକ ନାବାଳିକା ସହିତ ବଳପୂର୍ବକ ଦୁଷ୍କର୍ମ ମାମଲାର ବିଚାର କରି ମୟୂରଭଞ୍ଜ ଜୁଭେନାଇଲ ଜଷ୍ଟିସ ବୋଡର଼୍ ପ୍ରିନ୍ସପାଲ ମାଜିଷ୍ଟ୍ରେଟ  ଅମୀୟ ରଞ୍ଜନ ଜେନା ଅଭିଯୁକ୍ତ ୨ ନାବାଳକୁ ଅନୁଗୁଳସ୍ଥିତ ସୁପାରିନ୍ଟେନଡେଣ୍ଟ ଅଫ ସ୍ପେଶାଲ ହୋମରେ ସେମାନଙ୍କର ଚରିତ୍ରରେ ସୁଧାର ସହିତ ସ୍କିଲ ଡେ଼ଭଲପମେଣ୍ଟ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ୨ ବର୍ଷ ପାଇଁ ପଠାଇବାର ରାୟ ଶୁଣାଇଛନ୍ତି । ଏଥି ସହିତ ଅନୁଗୁଳ ସୁଧାର ଗୃହର ସୁପରିନ୍ଟେନଡେଣ୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନେ  ରହିବେ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । 

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଞ୍ଚଳ ଏକ ଗ୍ରାମରେ ୨ ନାବାଳକ ବସବାସଁ  କରନ୍ତି । ଗତ ୨୦୧୫ ଜୁନ ୧୧ ଅପରାହ୍ନ ପ୍ରାୟ ୫ଟା ପାଖାପାଖି ଜନୈକ ନାବାଳିକା ନିଜର ଚାଷ ଜମିରେ ଗୋରୁ ବଗାଳି ଘରକୁ ଫେରି ଆସୁଥିବା ବେଳେ ସ୍ଥାନୀୟ ବସ ଷ୍ଟପେଜ ନିକଟରେ ହଠାତ୍ ଅଭିଯୁକ୍ତ ୨ ନାବାଳକ ବାହାରି ନାବାଳିକାକୁ ବଳ ପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ନାବାଳିକା ସହିତ ଦୁଷ୍କର୍ମ  କରିଥିଲେ । ଏହି ଘଟଣାକୁ ନେଇ ନାବାଳିକା ଘରେ ନିଜର ମାଆଙ୍କୁ ଜଣାଇଥିଲେ । ମାତ୍ର ନାବାଳିକାର ବାପା ଜିଲା ବାହାରକୁ କାମଧନ୍ଦାରେ ଯାଇ ଘରକୁ ୮ ଦିନ ପରେ ଫେରି ଆସିବା ପରେ ଏହି ଅଭାବନୀୟ ଘଟଣା ବିଷୟରେ ଅବଗତ ହେବାପରେ ଅଭିଯୁକ୍ତଙ୍କ ନାମରେ କୁଳିଅଣା ଥାନାରେ ୧୯/୦୬/୨୦୧୫ରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ(କେଶ ନଂ- ୮୬/୨୦୧୫) ମାମଲା ରୁଜୁ କରାଯାଇ ଥିଲା ।  ଉକ୍ତ ମାମଲାରେ ରହିଥିବା ୨୯ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମକଦ୍ଦମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ପାର୍ବତୀ ବାରିକ ପରିଚାଳନା କରିଥିଲେ । 

 

0
0
0
s2sdefault