ହେଡଲାଇନସ୍:

ଅଭୁତପୂର୍ବ ଜନସମୁଦ୍ର ପରିବର୍ତ୍ତନର ବଡ଼ ପରିଚୟ ଦେଉଛି - ଧର୍ମେନ୍ଦ୍ର ପ୍ରଧାନ*

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍ ସୋ’

• ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସମର୍ଥନରେ କଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାରେ ମୋଦୀ ଲହର ବହୁଛି, ରାଜ୍ୟରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ
• ସ୍ଥାନୀୟ ସରକାରର ଅଲୋକତାନ୍ତ୍ରିକ ପଦ୍ଧତି ଓ ଦୁର୍ନୀତି କାରଣରୁ ଓଡ଼ିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ ଅଛି
• ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବଡ ପରିବର୍ତ୍ତନ ହେବାକୁ ଯାଉଛି
• ମୋଦୀ ଗ୍ୟାରେଣ୍ଟି ଅର୍ଥ ବିକାଶ, ଲୋକକଲ୍ୟାଣ ଓ ସମସ୍ତଙ୍କୁ ସମାନ ଅଧିକାର
• ଜନସାଧାରଣଙ୍କୁ ପଦ୍ମଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କଲେ ନିବେଦନ

Imageଝାରସୁଗୁଡା, ଏପ୍ରିଲ ୨୮ – ଓଡ଼ିଶାରେ ମୋଦୀ ଲହର ବହୁଛି । ରାଜ୍ୟରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ । ଆଜି ଝାରସୁଗୁଡା ରୋଡ ସୋ’ରେ ଜନସମୁଦ୍ର ସେ ଦିଗରେ ବଡ ପରିଚୟ ଦେଉଛି ବୋଲି ରବିବାର ସେଠାରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଦୀର୍ଘ ୨୫ ବର୍ଷ ଗୋଟିଏ ସରକାର କ୍ଷମତାରେ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ନାହିଁ । କୃଷି, ଜଳଚେସନରେ ଅବ୍ୟବସ୍ଥା ଦେଖାଯାଇଛି । ଯୁବକଙ୍କ ପାଇଁ ରୋଜଗାର ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ସ୍ଥାନୀୟ ସରକାରର ଅଲୋକତାନ୍ତ୍ରିକ ପଦ୍ଧତି ଓ ଦୁର୍ନୀତି କାରଣରୁ ଓଡ଼ିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ ଅଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

Imageସେ କହିଛନ୍ତି ଯେ ମୋଦୀ ଗ୍ୟାରେଣ୍ଟି ଅର୍ଥ ବିକାଶ । ମୋଦୀ ଗ୍ୟାରେଣ୍ଟି ଅର୍ଥ ଲୋକକଲ୍ୟାଣ । ମୋଦୀ ଗ୍ୟାରେଣ୍ଟି ଅର୍ଥ ସମସ୍ତଙ୍କୁ ସମାନ ଅଧିକାର । ଏଥର ମୋଦୀଙ୍କୁ ଲୋକମାନେ ଭୋଟ ଦେଇ ତୃତୀୟ ଥର ପ୍ରଧାନମନ୍ତ୍ରୀ କରାଇବେ । ଏ ବିଶ୍ୱାସ ଆଜି ଲୋକମାନଙ୍କ ଭିତରେ ଆସିସାରିଛି । ଆଜି ଓଡ଼ିଶାସାରା ଲୋକମାନେ ଉତ୍ସାହରେ ଅଛନ୍ତି । ଏଥର ଦୁର୍ନୀତି ସରକାର ଯିବ ଏବଂ ବିଜେପି ସରକାର କ୍ଷମତାକୁ ଆସିବ ବୋଲି ଶ୍ରୀ ପ୍ରଧାନ କହିବା ସହ ଜନସାଧାରଣଙ୍କୁ ପଦ୍ମଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।

0
0
0
s2sdefault