ହେଡଲାଇନସ୍:

ବିଶ୍ବ କର୍କଟ ଦିବସ-୨୦୨୧ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ବ କର୍କଟ ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।

 ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ କର୍କଟ ରୋଗର ଲକ୍ଷଣ ଓ ନିରାକରଣ ସହ ଡାକ୍ତରଙ୍କ ପରାମର୍ଶ ନେବା ଉପରେ ଏକ ସଚେତନତା ରଥ ବାହାରିଥିଲା ।ଏହାକୁ ସିଡିଏମଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ମିଶନ ନିର୍ଦ୍ଦେଶକ ଡାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

ଏହା ପରେ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ କର୍କଟ ରୋଗ ଉପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି କର୍କଟ ରୋଗର ଲକ୍ଷଣ , ନିରାକରଣ , ସାବଧାନତା , ରୋଗର ପ୍ରମୁଖ କାରଣ ଓ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସମ୍ପର୍କରେ କହିଥିଲେ । 

 ଅନ୍ୟପକ୍ଷରେ ସୁସ୍ଥ ଜୀବନ ଶୈଳୀ ଓ ଖାଦ୍ୟପେୟରେ ନିୟନ୍ତ୍ରଣ ଦ୍ୱାରା ଏହି କର୍କଟ ରୋଗକୁ ରୋକା ଯାଇପାରିବ । ତେଣୁ ଏହାକୁ ରୋକିବାରେ ଦିଗରେ ବ୍ୟକ୍ତିଗତ ଓ ସାମୁହିକ ସ୍ତରରେ ଉଦ୍ୟମ ଜାରି ରଖିବା ସହ କର୍କଟ ରୋଗ ମୁକ୍ତ ସୁସ୍ଥ ସମାଜ ଓ ଭବିଷ୍ୟତ ଗଠନ କରିବା ଦିଗରେ ଆହ୍ବାନ କରିଥିଲେ । 

ଏହି ଅବସରରେ ନର୍ସିଂହୋମ ପ୍ରଶିକ୍ଷଣ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ(ଏଫଡବ୍ଲ୍ୟୁ) ଡାଃ ଏମଏସ ମୁନୀର , ଏଡ଼ିପିଏଚଓ(କ୍ୟାନସର) ଡାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ , ଡିପିଏଚଓ: ଡାଃ ମୁବାରକ ଅଲ୍ଲୀ , ଡିପିଏମ - ସୌମ୍ୟରାଣୀ ଗୌଡ଼ , ଡାଟା ମ୍ୟାନେଜର ଶ୍ରୀ ତୁଷାର ପଟ୍ଟନାୟକ ଏବଂ ଏଡ଼ିପିଏଚସିଓ - ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରମୁଖ ଯୋଗଦେଇ କର୍କଟ ରୋଗ ପ୍ରତିରୋଧର ବିଭିନ୍ନ ଉପାୟ ଗୁଡିକ ସମ୍ପର୍କରେ କହି ଏହି ରୋଗ ପ୍ରାଥମିକ ଅବସ୍ଥାରେ ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ବୋଲି କହିଥିଲେ ।

0
0
0
s2sdefault