ହେଡଲାଇନସ୍:

ଯୈ।ତୁକ ଯୁଇ ରେ ଆରତୀ କୋଚିଆରୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁଶିବରାମ ଜେନା):  ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ନେବାରୁ ଜଣାପଡିଛି ଯେ, ଆରତୀ କୋଚିଆରୀ, ଗତ ୨୦୧୯ ମସିହାରେ ଭାଗ୍ୟଧର ସାହୁ ପିତା -ନଵିନ ସାହୁ ଙ୍କୁ ନୂତନ ଗୁରୁଣ୍ଠିରେ ସାମାଜିକ ରିତୀ ରେ ଵିଵାହ ଵନ୍ଧନ ରେ ଛନ୍ଦି ହୋଇଥିଲେ। କିନ୍ତୁ ତା୮-୨-୨୦୨୫ ଶନିବାର ରାତ୍ର ୭ଘଣ୍ଟା ରେ ଆରତୀ କୋଚିଆରୀ ଙ୍କ ମୃତ୍ୟୁବରଣ କରିଥିବା ଖବର ନିଜର ପିତ୍ରାଳୟ ସୁବଳୟା, ଥାନା ରମ୍ଭା ରେ ପ‌ହଞ୍ଚିଥିଲା । ଏଅଵସରରେ ମୃତକଙ୍କ ପରିବାର ଯୋତୁକ ଜନିତ ହତ୍ୟା ଅଭିଯୋଗ କରି ଥାନାରେ ଏତଲା ଦାଏର କରିଛନ୍ତି।
ଖଲ୍ଲିକୋଟ ପୋଲିସ ଥାନା କେଶ୍ ନମ୍ବର ୧୨୧/୨୦୨୫ ରେ ଯୋଉତୁକ ନିର୍ଯାତନା ମାମଲାରେ ରୁଜୁ କରାଯାଇଛି ବୋଲି , ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଶବଟି ଦୀର୍ଘ ୮ଘଣ୍ଟା ଘର ଭିତରରେ ପଡ଼ିରହିଲା ପରେ ପୋଲିସ ବୁଝାବୁଝି କରିବାପରେ ମୃତକଙ୍କ ପରିବାର ଶବକୁ ଛାଡିଥିଲେ | ଏହାପରେ ଶବଟିକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣା ଯାଇ ,ଶଵ ବ୍ୟବଚ୍ଛେଦ ପାଇଁ ଏମ୍ କେ ସି ଜି ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଥାନାଧିକାରୀ ରମେଶ କୁମାର ପ୍ରଧାନ ଦର୍ଶାଯାଇଛନ୍ତି । ପ୍ରକାଶଥାଉକି ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବାପରେ ପ୍ରକୃତ ରହସ୍ୟ ପଦାକୁ ଆସିବ।

0
0
0
s2sdefault