ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଜ‌ୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଆୟୋଜନରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ ଉତ୍କଳଗୌରବଙ୍କ ଶେଷ ବିଶ୍ରାମସ୍ଥଳ ଗୋରାକବରସ୍ଥିତ ମଧୁବାବୁଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରି ଓଡ଼ିଆ ସ୍ଵାଭିମାନର ପ୍ରତୀକ ପ୍ରଖ୍ୟାତ ଆଇନଜ୍ଞ ମଧୁବାବାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ସ୍ଥାନୀୟ ମଧୁସୂଦନ ପାର୍କଠାରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଓ ପରେ ପରେ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ମଧୁବାବୁଙ୍କ ପୂର୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ମଧୁବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଓ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମକର୍ତା ଉପସ୍ଥିତ ଥିଲେ ।

0
0
0
s2sdefault