ହେଡଲାଇନସ୍:

ବୁଗୁଡ଼ା ଗ୍ରାମରେ ୩୫ ବର୍ଷରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:୧୯୮୯ ମସିହା ଏପ୍ରିଲ ମାସରେ ପ୍ରତିଷ୍ଠିତ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ୩୫ ବର୍ଷ ପୂର୍ତ୍ତି ର ଶୁଭ ଅବସରରେ ବୁଗୁଡ଼ା ସ୍ଥିତ ନିଉ ଏରା ପବ୍ଲିକ ସ୍କୁଲ ପରିସରସ୍ଥ ସଭାଗୃହରେ ଆଜି ଏପ୍ରିଲ୍ ୨୮ ତାରିଖ ୨୦୨୪ ରବିବାର ଦିନ ୧୧ ଘଣ୍ଟିଆ ସମୟରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆମ ଗାଆଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ପ୍ରଫେସର କୃତ୍ତିବାସ ବିଶ୍ଵାଳ ଙ୍କ ସଭାପତିତ୍ବରେ ଆୟୋଜିତ ବିକ୍ଷିପ୍ତା ସାହିତ୍ୟ ସମ୍ମିଳନୀ କୁ ଉଦଘାଟକ ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ଡିତ ଘନଶ୍ୟାମ ମିଶ୍ର ଉଦଘାଟନ କରିଥିଲେ। ଏହି ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଭାବେ ଅଶୋକ ନନ୍ଦ, ମୁଖ୍ୟବକ୍ତା ଭାବେ ନିଉ ଏରା ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଡ. ବୃଷକେତୁ ଦାଶ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାହିତ୍ୟିକ ଅନନ୍ତ କର, ଉତ୍କଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସଭାପତି ଅନୀଲ ପଟ୍ଟନାୟକ, ବରିଷ୍ଠ କବି ଏଵଂ ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, କାର୍ଯ୍ୟକାରୀ ସଭାପତି ଗୌରୀପତି ଦାଶ ଯୋଗଦେଇ ଥିଲେ। ନିଜ ଅଞ୍ଚଳ ର ସାହିତ୍ୟ ତଥା ସାହିତ୍ୟିକ ମାନଙ୍କ ଉପରେ ଗବେଷଣା କରିବା ଏବଂ ତାକୁ ହିଁ ବିଶ୍ଵ ସ୍ତରରେ ପହଞ୍ଚାଇବା ର ଉଦ୍ୟମ କଲେ ସାହିତ୍ୟ ବିକଶିତ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏ ଅବସରରେ ପଣ୍ଡିତ ଘନଶ୍ୟାମ ମିଶ୍ର ଙ୍କ ରଚିତ ସଂକ୍ଷିପ୍ତ ରାମାୟଣ ଓ ଧର୍ମ ଭକ୍ତିର ଅମୃତ ଧାରା ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ପଣ୍ଡିତ ମିଶ୍ରଙ୍କୁ ବିକ୍ଷିପ୍ତା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବାସହ ରଞ୍ଜିତା ନନ୍ଦ, ଗୋମତୀ ଦାଶ, ଚିତ୍ତରଞ୍ଜନ ଦାସ, ଲୋକନାଥ ମହାନ୍ତି, ଡ ପ୍ରଶାନ୍ତ ମହାପାତ୍ର, ଅରୁଣାଞ୍ଚଳ ପତି ଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୨୩ ଦଶମ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଆଦିତ୍ୟ କୁମାର ପାଣି, ଚନ୍ଦନ ପ୍ରସାଦ ଦାଶ, ଓ ସ୍ନେହାଶ୍ରୀ ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା।
ଠିକ ସେହିପରି ସାହିତ୍ୟ ମନସ୍କ ଗଣମାଧ୍ୟମ ପ୍ରତିନିଧି ହର ପ୍ରସାଦ ପାଢ଼ୀ, ଅଭୟ ପ୍ରସାଦ ପାଣିଗ୍ରାହୀ, ମନୋରଞ୍ଜନ ଦାଶ, ଏନ୍ ନୀଳମାଧବ ପାତ୍ର, ଉଦୟନାଥ ପଣ୍ଡା ଏବଂ ସମାଜସେବି ଏବଂ ସଙ୍ଗଠନ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଅଛି । ଅନୁଷ୍ଠାନ ର ସମ୍ପାଦକ ବୈଷ୍ଣବ ଚରଣ ଦାଶ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଗୌରୀପତି ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନରେ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଡ ଲକ୍ଷ୍ମୀ ନାରାୟଣ ଦାସ, ଡ ବ୍ରଜକିଶୋର ପାଢ଼ୀ ଅତିଥି ଭାବେ ଯୋଗ ଦେଇଥିଲେ। ରାଇ ରଞ୍ଜନ ନନ୍ଦ, ଅଶୋକ ସାହୁ ଏବଂ ସୁପ୍ରଜିତ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସଵ ରେ ଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ଏହି ଅବସରରେ ବିଶିଷ୍ଟ କବି, ନାଟ୍ୟ ନିର୍ଦ୍ଦେଶକ ହର ପ୍ରସାଦ ସାହୁ ଏବଂ ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ସ୍ଥିତଧି ରଥଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ବିକ୍ଷିପ୍ତା ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ନୂତନ ପରିଚାଳନା ସମିଟର କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ ।

0
0
0
s2sdefault