ହେଡଲାଇନସ୍:

ବାରହା ମାଂସ ଓ ଦେଶୀ ବନ୍ଧୁକ ଜବତ ୨ଶିକାରୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନ ବିଭାଗ ଚଢାଉ କରି ୨କେଜି ବାରହା ମାଂସ ସହିତ ଏକ ଦେଶୀ ବନ୍ଧୁକ ଜବତ କରିଛି I ଏହି ଘଟଣାରେ ଦୁଇଜଣ ଶିକାରୀ ଙ୍କୁ ଗିରଫ କରିଛି ବନ ବିଭାଗ I ଗିରଫ ଶିକାରୀ ମାନେ ହେଲେ ବଡମାଳ ଗ୍ରାମର ନିରଞ୍ଜନ ମାଝି ଓ ଯୋସେଫ ଟାପୋ I ରେଢାଖୋଲ ବନ ଖଣ୍ଡ ହାତୀଧରା ସଂରକ୍ଷିତ ଲଙ୍ଗଲରେ କିଛି ଶିକାରୀ ଅବାଧରେ ବନ୍ୟଜନ୍ତୁ ଶିକାର କରୁଥିବା ନେଇ ଡିଏଫଓ ରମାକାନ୍ତ ନାଏକ କୌଣସି ସୂତ୍ରରୁ ଖବର ପାଇଥିଲେ I ତାଙ୍କ ନିର୍ଦ୍ଦେଶ କ୍ରମେ ରେଢାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀ ମନଜିତ ବିଶ୍ୱାଳ ତାଙ୍କ ସହ କର୍ମଚାରୀଙ୍କ ସହ ବଡମାଳ ଗ୍ରାମରେ ଚଢଉ କରି ତାଙ୍କ ନିକଟରୁ ବାରହା ମାଂସ ଓ ଦେଶୀ ବନ୍ଧୁକ ଜବତ କରିବା ସହ ୨ଜଣ ଶିକାରୀଙ୍କୁ ଗିରଫ କରିଥିଲେ Iଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବନ ବିଭାଗ ପକ୍ଷ ରୁ ସୂଚନା ମିଳିଛି I

0
0
0
s2sdefault