ହେଡଲାଇନସ୍:

ସ୍ବାସ୍ଥ୍ୟସେବା କ୍ଷେତ୍ରରେ “ୱାସ–ଅସ୍ମିତା ପ୍ରକଳ୍ପ” ସମ୍ପର୍କିତ ଜିଲ୍ଲାସ୍ତରୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ “ୱାସ–ଅସ୍ମିତା ପ୍ରକଳ୍ପ” ସମ୍ପର୍କିତ ଜିଲ୍ଲାସ୍ତରୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ୟୁନିସେଫ ସହାୟତାରେ ଏମ୍ସ ଭୁବନେଶ୍ବର ଓ ଗଜପତି ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର କାର୍ଯ୍ୟରତ ଡାକ୍ତର , ନର୍ସ , କମ୍ପାଡ଼ର ଓ ସ୍ୱାସ୍ଥ୍ୟ-ପରିମଳ ଦିଗରେ କାର୍ଯ୍ୟରତ ସମସ୍ତଙ୍କୁ ଜଳ , ସେନିଟସନ ଓ ହାଇଜିନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।

   ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଡିପିଏମ: ସୌମ୍ୟରାଣୀ ଗୌଡ଼ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଏମ୍ସର ଏସୋସିଏଟ ପ୍ରଫେସର ଡ଼ଃ ବିନୋଦ କୁମାର ବେହେରା , ୟୁନିସେଫର ସିନିଅର କନସଲଟାଣ୍ଟ ଶ୍ରୀ ଏମଏସ ଖାନ , ଏମ୍ସର କନସଲଟାଣ୍ଟ ଶ୍ରୀ ରୁଦ୍ର ପ୍ରସାଦ ପ୍ରଧାନ ଏବଂ ସିଡିଏମଓ:- ଡାଃ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜଳ , ସେନିଟସନ ଓ ହାଇଜିନର ଗୁରୁତ୍ୱ ଉପରେ ବୁଝାଇଥିଲେ ।

  ଅନ୍ୟପକ୍ଷରେ ଏହି  ୱାସ- ଅସ୍ମିତା ପ୍ରକଳ୍ପ ଉପରେ ଦିଆ ଯାଉଥିବା ପ୍ରଶିକ୍ଷଣ ଦ୍ୱାରା ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସଫାସୁତୁରା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ବେଶ ସହାୟକ ହୋଇପାରିବ । ଏଥିସହିତ କରୋନା ପେଣ୍ଡାମିକ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର , ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ରୋଗ ସଂକ୍ରମଣର କୌଣସି ପ୍ରକାର ଭୟ ନ ରଖି ନିର୍ଭୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇପାରିବେ ବୋଲି କହିଥିଲେ ।

  ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କର ଡାକ୍ତର , ନର୍ସ , ଏ ଏନ୍ ଏମ୍ , ବି ପି ଏଚ୍ ଇଓ ଓ ପରିଚାଳନା ଦାୟିତ୍ୱ ରେ ଥିବା ସମସ୍ତେ ଉପସ୍ଥିତ ଥିଲେ।

0
0
0
s2sdefault